ଓଡିଶା ତାଜା ନ୍ୟୁଜ୍ (୨୯ ଜୁଲାଇ ବୁଧବାର ) ବରଗଡ଼ :- ବରଗଡ଼ ଜିଲ୍ଲା ରେ କରୋନା ସଙ୍କ୍ରମିତ ଙ୍କ ସଂଖ୍ୟା କ୍ରମଶଃ ବୃଦ୍ଧି ପାଉଥିବା ବେଳେ ଜିଲ୍ଲା ର ସ୍ବାସ୍ଥ୍ୟ ସେବା ଭୁଷୁଡି ପଡିବା ଏବଂ ଏହି ସମୟରେ ୩ ଜଣ ଡାକ୍ତରଙ୍କୁ ବଦଳି ଆଦେଶ ଦେବା ବିରୋଧରେ ଆଜି ବରଗଡ଼ ଜିଲ୍ଲା ଭାଜପା ପକ୍ଷରୁ ଗାନ୍ଧୀ ଛକ ଠାରେ ମୌନ ଧାରଣାରେ ବସିଥିଲେ ।
ବରଗଡ଼ ସା°ସଦ ସୁରେଶ ପୂଜାରୀ ଙ୍କ ନେତୃତ୍ୱରେ କର୍ମିମାନେ ସାମାଜିକ ଦୂରତା ରକ୍ଷା କରି ଧାରଣା ସ୍ଥଳି ବସିଥିଲେ। ଏଥିରେ ଅନ୍ୟ ମାନଙ୍କ ମଧ୍ୟରେ ସୁରେଶ୍ଵର ଶତପଥୀ, ଅଶ୍ବିନୀ ଷଡ଼ଙ୍ଗୀ, ସୁଶାନ୍ତ ମିଶ୍ର,ପ୍ରୀତି ସିଂ,ମୁକ୍ତା ସାହୁ ପ୍ରମୁଖ ଉପସ୍ଥିତ ଥିଲେ । (ରିପୋର୍ଟ – ସତ୍ୟ ନାରାୟଣ ପ୍ରଧାନ)