୧୩ ମାର୍ଚ୍ଚ,୨୦୨୪ (ଓଡିଶା ତାଜ଼ା ନ୍ୟୁଜ) ହିଞ୍ଜିଳିକାଟୁ :-> ହିଞ୍ଜିଳିକାଟୁ ଗୋଷ୍ଠୀ ଶିକ୍ଷାଧିକାରୀଙ୍କ କାର୍ଯ୍ୟାଳୟ ଅଧିନ ମକରଝୋଳ କ୍ଳଷ୍ଟର ତରଫରୁ ଦୁଇ ଦିନ ଧରି ଆୟୋଜିତ ହୋଇଥିବା ଆମ ସଂସ୍କୃତି, ଆମ ଖେଳନା କାର୍ଯ୍ୟକ୍ରମ ବୁଧବାର ଉତ୍ସାହ ଓ ଉଦ୍ଦୀପନାର ସହ ସମାପନ ହୋଇଛି। ସିଆରସିସି ପ୍ରସନ୍ନ କୁମାର ସେଠୀଙ୍କ ତତ୍ତ୍ଵାବଧାନରେ ଗୋପୀନାଥ ପୁର ସରକାରୀ ପ୍ରାଥମିକ ବିଦ୍ୟାଳୟ ଆୟୋଜିତ କାର୍ଯ୍ୟକ୍ରମର ପ୍ରଥମ ଦିବସରେ ପ୍ରଧାନଶିକ୍ଷକ ଉଲ୍ଲାସ ଚନ୍ଦ୍ର ବେହେରା ଦ୍ଵୀପ ପ୍ରଜ୍ବଳନ କରି କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲେ। ଦ୍ଵିତୀୟ ଦିବସରେ ମୂଖ୍ୟ ଅତିଥି ଭାବେ ଗୋଷ୍ଠୀ ଶିକ୍ଷାଧିକାରୀ ଏସ. ଗିରିଧର, ସମ୍ମାନିତ ଅତିଥି ଭାବେ ଅତିରିକ୍ତ ଗୋଷ୍ଠୀ ଶିକ୍ଷାଧିକାରୀ ଭି.ସୂର୍ଯ୍ୟକାନ୍ତ,ବିଆରସିସି ସୁଶୀଲ କୁମାର ପାତ୍ର ଓ ହିସାବ ରକ୍ଷକ ଭାରତୀ ସାହୁ ପ୍ରମୁଖ ଉପସ୍ଥିତ ଥିଲେ ।
ଏହି ଅବସରରେ ଆମ ସଂସ୍କୃତି ଓ ପରମ୍ପରାରୁ କାଳକ୍ରମେ ଲୋପ ପାଇବାକୁ ବସିଥିବା ବିଭିନ୍ନ ପ୍ରକାର କୌଳିକ ବୃତ୍ତିର ଚାହିଦା, ହସ୍ତ ତିଆରି କରିବାର ନିପୂଣ କଳା କୌଶଳ,ଦକ୍ଷତା ଓ ପ୍ରତିଭାର ପୁନଃ ବିକାଶ ସହ ପୁନରୁଦ୍ଧାର ଦିଗରେ ଶିକ୍ଷାର୍ଥମାନଙ୍କ ମଧ୍ୟରେ ପ୍ରେରଣା ଓ ଉତ୍ସାହ ବୃଦ୍ଧି ପାଇଁ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ଏକ ଦୁରଦୃଷ୍ଟି ସମ୍ପନ୍ନ ପ୍ରୟାସ ଆରମ୍ଭ ହୋଇଛି। ବିଦ୍ୟାଳୟରେ ଅଧ୍ୟୟନରତ ଛୋଟ ଛୋଟ ଶିଶୁଙ୍କ ମଧ୍ୟରେ ଲୋପ ପାଇବାକୁ ବସିଥିବା ଏହିକୌଳିକ କଳାର ପରିକଳ୍ପନାକୁ ଜୀବନ୍ତ ରୂପ ଦେବା ସହ ସେମାନଙ୍କର ବୌଦ୍ଧିକ ବିକାଶରେ ବିଶେଷ ସହାୟକ ହେବା ଏବଂ ଆଗ୍ରହ ବୃଦ୍ଧି ପାଇ ଆମ ସଂସ୍କୃତି ଆମ ଖେଳନା ରେ ସାମିଲ ହେବା ପାଇଁ ପରାମର୍ଶ ଦେଇଥିଲେ।
ଆୟୋଜିତ କାର୍ଯ୍ୟକ୍ରମରେ ମକରଝୋଳ କ୍ଲଷ୍ଟରର ୬ ଗୋଟି ବିଦ୍ୟାଳୟର ଶିକ୍ଷକ ଶିକ୍ଷୟିତ୍ରୀ ଙ୍କ ଦ୍ଵାରା ପ୍ରସ୍ତୁତ ଶିକ୍ଷଣ ସାମଗ୍ରୀ ଓ ସରକାରଙ୍କ ନିର୍ଦ୍ଦୋନୁସାରେ ସ୍ଥାନୀୟ ଚିତ୍ରକର, ଖେଳନା କାରିଗର, କଳସ କାରିଗର ମାନଙ୍କୁ ନିମନ୍ତ୍ରିତ କରି ସମ୍ମାନିତ କରାଯାଇଥିଲା। ଏହି ଶିକ୍ଷଣ ସାମଗ୍ରୀ ଓ ଖେଳନା ସାମଗ୍ରୀ ଦ୍ଵାରା ଛାତ୍ର ଛାତ୍ରୀଙ୍କ ଶିକ୍ଷାଦାନ ସମୟରେ ବିଶେଷ ସହାୟକ ହେବ ବୋଲି ଅତିଥି ଓ କାରିଗର ମାନେ ଆଶା ପ୍ରକାଶ କରିଥିଲେ।