ପ୍ରଯୁକ୍ତି ବିଦ୍ୟା ଓ ନୂତନ ବୈଷୟିକ ଜ୍ଞାନ କୌଶଳରେ ଅପରାଧ ନିୟନ୍ତ୍ରଣ ପୁଲିସର ମୁଖ୍ୟଲକ୍ଷ୍ୟ
୧୩ ମାର୍ଚ୍ଚ,୨୦୨୪ (ଓଡିଶା ତାଜ଼ା ନ୍ୟୁଜ) ହିଞ୍ଜିଳିକାଟୁ :-> ରାଜ୍ୟ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗଞ୍ଜାମ ପୁଲିସ ଜିଲ୍ଲାର ହିଞ୍ଜିଳି ଥାନା ସମେତ ୧୫ଟି ଜିଲ୍ଲାର ନବନିର୍ମିତ ୨୯ଟି ଥାନା କୋଠା/ଫାଣ୍ଡି/ପୁଲିସ ଉପଖଣ୍ଡ ଅଧିକାରୀ କାର୍ଯ୍ୟାଳୟର ଆଭାସି ମାଧ୍ୟମରେ ବୁଧବାର ଲୋକାର୍ପିତ କରିଛନ୍ତି । ପୁଲିସି ଡିଜି ଅରୁଣ କୁମାର ଷଡଙ୍ଗୀଙ୍କ ଅଧ୍ୟକ୍ଷତାରେ ଓଡିଶା ପୁଲିସ ମୁଖ୍ୟାଳୟ ଠାରେ ଆୟୋଜିତ କାର୍ଯ୍ୟକ୍ରମରେ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ ।
୫-ଟି ତଥା ନବୀନ ଓଡିଶା ଅଧ୍ୟକ୍ଷ ଭି.କେ.ପାଣ୍ଡିୟାନଙ୍କ ସଂଯୋଜନାରେ ଆୟୋଜିତ ଲୋକାର୍ପଣ ଉତ୍ସବରେ ମୁଖ୍ୟମନ୍ତ୍ରୀ ରାଜ୍ୟରେ ଲୋକଙ୍କ ସୁରକ୍ଷାକୁ ପ୍ରାଥମିକତା ଦେବା ସହ ମହିଳା, ଶିଶୁ, ଦିବ୍ୟାଙ୍ଗଙ୍କ ସହାୟତା ଲାଗି ନବ ନିର୍ମିତ ଥାନା କୋଠାରେ ଉତ୍କୃଷ୍ଟ ସେବା ଓ ସହାୟତା ଉପଲବ୍ଧ ଥିବା ମତବ୍ୟକ୍ତ କରିଥିଲେ । ପ୍ରଯୁକ୍ତି ବିଦ୍ୟା ଓ ନୂତନ ବୈଷୟିକ ଜ୍ଞାନ କୌଶଳରେ ବିଭିନ୍ନ ଅପରାଧିକ କାର୍ଯ୍ୟକଳାପକୁ ନିୟନ୍ତ୍ରଣ କରିବାରେ ଓଡିଶା ପୁଲିସ ଅଧିକ କ୍ରିୟାଶୀଳ,ଦକ୍ଷତା ସଂପନ୍ନ ଓ ସଫଳତା ହାସଲ କରିବା ମୁଖ୍ୟଲକ୍ଷ୍ୟ ବୋଲି ପୁଲିସି ଡିଜି ଷଡଙ୍ଗୀ କହିଥିଲେ ।
