୧୩ ମାର୍ଚ୍ଚ,୨୦୨୪ (ଓଡିଶା ତାଜ଼ା ନ୍ୟୁଜ) ଦଶପଲ୍ଲା :-> ଜଙ୍ଗଲ ନିଆଁରୁ ଜଳିଯାଇଛି ଏକରଏକର ଫାର୍ମ ହାଉସ ନଷ୍ଟ ହୋଇଚାଲିଛି ଲକ୍ଷଲକ୍ଷ ଟଙ୍କାର ଗଛ ଓ ପାଇପ୍ ଦଶପଲ୍ଲା ବ୍ଲକ୍ ତଥା ଗଣିଆ ବନାଞ୍ଚଳର ମଧ୍ୟଖଣ୍ଡ ସେକ୍ସନ ଅଧୀନସ୍ଥ ଶରଧାପୁର ଗ୍ରାମ ନିକଟରେ ଥିବା ଏକ ଫାର୍ମ ହାଉସ୍ରେ ଆଜି ଏଭଳି ଘଟଣା ଦେଖିବାକୁ ମିଳିଛି। ନିଆଁର ଭୟାବହତା ଏତେ ମାତ୍ରାରେ ବଢ଼ିଯାଇଥିଲା ଯେ ଶେଷରେ ଖବର ପାଇ ଦମକଳ ବାହିନୀ ପହଞ୍ଚି ନିଆଁକୁ ଆୟତ କରିଛି। ମିଳିଥିବା ସୂଚନା ଅନୁଯାୟୀ, ଶରଧାପୁର ନିକଟସ୍ଥ ଝିଣ୍ଟିକାବଣି ଜଙ୍ଗଲରେ ନିଆଁ ଲାଗିଥିଲା।
ବନବିଭାଗର ନିଷ୍କ୍ରିୟତା ନେଇ ନିଆଁ ଧୀରେଧୀରେ ଜଙ୍ଗଲସାରା ବ୍ୟାପିବା ସହ ନିକଟରେ ଥିବା ଝରଣା ସୀଠଙ୍କ ଫାର୍ମ ହାଉସରେ ଲାଗିଥିଲା । ଫାର୍ମର ପ୍ରାୟ ୮ ଏକର ସ୍ଥାନରେ ଲାଗିଥିବା ପାମ୍ ଗଛ ଜଳିଯିବା ସହ ବିଛା ଯାଇଥିବା ପାଇପ୍ଗୁଡିକ ନଷ୍ଟ ହୋଇଯାଇଛି। ଦମକଳ ବାହିନୀର କର୍ମଚାରୀମାନେ ପହଞ୍ଚି ନିଆଁକୁ ଆୟତ କରିଛନ୍ତି। ଏପଟେ ସଂଧ୍ୟାରେ ମଧ୍ୟ ଉକ୍ତ ସେକ୍ସନର ଗୋବର୍ଦ୍ଧନପୁର ଗ୍ରାମ ନିକଟସ୍ଥ ଆମ୍ବଘଟି ଜଙ୍ଗଲରେ ନିଆଁ ଲାଗିଥିବା ଜଣାପଡ଼ିଛି । ଏଭଳି ଏହି ସେକ୍ସନର ଏକାଧିକ ଜଙ୍ଗଲରେ ନିଆଁ ଲାଗି ବହୁ ଗଛ ନଷ୍ଟ ହୋଇଥିବା ଜଣାପଡ଼ିଛି।