୧୩ ମାର୍ଚ୍ଚ,୨୦୨୪ (ଓଡିଶା ତାଜ଼ା ନ୍ୟୁଜ) ଦଶପଲ୍ଲା :-> ଭାରତ ପ୍ରସିଦ୍ଧ ଐତିହାସିକ ଲଙ୍କାପୋଡ଼ି ଯାତ୍ରା ୨୦୨୪ର ସଫଳ ଆୟୋଜନ ନିମନ୍ତେ ମଙ୍ଗଳବାର ସଂଧ୍ୟାରେ ଦଶପଲ୍ଲାର ଆରାଧ୍ୟ ଦେବ ଶ୍ରୀ ଶ୍ରୀ ମହାବୀରକଂ ମନ୍ଦିର ପରିସରରେ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ଚଳିତ ବର୍ଷ ୧୫ ଦିନ ପାଇଁ ଯାତ୍ରା ଉତ୍ସବ କରିବା ନିମନ୍ତେ ନିଷ୍ପତ୍ତି ଗ୍ରହଣ କରାଯାଇଛି । ବୈଠକରେ ଯାତ୍ରା କମିଟି ସଭାପତି ତଥା ବିଧାୟକ ରମେଶ ଚନ୍ଦ୍ର ବେହେରା,
ସମ୍ପାଦକ ସୂର୍ଯ୍ୟମଣି ଦାସ ଓ କୋଷାଧକ୍ଷ ଭବାନୀ ପ୍ରସାଦ ମିଶ୍ରଙ୍କ ସମେତ ଲଙ୍କାପୋଡି ଯାତ୍ରା କମିଟିର କର୍ମକର୍ତ୍ତା ଓ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଉପସ୍ଥିତ ଥିଲେ । ସୂଚନା ଯୋଗ୍ୟ ଯେ, ୨୦୨୪ର ଦଶପଲ୍ଲା ଲଙ୍କାପୋଡି ଯାତ୍ରା ଅପ୍ରେଲ ୧୭ ତାରିଖରୁ ଆରମ୍ଭ ହୋଇ ମଇ ପହିଲା ପର୍ଯ୍ୟନ୍ତ ଚାଲିବ । ମୁଖ୍ୟ ଉତ୍ସବ ଲଙ୍କାପୋଡି ଯାତ୍ରା (ରାବଣ ବଧ) ଅପ୍ରେଲ ୩୦ ତାରିଖ (ମଙ୍ଗଳବାର) ଦିନ ଅନୁଷ୍ଠିତ ହେବ ।