୧୩ ମାର୍ଚ୍ଚ,୨୦୨୪ (ଓଡିଶା ତାଜ଼ା ନ୍ୟୁଜ) ଓଡଗାଁ :-> ରାଜ୍ୟ ସରକାର ସରଣକୁଳ ଲଡ଼ୁବାବାଙ୍କ କ୍ଷେତ୍ରକୁ ବୁଧବାର ଦିନ ବିଜ୍ଞାପିତ ଅଞ୍ଚଳ ପରିଷଦ ଭାବେ ଘୋଷଣା କରିବା ପରେ ସବୁଠି ଖୁସିର ଲହରୀ ଖେଳିଯାଇଛି । ସରଣକୁଳ ବାସୀଙ୍କ ପକ୍ଷରୁ ମୁଖ୍ୟମନ୍ତ୍ରୀକୁ କୃତଜ୍ଞତା ଜଣାଇଛନ୍ତି । ସୂଚନାରୁ ପ୍ରକାଶ ନୟାଗଡ ଜିଲ୍ଲା ସରଣକୁଳ ପଞ୍ଚାୟତ ଓ ହରିହରପୁର ପଞ୍ଚାୟତକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନୂତନ ବିଜ୍ଞାପିତ ଅଞ୍ଚଳ ଘୋଷଣା କରିଥିବାର ଜଣାଯାଇଛି ।
ବିଜ୍ଞାପିତ ଅଞ୍ଚଳ ପରିଷଦ ନିମନ୍ତେ ଜନସାଧାରଣଙ୍କ ବହୁଦିନ ଧରି ଦାବି ହୋଇ ଆସୁଥିବା ବେଳେ ବୁଧବାର ଘୋଷଣା ପରେ ସରଣକୁଳ ଜନସାଧାରଣ ଓ ନାଗରିକ ମଞ୍ଚ ପକ୍ଷରୁ ଲଡ଼ୁବାବାଙ୍କ ମନ୍ଦିର ସମ୍ମୁଖରେ ବାଣ ଫୁଟାଇ,ପରସ୍ପର ମଧ୍ୟରେ ମିଠା ଖୁଆଇ ଖୁସି ମନାଇଥିବାର ଦେଖିବାକୁ ମିଳିଥିଲା ।
ଏହି ଅବସରରେ ବହୁ ସାଙ୍ଗଠନିକ ସହ ସ୍ଥାନୀୟ ଅଞ୍ଚଳବାସୀ ଉପସ୍ଥିତ ରହି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ୫ଟି ଅଧ୍ୟକ୍ଷ ଭି. କେ.ପାଣ୍ଡିଆନ ଓ ରଣପୁର ବିଧାୟକ ସତ୍ୟନାରାୟଣ ପ୍ରଧାନଙ୍କୁ କୃତଜ୍ଞତା ଜଣାଇଛନ୍ତି । ଏଥିସହିତ ସରଣକୁଳରେ ବିକାଶ ମୂଳକ କାର୍ଯ୍ୟ ହେବା ସହ ସ୍ଥାନୀୟ ଅଞ୍ଚଳବାସୀ ସବୁ ପ୍ରକାର ସହାୟତା ପାଇ ପାରିବେ ବୋଲି ଆଶା ରଖିଛନ୍ତି |