୧୫ ମାର୍ଚ୍ଚ,୨୦୨୪ (ଓଡିଶା ତାଜ଼ା ନ୍ୟୁଜ) ଦଶପଲ୍ଲା :-> ଦଶପଲ୍ଲା ବ୍ଲକ ଅନ୍ତର୍ଗତ ବାଣିଗୋଛା ପଞ୍ଚାୟତର ଗରସା ଗ୍ରାମରେ ଅଗ୍ନିକାଣ୍ଡ ଘଟି ଗୋଟିଏ ପରିବାର ସର୍ବସ୍ବାନ୍ତ ହୋଇଯାଇଛି। ରୋଷେଇ ନିଆଁରୁ ଏହି ଅଗ୍ନିକାଣ୍ଡ ଘଟିଥିବା ବେଳେ ୪ବଖରା ଘର ଓ ଏଥିରେ ଥିବା ବହୁ ଆସବାବପତ୍ର ଜଳିଯାଇଛି।

ସୂଚନା ଅନୁଯାୟୀ, ଅପରାହ୍ପ ସମୟରେ ଗ୍ରାମର ସୁଦର୍ଶନ ମଳିକଙ୍କ ପରିବାର ଲୋକ ରୋଷେଇ ସାରି ଘରେ ଖିଆପିଆ କରୁଥିଲେ। ଏହି ସମୟରେ ହଠାତ୍ ଚୁଲିନିଆଁ ଘର ଚାଳରେ ଲାଗି ଯାଇଥିଲା। ନିଆଁ ଆୟତ୍ତ କରିବାକୁ ଗ୍ରାମବାସୀ ପ୍ରାଣପଣେ ଉଦ୍ୟମ କରିଥିଲେ । ନିଆଁର ଆଁ ଭିତରୁ କିଛି ଆସବାବପତ୍ର ଉଦ୍ଧାର କରିଥିବ ବେଳେ ଅବଶିଷ୍ଟ ଜଳିପୋଡ଼ି ଯାଇଥିଲା।

ସବୁଠାରୁ ବଡ଼କଥା ହେଉଛି, ଖବରପାଇ ଦମକଳ ବାହିନୀ ଗାଁରେ ପହଞ୍ଚିଥିଲେ ମଧ୍ୟ ତାକୁଡ଼ାଠାରୁ ଗରସାକୁ ଭଲ ରାସ୍ତା ନଥିବାରୁ ଦମକଳ ଗାଢ଼ି ପହଞ୍ଚିବାରେ ସମସ୍ୟା ସୃଷ୍ଟି ହୋଇଥିଲା । ଶେଷରେ ଦମକଳ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲା ଅନ୍ୟପଟେ ବିପନ୍ନ ପରିବାର ବେସାହାର ହୋଇଯିବାରୁ ତାଙ୍କୁ ତୁରନ୍ତ ସରକାରୀ ସହାୟତ ଯୋଗାଇ ଦେବାକୁ ଗ୍ରାମବାସୀ ଦାବି କରିଛନ୍ତି ।













