୧୫ ମାର୍ଚ୍ଚ,୨୦୨୪ (ଓଡିଶା ତାଜ଼ା ନ୍ୟୁଜ) ନୂଆଗାଁ :-> ସାମ୍ବାଦିକ ଙ୍କ ପ୍ରତି ସରକାରଙ୍କ ବୈମାତୃକ ମନୋଭାବ କୁ ନେଇ ରାଜ୍ୟର ସମଗ୍ର ଜିଲ୍ଲା ଓ ବ୍ଲକ ରେ ସାମ୍ବାଦିକ ମାନେ କଳା ବ୍ୟାଜ ପରିଧାନ କରି ପ୍ରତିବାଦ ଜଣାଇଥିବା ବେଳ, ରାଜ୍ୟ ଉତ୍କଳ ସାମ୍ବାଦିକ ସଂଘ ପକ୍ଷରୁ ନୂଆଗାଁ ବ୍ଲକ ର କାର୍ଯ୍ୟରତ ସାମ୍ବାଦିକ ମାନେ ଆଜି ସଂଘ କାର୍ଯ୍ୟାଳୟ ସମ୍ମୁଖରେ କଳା ବ୍ୟାଜ ପରିଧାନ କରି ସାମ୍ବାଦିକ ଙ୍କ ପକ୍ଷରୁ ସରକାରଙ୍କୁ ପ୍ରଦାନ କରାଯାଇଥିବା ୫ ଦଫା ଦାବି ନେଇ ଏକ ପ୍ରତିବାଦ ସଭା କରିଥିଲେ।
ସଂଘର ସଭାପତି ଶିବଦତ୍ତ ପାତ୍ର ଙ୍କ ତତ୍ବାବଧାନରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ସୁଖେନ୍ଦୁ କୁମାର ଦାସ,ବିକ୍ରମ କେଶରୀ ନାୟକ,ଗୋଲଖ ବିହାରୀ ଗୋଛାୟତ, ଦିଲ୍ଲୀପ କୁମାର ଯାନି,ସୁବ୍ରତ କୁମାର ପରିଡ଼ା,ରଶ୍ମିରଞ୍ଜନ ପରିଡା,ପ୍ରଶାନ୍ତ ମହାପାତ୍ର,ପ୍ରଦୀପ୍ତ କୁମାର ସାହୁ, ହୃଦୟାନନ୍ଦ ସାସମଲ,ସଞ୍ଜୟ ରାଉତ,ଦାଶରଥି ପ୍ରଧାନ,ମାନସ ତ୍ରିପାଠି,ପୁଷ୍ପଲତା ପ୍ରଧାନ ପ୍ରମୁଖ ସାମ୍ବାଦିକ ମାନେ ଉପସ୍ଥିତ ଥିଲେ।














