୧୪ ମାର୍ଚ୍ଚ,୨୦୨୪ (ଓଡିଶା ତାଜ଼ା ନ୍ୟୁଜ) ଦଶପଲ୍ଲା :-> କନ୍ଧମାଳ ସାଂସଦ ଡ଼. ଅଚ୍ୟୁତ ସାମନ୍ତ ଙ୍କ ପ୍ରୟାସ ଓ କିଟ୍ ଆର୍ଥିକ ସହାୟତାରେ (kiims) ପରିଚାଳନାରେ ଦଶପଲ୍ଲା ସ୍ଥିତ ଖମାରସାହି ନିକଟରେ କିମ୍ସ ର ୧୦୦ ଶଯ୍ୟା ବିଶିଷ୍ଟ ସୁପର – ସ୍ପେସାଲିଟିହସ୍ପିଟାଲ ନିର୍ମାଣ ପାଇଁ ଡ଼. ଅଚ୍ୟୁତ ସାମନ୍ତ ଙ୍କ କରକମଳରେ ଭୂମି ପୂଜନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ସମ୍ମାନୀତ ଅତିଥି ଭାବରେ ଦଶପଲ୍ଲା ବିଧାୟକ ରମେଶ ଚନ୍ଦ୍ର ବେହେରା ଯୋଗଦେଇଥିବା ବେଳେ ହଜାର ହଜାର ସଂଖ୍ୟାରେ ଯୁବ,ଛାତ୍ର,ମହିଳା ମଧ୍ୟ ଯୋଗଦେଇଥିଲେ।କାର୍ଯ୍ୟକ୍ରମର ପ୍ରାରମ୍ଭ ରୁ ଉପସ୍ଥିତ ଅତିଥି ମାନେ କନ୍ଧମାଳ ସାଂସଦ ଡ଼. ଅଚ୍ୟୁତ ସାମନ୍ତ ଙ୍କୁ ଏକ ବିରାଟ ରାଲି ମାଧ୍ୟମରେ ଭୂମି ପୂଜନ ସ୍ଥାନକୁ ପାଛୋଟି ନେଇଥିଲେ ।

ପରେ ସେଠାରେ ସାଂସଦ ଡ଼. ସାମନ୍ତ ୧୦୦ ଶଯ୍ୟା ବିଶିଷ୍ଟ ମେଡ଼ିକାଲ ର ଶୁଭ ଦେଇଥିଲେ।ପରେ ସାଂସଦ ଙ୍କୁ ଧନ୍ୟବାଦ୍ ଉଦ୍ଧେଶ୍ୟରେ ଏକ ସଭାର ଆୟୋଜନ ହୋଇଥିଲା । ସେଠାରେ ଦଶପଲ୍ଲା ର ବିଭିନ୍ନ ସଙ୍ଗଠନ ତରଫରୁ ସାଂସଦ ଙ୍କୁ ଫୁଲତୋଡା, ଉତ୍ତରୀୟ ଦେଇ ସମର୍ଧିତ କରିଥିଲେ । ପରେ ସାଂସଦ ଡ଼. ସାମନ୍ତ ଙ୍କ ନେତୃତ୍ୱରେ କଂଧମାଳ ଜିଲ୍ଲାରେ ହୋଇଥିବା ନିଯୁକ୍ତି ମେଳାରେ ଦଶପଲ୍ଲାର ୧୦୦୦ ରୁ ଊର୍ଦ୍ଧ୍ବ ଯୁବକ ନିଯୁକ୍ତି ପାଇଥିବା ବେଳେ ଆଜି କିଛି ଯୁବକ କୁ ସାଂସଦ ଙ୍କ ହାତରେ ନିଯୁକ୍ତି ପତ୍ର ପ୍ରଦାନ କରଯାଇଥିଲା । ପରେ ଦଶପଲ୍ଲାର କିଛି ଭିନ୍ନକ୍ଷମ ବ୍ୟକ୍ତିଙ୍କୁ ଟ୍ରାଇସାଇକେଲ ପ୍ରଦାନ କରାଯିବା ନେଇ ଘୋଷଣା କରାଯାଇଥିଲା । ପରେ ଉପସ୍ଥିତ ଜନସାଧାରଣ , ବୁଦ୍ଧିଜୀବୀ ,ନେତ୍ରୁ ମଣ୍ଡଳୀ କନ୍ଧମାଳ ସାଂସଦ ଙ୍କୁ ଭୂୟସୀ ପ୍ରଶଂସା କରିଥିଲେ ।













