କୋରାପୁଟ ଲୋକସଭା କ୍ଷେତ୍ରରେ ବର୍ତ୍ତମାନ ସାଂସଦ ଙ୍କ ସହିତ କଂଗ୍ରେସରେ ତିନି ପୁର୍ବତ୍ତନ ସାଂସଦ ଆଶାୟୀ

 ମାର୍ଚ୍ଚ,୨୦୨୪ (ଓଡିଶା ତାଜ଼ା ନ୍ୟୁଜ) କୋରାପୁଟ  :-> ଆଉ ମାତ୍ର ଦେଢ଼ ମାସ ମଧ୍ୟରେ ରହିଲା ସାଧାରଣ ନିର୍ବାଚନ । ବିଭିନ୍ନ ଦଳରେ ଅଛନ୍ତି ଅନେକ ନେତା , ତେବେ କୋରାପୁଟ ସଂସଦୀୟ କ୍ଷେତ୍ରରେ ବର୍ତ୍ତମାନର ସାଂସଦଙ୍କୁ ମିଶାଇ ତିନିଜଣ ପୁର୍ବତ୍ତନ ସାଂସଦ ଆଶାୟୀ ଥିବା ଶୁଣିବାକୁ ମିଳୁଛି । ସପ୍ତଗିରି ଉଲ୍ଲାକା ବର୍ତ୍ତମାନ କୋରାପୁଟ ସାଂସଦ ଥିବା ବେଳେ କୋରାପୁଟ ଲୋକସଭା ଆସନରୁ ୯ ଥର ଜିତିଥିବା ଡଃ ଗିରିଧର ଗମାଙ୍ଗ ଓ ଥରେ ସାଂସଦ ଭାବେ ନିର୍ବାଚିତ ହୋଇଥିବା ଗମାଙ୍ଗଙ୍କ ପତ୍ନୀ ହେମା ଗମାଙ୍ଗ ଓ ଦୁହେଁ କଂଗ୍ରେସ ପ୍ରାର୍ଥୀ ଭାବେ ଏବଂ ଜୟରାମ ପାଙ୍ଗି ଯେ କି ବିଜୁ ଜନତା ଦଳରେ ଥାଇ ସାଂସଦ ଭାବେ ନିର୍ବାଚିତ ହୋଇଥିଲେ ସେ ମଧ୍ୟ କଂଗ୍ରେସରେ କିଛିଦିନ ତଳେ ଯୋଗ ଦେଇଛନ୍ତି ।

ଗମାଙ୍ଗ ପରିବାର ବିଭିନ୍ନ ଦଳରେ ଯୋଗ ଦେବା ପରେ ଶେଷରେ ବିଜେପିରେ ସାମିଲ୍ ହୋଇଥିଲେ ଗିରିଧର ଗମାଙ୍ଗଙ୍କ ସହିତ ପତ୍ନୀ ହେମା ଓ ତାଙ୍କ ପୁଅ ଶିଶିର ଗମାଙ୍ଗ । ସମସ୍ତେ କଂଗ୍ରେସ ପରିତ୍ଯାଗ କରିଥିଲେ । କିନ୍ତୁ ସେଠାରେ ସେମାନଙ୍କୁ ଗୁରୁତ୍ବ ଦିଆ ନଯିବା ଆରୋପ କରି ସମସ୍ତେ ଗତ କିଛି ଦିନ ହେଲା ଆସି କଂଗ୍ରେସରେ ଯୋଗଦେଇଛନ୍ତି । ସୂଚନା ଯୋଗ୍ୟ ଗିରିଧର କୋରାପୁଟ ଲୋକସଭା ଆସନରୁ ୮ ଥର ଲଗାତର ଏବଂ ୧୮୭୨ ରୁ ୧୯୯୮ ମଶିହା ର୍ଯ୍ୟନ୍ତ ସାଂସଦ ଭାବେ ନିର୍ବାଚିତ ହେବା ସହିତ ଜାନକୀବଲ୍ଲଭ ପଟ୍ଟନାୟକଙ୍କ ପରେ ସ୍ଵଳ୍ପକାଳୀନ ପାଇଁ ଓଡିଶାର ମୁଖ୍ୟମନ୍ତ୍ରୀ ହୋଇଥିବା ବେଳେ ଲକ୍ଷ୍ମୀପୁର ବିଧାନସଭା ନିର୍ବାଚନମଣ୍ଡଳୀରୁ ଅନନ୍ତରାମ ମାଝି ଇସ୍ତଫା ଦେବାପରେ ଉପନିର୍ବାଚନ ଜିଣି ଗମାଙ୍ଗ ବିଧାନସଭା ଯାଇଥିଲେ।

