ଓଡିଶା ତାଜା ନ୍ୟୁଜ୍ (୨୯ ଜୁଲାଇ ବୁଧବାର ) ପାରଳାଖେମୁଣ୍ଡି :- ଗଜପତି ଜିଲ୍ଲାରେ କରୋନା ସଂକ୍ରମଣ ବିଶେଷ ଭାବେ ବୃଦ୍ଧି ପାଇଛି । ଏହାକୁ ପ୍ରତିହତ କରିବା ପାଇଁ ଗଜପତିରେ ଏଣିକି ପ୍ରତି ସପ୍ତାହରେ ୪ଦିନ ସଟ୍ଡାଉନ୍ ଓ ୩ ଦିନ ଲୋକ ଡାଉନ୍ ଘୋଷଣା କରାଯାଇଛି । ଗଜପତି ଜିଲ୍ଲାପାଳ ଅନୁପମ ସାହା ଏ ନେଇ ଏକ ପ୍ରେସ୍ ଇସ୍ତହାର ମାଧ୍ୟମରେ ସୁଚନା ଦେଇଛନ୍ତି ଯେ,ଆସନ୍ତା ୩୦ ତାରିଖ ଗୁରୁବାର ଠାରୁ ଅଗଷ୍ଟ ୨ତାରିଖ ୪ଦିନ ପର୍ଯ୍ୟନ୍ତ ସଟ୍ଡାଉନ୍ ଜାରି ରହିବ ପ୍ରତି ସପ୍ତାହରେ ଗୁରୁବାର ଠାରୁ ଆରମ୍ଭ କରି ରବିବାର ପର୍ଯ୍ୟନ୍ତ ସଟ୍ଡାଉନ୍ ରହିବ ଓ ସୋମବାର ଠାରୁ ବୁଧୁବାର ପର୍ଯ୍ୟନ୍ତ ଲୋକ ଡାଉନ୍ ରହିବ। ଏହି ସମୟରେ ପାରଳାଖେମୁଣ୍ଡି ସହର , କାଶୀନଗର ଏନଏସି,ପ୍ରତି ପଞ୍ଚାୟତ ସମିତିର ମୁଖ୍ୟାଳୟ,ଗୋଷାଣୀ ବ୍ଲକ ର କେରାଣ୍ଡିଓକତଲକଇଠା ,
ରାଣୀପେଣ୍ଠ ଓ ଝାମି ପଞ୍ଚାୟତକୁ ସଟ୍ଡାଉନ୍ ଘୋଷଣା କରାଯାଇଛି । ଏହି ସମୟରେ କେବଳ ଜରୁରୀ ସ୍ୱାସ୍ଥ୍ୟ ସେବା , ଔଷଧ ଦୋକାନ ଓ ଦୁଗ୍ଧ ଦୋକାନ ଖୋଲା ରହିବ । ଅତ୍ୟାବଶ୍ୟକୀୟ ସାମଗ୍ରୀ ପରିବହନ କରୁଥିବା ଯାନବାହନ ଚଳାଚଳ କରିବ । ମାସ୍କ ଲଗାଇଥିବା ବ୍ୟକ୍ତିଙ୍କୁ ହିଁ ଦୋକାନୀ ଜିନିଷ ଦେବେ ଓ ସାମାଜିକ ଦୁରତା ରକ୍ଷା କରିବେ । କୌଣସି ସରକାରୀ ଅଧିକାରୀ କିମ୍ବା କର୍ମଚାରୀ ମୁଖ୍ୟାଳୟ ଛାଡି ଯାଇପାରିବେ ନାହିଁ । ଏହି ସମୟରେ ସମସ୍ତେ ଘରେ ରହି ସୁରକ୍ଷିତ ରହିବା ପାଇଁ ପ୍ରେସ୍ ବିବୃତିରେ ଆହ୍ୱାନ ଦେଇଛନ୍ତି । ( ରିପୋର୍ଟ -ଗରୁଡ଼ ଧ୍ଵଜ ଚୌଧୁରୀ)