୧୩ ମାର୍ଚ୍ଚ,୨୦୨୪ (ଓଡିଶା ତାଜ଼ା ନ୍ୟୁଜ) ଖୋର୍ଦ୍ଧା -ଜଟଣୀ :-> ଭାରତୀୟ ରେଳ ଟ୍ରାଫିକ ସେବା (ଆଇଆରଟିଏସ) ଅଧିକାରୀ ଶ୍ରୀ ଅନିଲ କୁମାର ଏସ୍ ଖୋର୍ଦ୍ଧାରୋଡ ମଣ୍ଡଳର ନୂତନ ବରିଷ୍ଠ ମଣ୍ଡଳ ବାଣିଜ୍ୟ ପ୍ରବନ୍ଧକ ଭାବେ ଦାୟିତ୍ବ ଗ୍ରହଣ କରିଛନ୍ତି । ତାଙ୍କର ବର୍ତ୍ତମାନର ପୋଷ୍ଟିଂ ପୂର୍ବରୁ ସେ ଖୋର୍ଦ୍ଧା ରୋଡ ମଣ୍ଡଳର ବରିଷ୍ଠ ମଣ୍ଡଳ ପରିଚାଳକ ପ୍ରବନ୍ଧକ (ମୋଭମେଣ୍ଟ) ଭାବରେ କାର୍ଯ୍ୟ କରୁଥିଲେ।
ଭାରତୀୟ ରେଳବାଇରେ ତାଙ୍କର ଦଶ ବର୍ଷ ସେବା କରିବାର ଅଭିଜ୍ଞତା ରହିଛି। ଶ୍ରୀ ଅନିଲ କୁମାର ୨୦୧୩ ବ୍ୟାଚ୍ ର ଭାରତୀୟ ରେଳ ଟ୍ରାଫିକ ସେବା (ଆଇଆରଟିଏସ)ଅଧିକାରୀ। ସେ ୨୦୦୪ ମସିହାରେ ହାଇଦ୍ରାବାଦର ଓସମାନିଆ ୟୁନିଭରସିଟିରେ ଇଲେକ୍ଟ୍ରୋନିକ୍ସ ଆଣ୍ଡ ଟେଲି ଯୋଗାଯୋଗରେ ସ୍ନାତକ ଡିଗ୍ରୀ ପ୍ରାପ୍ତ କରିଛନ୍ତି।
ରେଳବାଇରେ ଯୋଗଦେବା ପୂର୍ବରୁ ଶ୍ରୀ ଅନିଲ କୁମାର ଦୁଇ ବର୍ଷ ଧରି Danlaw Inc. ରେ କାର୍ଯ୍ୟ କରୁଥିଲେ । ସେ ଭାରତୀୟ ରେଳବାଇରେ ବିଭିନ୍ନ ପଦବୀ ରେ କାର୍ଯ୍ୟ କରିଛନ୍ତି ଯଥା ବିଶାଖାପାଟନମ୍ ଡିଭିଜନରେ ଆସିଷ୍ଟାଣ୍ଟ ଅପରେସନ୍ ମ୍ୟାନେଜର (କଣ୍ଟ୍ରୋଲ୍) ଆସିଷ୍ଟାଣ୍ଟ ଅପରେସନ୍
ମ୍ୟାନେଜର (କୋଚିଂ) ଏରିଆ ମ୍ୟାନେଜର (ୱାଲ୍ଟିଅର ମାର୍ଶଲିଂ ୟାର୍ଡ) ପୂର୍ବତଟ ରେଳବାଇ ମୁଖ୍ୟାଳୟରେ ଡେପୁଟୀ ଚିଫ୍ କମର୍ସିଆଲ୍ ମ୍ୟାନେଜର (ମାଲ ପରିବହନ ସେବା) ଏବଂ ଖୋର୍ଦ୍ଧାରୋଡ ମଣ୍ଡଳର ବରିଷ୍ଠ ମଣ୍ଡଳ ପରିଚାଳକ ପ୍ରବନ୍ଧକ (ମୋଭମେଣ୍ଟ) ଭାବେ କାର୍ଯ୍ୟ କରିଛନ୍ତି ।