ସେହିପରି ଗମାଙ୍ଗଙ୍କ ପତ୍ନୀ ହେମା ୨୦୦୪ ପର୍ଯ୍ୟନ୍ତ ଲୋକସଭାକୁ କଂଗ୍ରେସ ଦଳରରୁ ନିର୍ବାଚିତ ହୋଇଥିଲେ । ପରବର୍ତ୍ତୀ ସମୟରେ ୨୦୦୪ ମଧ୍ଯ ଗିରିଧର ଲୋକସଭାକୁ ନିର୍ବାଚିତ ହୋଇଥିଲେ । ସେହିପରି ଜୟରାମ ପାଙ୍ଗି ମଧ୍ଯ ବିଜୁଜନତା ଦଳରୁ ୨୦୦୯ ରେ ଲୋକସଭାକୁ ନିର୍ବାଚିତ ହୋଇଥିବା ବେଳେ ଝିନ ହିକକା ୨୦୧୪ ଓ ୨୦୧୯ ରେ ପୁର୍ବତ୍ତନ ମନ୍ତ୍ରୀ ରାମଚନ୍ଦ୍ର ଉଲାକାଙ୍କ ପୁତ୍ର ଇଂ ସପ୍ତଗିରି ଉଲ୍ଲାକା କଂଗ୍ରେସ ରୁ ନିର୍ବାଚନ ଜିଣିଥିଲେ। କିନ୍ତୁ ବର୍ତ୍ତମାନ ସାଂସଦ ଥିବା ସପ୍ତଗିରି ଉଲ୍ଲାକା କଂଗ୍ରେସରୁ ପ୍ରାର୍ଥୀ ହେବାକୁ ଏକ ପ୍ରକାର ସ୍ଥିର ହୋଇ ସାରିଥିବା କଥା ଶୁଣିବାକୁ ମିଳିଥିବାବେଳେ

ଗିରିଧର ଗମାଙ୍ଗ ତାଙ୍କ ପତ୍ନୀ ହେମା ଗମାଙ୍ଗ ଓ ପୁର୍ବତ୍ତନ ସାଂସଦ ଯେକି ଗତ ନିର୍ବ ଚନରେ କୋରାପୁଟ ଲୋକସଭା ଆସନରୁ ବିଜେପିରୁ ପ୍ରାର୍ଥୀ ହୋଇ ତୃତୀୟ ସ୍ଥାନରେ ଥିଲେ ସେ ପରବର୍ତ୍ତୀ ସମୟରେ ଚନ୍ଦ୍ର ଶେଖରଙ୍କ ବିଆରଏସ୍ ରେ ଯୋଗ ଦେଇ କିଛି ମାସ ରହିବା ପରେ କଂଗ୍ରେସରେ ଯୋଗଦେଇଛନ୍ତି । ସେ ମଧ୍ୟ କୋରାପୁଟ ଲୋକସଭା ଆସନରୁ କଂଗ୍ରେସ ଟିକେଟ୍ ପାଇଁ ଆଶାବାଦୀ ଥିବା ଜଣାପଡ଼ିଛି । ଏପରିକି ବର୍ତ୍ତମାନ ସାଂସଦଙ୍କ ସହିତ ତିନି ଜଣ ପୁର୍ବତ୍ତନ ସାଂସଦ ଟିକେଟ୍ ପାଇଁ ଆବେଦନ କରିଥିବା ଦଳୀୟ ସୂତ୍ରରୁ କର୍ମୀ ମାନଙ୍କ ଠାରୁ ଶୁଣିବାକୁ ମିଳୁଛି ।