୧୩ ମାର୍ଚ୍ଚ,୨୦୨୪ (ଓଡିଶା ତାଜ଼ା ନ୍ୟୁଜ) କୋରାପୁଟ :-> ରାଜ୍ୟ ବିଜେପି ନେତାମାନଙ୍କ ସହିତ ଦିଲ୍ଲୀରେ କେନ୍ଦ୍ରର ଶୀର୍ଷ ନେତୃତ୍ୱଙ୍କ ଚାଲିଛି ମାରାଥନ୍ ବୈଠକ । ସେଠାରେ ଆଲୋଚନା ପରେ ନିର୍ଣ୍ଣାୟକ ନିଷ୍ପତ୍ତି ହେବାର ଅଛି । ସେହିପରି ରାଜ୍ୟରେ ପ୍ରାୟ ଦୁଇ ସପ୍ତାହ ଧରି ଯେଉଁ ଆଲୋଚନା ଚାଲିଛି ତାହା କେଉଁ ରୂପ ନେଉଛି ଜନସାଧାରଣ ଜାଣିବା ପାଇଁ ଏକ ପ୍ରକାର ବ୍ଯତିବ୍ଯସ୍ତ ହୋଇ ପଡିଲେଣି କହିଲେ ଅତ୍ୟୁକ୍ତି ହେବନାହିଁ । ସେହିପରି ତୃଣ ମୂଳ ସ୍ଥରର କର୍ମୀଙ୍କ ଠାରୁ ଆରମ୍ଭ କରି ନେତା ଓ ଆଶାୟୀ ପ୍ରାର୍ଥୀ ମାନେ ଘୋଷଣା କୁ ଅପେକ୍ଷା କରି ଏକ ପ୍ରକାର ଧୈର୍ଯ୍ୟଚ୍ୟୁତ ହୋଇ ପଡିଲେଣି ।
ସେ ବିଜେଡି ହେଉ ଅବା ବିଜେପି କର୍ମୀ ମାନଙ୍କ ମଧ୍ୟରେ ଏନେଇ ଲାଭ କ୍ଷତିକୁ ନେଇ ଆଲୋଚନା ଜାରି ରହିଥିବା ବେଳେ ରାଜା ନେତୃବୃନ୍ଦ ପୁର୍ବରୁ ଯାହା କହୁଥିଲେ ବର୍ତ୍ତମାନ ପ୍ରାୟତଃ କେହି ମୁଁହ ଖୋଲୁ ନଥିବା ବେଳେ ଯିଏବା କହୁଛି ମାପିଚୁପି କହୁଛି । କହିବାକୁ ଗଲେ କେନ୍ଦ୍ରୀୟ ଶୀର୍ଷ ନେତୃତ୍ୱଙ୍କ ନିଷ୍ପତ୍ତି ପାଇଁ ବାରମ୍ବାର ଦିଲ୍ଲୀ ଗସ୍ତ କରିବା ପରେ ଆଜି ମଧ୍ୟ ଆଲୋଚନା ଜାରି ରହିଛି ।
ବାକି ରହିଛି ରାଜ୍ୟରେ ୨୧ଟି ଲୋକସଭା ଓ ୧୪୭ ବିଧାନସଭା ଆସନରୁ ବିଜେଡି ଓ ବିଜେପି କେତୋଟି ଆସନ ଭାଗବଣ୍ଟା ଓ ଉଭୟ ଦଳ ମନ୍ତ୍ରୀ ପରିଷଦରେ ସାମିଲ୍ କୁ ନେଇ ନିଷ୍ପତ୍ତି ପରେ ବୁଧବାର ଏକପ୍ରକାର ଚୁଡାନ୍ତ ନିଷ୍ପତ୍ତି ସହିତ ଘୋଷଣା ହୋଇଯାଇ ପାରେ । ସେହିପରି ରାଜ୍ଯ ବାସୀଙ୍କୁ ଏନେଇ ଉଭୟ ଦଳ ପକ୍ଷରୁ ସୂଚିତ କରାଯାଇ ନିଷ୍ପତ୍ତି ସମ୍ପର୍କରେ ଶୁଣାଇ ଦିଆଯାଇପାରେ ।