ବିଧାୟକ,ବିଡ଼ିଓ,ଯନ୍ତ୍ରୀ ଙ୍କୁ ଲାଞ୍ଚ ନ ଦେଇଥିବାରୁ ବକେୟା ବିଲ୍ ରହିଯାଇଛି ବାକି : ଧାରଣା ରେ ବସିବେ ଠିକାଦାର , ମାନସିକ ଚାପରେ BJD କର୍ମୀ
୧୪ ମାର୍ଚ୍ଚ,୨୦୨୪ (ଓଡିଶା ତାଜ଼ା ନ୍ୟୁଜ) ରଣପୁର :-> ନୟାଗଡ଼ ଜିଲ୍ଲା ରଣପୁର ବ୍ଲକ୍ ଅନ୍ତର୍ଗତ କୂଳାସର ପଂଚାୟତର ଏକ ମାତ୍ର ସରକାରୀ ଉଚ୍ଚ ବିଦ୍ୟାଳୟ ଯାହାକି ଜନତା ନୋଡାଲ ଉଚ୍ଚ ବିଦ୍ୟାଳୟ ଅଟେ । ସ୍କୁଲଟିର ପୁର୍ବ ଭାଗ ଗେଟ ଠାରୁ ଦକ୍ଷିଣ ପାର୍ଶ୍ଵ ଗେଟ୍ ପର୍ଯ୍ୟନ୍ତ ରାସ୍ତାକୁ 5ଟି ରେ ଅନ୍ତର୍ଭୁକ୍ତ କରାଯାଇ ତତ୍କାଳୀନ ଜେଇ ସଂଗୀତା ମହାରଣାଙ୍କ କହିବା ମୁତାବକ ନିଳପଲ୍ଲି ଗ୍ରାମର ବିନୋଦ କୁମାର ସାହୁ ଫେବର୍ ଇଟା ପକାଇଥିଲେ । ଯାହାର ଆଗୁଆ କୌଣସି ଆକଳନ କରାଯାଇ ନଥିଲା । କାମ ସରିବାର ଦୁଇ ମାସ ମଧ୍ୟରେ ପେମେଣ୍ଟ୍ କରିବା ପାଇଁ ଜେଇ ମାଡାମ କହିଥିଲେ କିନ୍ତୁ ଦୁଇ ଲକ୍ଷ ଟଙ୍କା ମାତ୍ର ପରିଶୋଧ କରିବା ପରେ ତାଙ୍କର ଅନ୍ୟ ବ୍ଲକ୍ କୁ ବଦଳି ହୋଇଗଲା ।
ତାଙ୍କ ସ୍ଥାନରେ ବସନ୍ତ କୁମାର ସାହୁ ଦାୟିତ୍ଵ ନେଲା ପରେ କାମ ସରିବାର ଏକ ବର୍ଷ ପରେ ଆଉ ଦୁଇ ଲକ୍ଷ ମାତ୍ର ପ୍ରଦାନ କରିଥିଲେ। କିନ୍ତୁ ହିସାବ ଅନୁସାରେ ଆଉ ଦୁଇ ଲକ୍ଷ ଷୋହଳ ହଜାର ଟଙ୍କାର କାମ ପାଉଣା ବାକି ରହିଗଲା ଯାହାକି ଚାରି ଚାରି ଥର ରଣପୁର ଓ ନୟାଗଡ଼ରେ ଜିଲ୍ଲାପାଳଙ୍କ ଜନ ଶୁଣାଣି ଶିବିରରେ ବିନୋଦ ଦରଖାସ୍ତ କରି ଜିଲ୍ଲାପାଳଙ୍କୁ ଗୁହାରୀ ଜଣାଇ ଥିଲେବି ତତ୍କାଳୀନ ଜିଲ୍ଲାପାଳ ରବିନ୍ଦ୍ର ସାହୁ ଓ ପୋମା ଟୁଡୁ ବିନୋଦ କୁ ଅପେକ୍ଷା କରିବାକୁ କହିଥିଲେ ଏବଂ ଶୀଘ୍ର ବକେୟା ରାଶି ଦେବେ ବୋଲି ସାନ୍ତ୍ଵନା ଦେଇଥିଲେ।

