୧୪ ମାର୍ଚ୍ଚ,୨୦୨୪ (ଓଡିଶା ତାଜ଼ା ନ୍ୟୁଜ) ରଣପୁର :-> ସଂଯୁକ୍ତ. କିଷାନ ମୋର୍ଚ୍ଚା ଆହ୍ଵାନ ରେ ଦିଲ୍ଲୀ ର ରାମଲୀଳା ମଇ ଦାନ ରେ ଚାଲିଥି କୃଷକ ମହା ପଞ୍ଚାୟତ କୁ ସମର୍ଥନ କରି ଆଜି ରଣପୁର ବ୍ଳକ ସମ୍ମୁଖ ରେ କୃଷକ ସଭା ଓ କ୍ଷେତମଜଦୂର ୟୁନିଅନ ତରଫରୁ ବିକ୍ଷୋଭ ସଙ୍ଗଠିତ କରାଯାଇ ଥିଲା। ଚାଷି ଫସଲ ର ସର୍ବ ନିମ୍ନ ଦର ପାଇଁ ଆଇନ ପ୍ରଣୟନ,ସମସ୍ତ କୃଷି ରୁଣ ଛାଡ,

2020 ର ବିଦ୍ୟୁତ ଆଇନ ପ୍ରତ୍ୟାହାର, ମନରେଗାରେ ବର୍ଷକୁ 200 ଦିନ କାମ ଓ ଦୈନିକ ମଜୁରୀ 600 ଟଙ୍କା ପାଇଁ ବକ୍ତା ମାନେ ଦାବୀ କରିବା ସହ ଏକ ଦାବୀ ପତ୍ର ମହା ମହିମ ରାଷ୍ଟ୍ରପତି ଙ୍କ ନିକଟ କୁ ମଣ୍ଡଳ ଉନ୍ନୟନ୍ନ ଅଧିକାରୀଙ୍କ ଜରୀଆରେ ପ୍ରଦାନ କରା ଯାଇଥିଲା ।

ଏହି ବିକ୍ଷୋଭ ରେ କ୍ଷେତ ମଜଦୁର ର ଜିଲ୍ଲା ସମ୍ପାଦକ ଦୁଃଶାସନ ଜେନା,ଜୋସ୍ନା ରାଣୀ ନାୟକ, କୃଷକ ସଭା ର ନେତା ରଜତ ଜେନା, ଗଦାଧର ପ୍ରଧାନ, ଶୁଶୀଲ ମହାନ୍ତି ପ୍ରମ୍ମୁଖ ବକ୍ତବ୍ଯ ଦେଇ ଥିଲେ। ଉକ୍ତ ଖବରଟି ପ୍ରକାଶନ ଓ ପ୍ରସାରଣ ପାଇଁ ନିବେଦନ l













