ପ୍ରଶନ୍ନ ଆଚାର୍ଯ୍ୟଙ୍କ ଆଶୁଆରୋଗ୍ୟ ପାଇଁ ମନ୍ଦିର ମାନଙ୍କରେ ଭିଡ଼ – ପୂଜା ପ୍ରାର୍ଥନା

୧୫ ମାର୍ଚ୍ଚ,୨୦୨୪ (ଓଡିଶା ତାଜ଼ା ନ୍ୟୁଜ) ସମ୍ବଲପୁର :-> ବିଜୁ ଜନତା ଦଳର ବରିଷ୍ଠ ନେତା ଦଳର ଉପସଭାପତି ପୂର୍ବତନ ମନ୍ତ୍ରୀ ପୂର୍ବତନ ରାଜ୍ୟସଭା ଓ ଲୋକସଭା ସଦସ୍ୟ ତଥା ବିଜୁ ସ୍ମୁତି କମିଟି ର ମୁଖ୍ୟ ପରାମର୍ଶ ଦାତା ଶ୍ରୀଯୁକ୍ତ ପ୍ରସନ୍ନ ଆଚାର୍ଯ୍ୟ ଙ୍କ ଆକସ୍ମିକ ଦୁର୍ଘଟଣା ଖବର ପାଇ ଗାଁରୁ ସହର ଯାଏ ଆଶୁ ଆରୋଗ୍ୟ ପାଇଁ ତତ୍ପରତା ପ୍ରକାଶ ପାଇଛି ।

ଗାଁଗାଁରେ ଏଥିପାଇଁ ବିଭିନ୍ନ ମନ୍ଦିରରେ ପୂଜାର୍ଚନା ପାଇଁ ଭିଡ ଜମୁଛି । ଆଜି ଏଭଳି ଦେଖିବାକୁ ମିଳିଛି ବିଭିନ୍ନ ସ୍ଥାନରେ । ରେଢାଖୋଲ ନିର୍ବାଚନ ମଣ୍ଡଳୀର କୁକୁଡାପାଲି,ଡଙ୍ଗରପାଡାର ପଟୁଆବାହାଲ,ବାହାମର କଦଲିମୁଣ୍ଡା,ଖଲିଆପାଲି ପ୍ରଭୃତି ସ୍ଥାନରେ ବଜେଡି କର୍ମୀ ଓ ଗ୍ରାମବାସୀ ମାନେ ଆଶୁ ଆରୋଗ୍ୟ କାମନା କରି ପୂଜା ପାଠ,

ଦୀପ ପ୍ରଜ୍ଜଳନ ସହିତ ପ୍ରାର୍ଥନା କରୁଥିବା ଦୃଶ୍ୟ ଦେଖିବାକୁ ମିଳିଛି।ଅନ୍ୟପକ୍ଷରେ ସମ୍ବଲପୁର ବିଜୁ ସ୍ମୁତି କମିଟି ପକ୍ଷରୁ ମଧ୍ୟ ଦୁଃଖ ପ୍ରକାଶ କରିବା ସହ ମା ସମଲେଶ୍ବରୀ ପାଖରେ ତାଙ୍କ ଯଥା ଶୀଘ୍ର ଆଶୁ ଆରୋଗ୍ୟ କାମନା କରିଥିବା ଖବର ମିଳିଛି ।