ଉକ୍ତ ଗ୍ରିଭାନ୍ସ ରେ ଜିଲ୍ଲାପରିଷଦ ଅଧ୍ୟକ୍ଷ ଇଂ ଦେବାଶିଷ ପଟ୍ଟନାୟକ ମଧ୍ୟ ଉପସ୍ଥିତ ରହି ସମସ୍ୟା ବିଷୟରେ ତତ୍କାଳୀନ ଜିଲ୍ଲାପାଳ ରବିନ୍ଦ୍ର ସାହୁଙ୍କୁ ଅବଗତ କରାଇଥିଲେ। ସ୍ଥାନୀୟ ବିଧାୟକ ତଥା ଜିଲ୍ଲା ଯୋଜନା ବୋର୍ଡ ଅଧ୍ୟକ୍ଷ ଶ୍ରୀ ସତ୍ୟ ନାରାୟଣ ପ୍ରଧାନଙ୍କୁ ବିନୋଦ ବାରମ୍ବାର ଦେଖା କରି ଜଣାଇଥିଲେ ବିଧାୟକ ଉତ୍ତରରେ ଗୋଟିଏ କଥା ବାରମ୍ବାର କୁହନ୍ତି ସେ ଜିଲ୍ଲାପାଳ ଓ ବିଡ଼ିଓଙ୍କୁ କହିଛନ୍ତି ଵିଲ୍ ମିଳିଯିବ । ବିନୋଦ ମଧ୍ୟ ଏ ସମ୍ପର୍କରେ ପ୍ରାୟ ପାଞ୍ଚ ମାସ ତଳେ ସଂପୂର୍ଣ୍ଣ ଘଟଣା କ୍ରମକୁ ଫାଇବଟି ଅଧ୍ୟକ୍ଷ, ଚିପ ସେକ୍ରେଟାରୀ, ଓ ନୟାଗଡ଼ ଜିଲ୍ଲାପାଳଙ୍କୁ ପତ୍ର ମାଧ୍ୟମରେ ଅବଗତ କରାଇଛନ୍ତି ।
କାମଟି ଯେହେତୁ ଜେ ଇ ଙ୍କ ନାମରେ କାର୍ଯ୍ୟାଦେଶ ରହିଛି ବିନୋଦ କୌଣସି ଲିଗାଲ ଉପରକୁ ଯାଇ ପାରୁ ନାହାଁନ୍ତି। ରାଜ୍ୟ ସରକାର ବିଭିନ୍ନ ଉନ୍ନତୀ ମୂଳକ କାର୍ଯ୍ୟର ଘୋଷଣା କରୁଥିବା ବେଳେ ଦୁଇ ବର୍ଷ ତଳୁ କାମ ସାରିଥିବା କର୍ମୀଙ୍କୁ ତାଙ୍କର ପ୍ରାପ୍ୟ ନ ଦେବା ପରିତାପର ବିଷୟ ବୋଲି ସାଧାରଣରେ ଚର୍ଚ୍ଚା ହେଉଛି। ଗାଉଁଲି ସୁଧରେ ଟଙ୍କା ଆଣି କାମ କରି ସାରି ପ୍ରାପ୍ୟ ନପାଇ ବିନୋଦ ମାନସିକ ଚାପରେ ସବୁ ବେଳେ ରହୁଥିବା ଜଣା ପଡିଛି।
ତୁରନ୍ତ ବିଲ ପ୍ରଦାନ ପାଇଁ ନୟାଗଡ଼ ଜିଲ୍ଲାପାଳ, ରଣପୁର ବିଧାୟକ, ଜିଲ୍ଲା ପରିଷଦ ଅଧ୍ୟକ୍ଷ ଓ ରଣପୁର ବିଡ଼ିଓଙ୍କୁ ବିନୋଦ ଅନୁରୋଧ କରିଛନ୍ତି। ଯଦି ଆସନ୍ତା ୧୫ ମାର୍ଚ୍ଚ ୨୦୨୪ ସୁଦ୍ଧା ବକେୟା ରାଶି ନ ମିଳେ ତେବେ ଆସନ୍ତା ୧୮ ତାରିଖ ସୋମବାର ଠାରୁ ନୟାଗଡ଼ ଜିଲ୍ଲାପାଳଙ୍କ ଅଫିସ ସାମନାରେ ଧାରଣାରେ ବସିବାକୁ ଜିଲ୍ଲା ପ୍ରଶାସନ ଉଦ୍ଦେଶ୍ୟରେ କହିଛନ୍ତି।













