୧୪ ମାର୍ଚ୍ଚ,୨୦୨୪ (ଓଡିଶା ତାଜ଼ା ନ୍ୟୁଜ) ନୟାଗଡ଼ :-> ନୟାଗଡ଼ ବ୍ଲକର ନାଟୁଗାଁ ପଞ୍ଚାୟତ ସମିତି ସଭାଗୃହରେ ସ୍ୱାସ୍ଥ୍ୟ ଓ ଆରୋଗ୍ୟ କେନ୍ଦ୍ର ଓ ସାମାଜିକ ସଂଗଠନ “କ୍ୟାପ”ର ମିଳିତ ସହଯୋଗରେ ଯକ୍ଷ୍ମା ସଚେତନତା କାଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଅଛି । ଏହି କାର୍ଯ୍ୟକ୍ରମରେ ସରକାରୀ ଓ ବେସରକାରୀ ମିଳିତ ଜିଲ୍ଲା ସଂଯୋଜକ ଦିଲୀପ କୁମାର ପ୍ରଧାନ ଯୋଗଦେଇ ପରିବେଶକୁ ସଫା ସୁତୁରା ରଖିବା ଉପରେ ଗୁରୁତ୍ଵ ଆରୋପ କରିଥିଲେ ଓ ସ୍ଥାନୀୟ ସରପଞ୍ଚ ଟିବି ମୁକ୍ତ ପଞ୍ଚାୟତ ଗଠନ ଦିଗରେ ସମସ୍ତ ସହଯୋଗ ଯୋଗାଇ ଦେବେ ବୋଲି ପ୍ରତିଶୃତି ଦେଇଥିବା କଥା ଜଣାଇଥିଲେ ।

ଅନ୍ୟତମ ଅତିଥି ଭାବେ କ୍ୟାପ ଅନୁଷ୍ଠାନର ପ୍ରତିନିଧି ଶ୍ରୀ ଟୁନା ମହାରଣା ଯୋଗଦେଇ ଯକ୍ଷ୍ମାରୋଗର ଆଶୁ ଚିହ୍ନଟିକରଣ, ଚିକିତ୍ସା ଓ ତ୍ଵରିତ ନିରାକରଣ ଉପରେ ସଚେତନତା କରିଥିଲେ । ସମ୍ମାନିତ ଅତିଥି ଭାବେ ବରିଷ୍ଠ ଚିକିତ୍ସା ତଦାରଖକାରୀ ଦୀପକ କୁମାର ଦଳବେହେରା ରୋଗର ଲକ୍ଷଣ ଓ ଏହାର ନିରାକରଣ ଉପରେ ଆଲୋଚନା କରିଥିଲେ ।
ଯକ୍ଷ୍ମାମୁକ୍ତ ଅଞ୍ଚଳ ଗଠନ ଦିଗରେ ଜନ ଭାଗୀଦାରିତା ଉପରେ ଗୁରୁତ୍ଵାରୋପ କରାଯାଇଥିଲା । ଯକ୍ଷ୍ମା ରୋଗ ସମ୍ପର୍କରେ ପରାମର୍ଶ ଦେବା ସହିତ ରୋଗୀକୁ ନିୟମିତ ଔଷଧ ସେବନ କରିବା ପାଇଁ ସ୍ୱାସ୍ଥ୍ୟକର୍ମୀ ସବିତା ବରାଡ ବୁଝାଇଥିଲେ । ଏହି କାର୍ଯ୍ୟକ୍ରମରେ ସ୍ଥାନୀୟ ସ୍ୱୟଂ ସହାୟକ ଗୋଷ୍ଠୀ ଓ ମହିଳା ଆରୋଗ୍ୟ ସମିତିର ସଦସ୍ୟାମାନେ ଯୋଗଦେଇ ଥିଲେ ।