୫-ଟି ଆଧାରରେ ପୁଲିସ ରାଜ୍ୟର ଅସହାୟ, ଅବହେଳିତ ଓ ନିଷ୍ପେଷିତ ଲୋକଙ୍କୁ ସହାନୁଭୂତି ସହ ଉତ୍ତମ ବ୍ୟବହାର ପଦର୍ଶନ ପୂର୍ବକ ସାମାଜିକ ସୁରକ୍ଷା, ତ୍ୱରିତ ପଦକ୍ଷେପ ମନୋଭାବ ନେଇ ଅଧିକ ନିକଟତର ହେବା ସହ ନ୍ୟାୟ ପ୍ରଦାନରେ ମୁଖ୍ୟମନ୍ତ୍ରୀଙ୍କ ଆଭିମୁଖ୍ୟକୁ ୫ଟି ଅଧ୍ୟକ୍ଷ ପାଣ୍ଡିୟାନ, ପୁଲିସ ବିଭାଗକୁ ପରାମର୍ଶ ଦେଇଥିଲେ । ଏହି ଅବସରରେ ୨କୋଟ ୧୭ ଲକ୍ଷ ୩ ହଜାର ବ୍ୟୟ ଅଟକଳରେ ନବ ନିର୍ମିତ ସୁରମ୍ୟ ବହୁତଳ କୋଠାକୁ ମାନ୍ୟବର ମୁଖ୍ୟମନ୍ତ୍ରୀ ଲୋକାର୍ପିତ କରିଥିଲେ । ପରେ ଗଞ୍ଜାମ ଆରକ୍ଷୀ ଅଧିକ୍ଷକ ଜଗ ମୋହନ ମୀନାଙ୍କ ଗହଣରେ ଆସିକା ସାଂସଦ ପ୍ରମିଳା ବିଷୋୟୀ ରିବନ କାଟି ନବ ନିର୍ମିତ କୋଠାର ଗୃହ ପ୍ରବେଶ କରିଥିଲେ ।
ଆୟୋଜିତ ଲୋକାର୍ପଣ ଉତ୍ସବରେ ଓଏସଏଏମବି ଅଧ୍ୟକ୍ଷ ସୁରେନ୍ଦ୍ର ପ୍ରଧାନ,ପୌରାଧ୍ୟକ୍ଷ ସୁବାଷ ପୋଲେଇ,ବ୍ଳକ ଅଧ୍ୟକ୍ଷା ସରସ୍ୱତୀ ସେଠି, ରାଜ୍ୟ ବିଜେଡି ସାଧାରଣ ସମ୍ପାଦକ ଦେବାନନ୍ଦ ମହାପାତ୍ର, ଗ୍ରୀଟ୍ ଅଧ୍ୟକ୍ଷ ପବିତ୍ର ମୋହନ ପାଣିଗ୍ରାହୀ, ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ସଂଗ୍ରାମ କେଶରୀ ବେହେରା, ହିଞ୍ଜିଳିକାଟୁ ବିଡିଓ ଦିବ୍ୟଜ୍ୟୋତି ସ୍ମୃତିରଞ୍ଜନ ଦେଓ,ପ୍ରାକ୍ତନ ବ୍ଳକ ଅଧ୍ୟକ୍ଷ ଏନ. ରଘୁନାଥ,
ଜିଲ୍ଲା ସାଧାରଣ ସମ୍ପାଦକ ଅନିଲ ମହାପାତ୍ର, ଆସିକା ଏସଡିପିଓ ସଞ୍ଜୟ ମହାପାତ୍ର,ହିଞ୍ଜିଳି ଥାନା ଆଇଆଇସି ଶ୍ରୀନିବାସ ସେଠି, କୋଟିନଡା ଥାନା ଆଇଆଇସି କୃଷ୍ଣଚନ୍ଦ୍ର ସାହା, ଆସିକା ଥାନା ଆଇଆଇସି ରାଜେନ୍ଦ୍ର ପଟ୍ଟନାୟକ, ବେଲଗାଁ ଥାନା ଆଇଆଇସି ସ୍ମିତାରାଣୀ ପ୍ରଧାନଙ୍କ ସମେତ ବହୁ ଜିଲ୍ଲା ପରିଷଦସଭ୍ୟ, ସରପଞ୍ଚ, ସମିତିସଭ୍ୟ, କାଉନସିଲର ଓ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଓ ବୁଦ୍ଧିଜୀବି ଉପସ୍ଥିତ ଥିଲେ ।