୧୪ ମାର୍ଚ୍ଚ,୨୦୨୪ (ଓଡିଶା ତାଜ଼ା ନ୍ୟୁଜ) ଚିଲିକା :-> ବାଣପୁର ବ୍ଲକ ଅନ୍ତର୍ଗତ ଦୀନବନ୍ଧୁ ପୁର କ୍ଲଷ୍ଟର୍ ଅଧୀନ କହ୍ନେଇ ପୁର ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ର ଯୁବ ଓ ଇକୋ କ୍ଲବ୍ ଆନୁକୂଲ୍ୟରେ ଆଜି ବିଦ୍ୟାଳୟ ପରିସରରେ ବାର୍ଷିକ ସମ୍ମେଳନ ଅନୁଷ୍ଠିତ ହୋଇଯାଇଛି । ବିଦ୍ୟାଳୟ ର ଭାର ପ୍ରାପ୍ତ ପ୍ରଧାନ ଶିକ୍ଷକ ତଥା ଇକୋ କ୍ଲବ୍ ର ଉପଦେଷ୍ଟା ବାସୁଦେବ ବାରିକ ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ଉପଲକ୍ଷେ ଏକ ସଭାରେ ମୁଖ୍ୟ ଅତିଥି ଭାବେ ପ୍ରାକ୍ତନ ପ୍ରଧାନ ଶିକ୍ଷକ ଭିକାରୀ ଚରଣ ପ୍ରଧାନ ଯୋଗ ଦେଇ ସାଂପ୍ରତିକ ପରିବେଶ ସନ୍ତୁଳନରେ ବିଦ୍ୟାଳୟ ଓ ମହାବିଦ୍ୟାଳୟ ସ୍ତରୀୟ ୟୁକୋ କ୍ଲବ ର ଭୂମିକା କୁ ନେଇ ତାରିଫ୍ କରିଥିଲେ।

ବିଦ୍ୟାଳୟ ର ଛାତ୍ର ଛାତ୍ରୀ ମାନଙ୍କୁ ଶ୍ରୀ ପ୍ରଧାନ ଉଦ୍ଭିଦ ମାନଙ୍କ ର ପ୍ରାଣୀ ବିଶେଷ କରି ମଣିଷ ଜାତି ପାଇଁ ମହାନ୍ ତା ଓ ନିଃସ୍ଵାର୍ଥପର, ତ୍ୟାଗ ମନୋଭାବ ଗଳ୍ପ ଛଳରେ ଉଦ୍ ଵୋଧନ ଦେଇଥିଲେ। ଇକୋ କ୍ଲବ୍ ର ଆବାହକ ଶିକ୍ଷକ ଆଲୋକ କୁମାର ବରାଳ ପ୍ରାରମ୍ଭିକ ସୂଚନା ସହ ବାର୍ଷିକ ବିବରଣୀ ପ୍ରଦାନ କରିଥିବା ବେଳେ ପ୍ରଧାନ ଶିକ୍ଷକ ଶ୍ରୀ ବାରିକ ଏହି ବିଦ୍ୟାଳୟର ଭୈ।

ତିକ ପରିବେଶ ବାଣପୁର ମଣ୍ଡଳ ମଧ୍ୟରେ ଅନନ୍ୟ ବୋଲି ପ୍ରକା ଶ କରି ବିଦ୍ୟାଳୟ ର ପରିମଣ୍ଡଳ କୁ ସୁସ୍ଥ ଓ ପରିମଳ ବ୍ୟବସ୍ଥାକୁ କଡ଼ାକଡ଼ି ପାଳନ କରିବାକୁ ଛାତ୍ର ଛାତ୍ରୀ ମାନଙ୍କୁ ପରାମର୍ଶ ଦେଇଥିଲେ । ଅନ୍ୟମାନଙ୍କ ମଧ୍ୟରେ ଶିକ୍ଷକ ଦୁର୍ଯ୍ୟୋଧନ ମୁଦୁଲି, ଶିକ୍ଷୟିତ୍ରୀ ଟିକିନା ଭାରିମଲ୍ଲ, ସୁନିତା ମହାପାତ୍ର, ଦୁର୍ଗାଚରଣ ମହାପାତ୍ର ପ୍ରମୁଖ ଛାତ୍ର ଛାତ୍ରୀ ମାନଙ୍କୁ ଉଦ୍ ଵୋଧନ ଦେଇଥିଲେ। ଏହି ଅବସରରେ ବିଦ୍ୟାଳୟ ର କ୍ରୃତୀ ଛାତ୍ର ଛାତ୍ରୀ ମାନଙ୍କୁ ପ୍ରମାଣପତ୍ର ଓ ଟ୍ରଫି ପ୍ରଦାନ ପୂର୍ବକ ପୁରସ୍କୃତ କରାଯାଇଥିଲା। ପରିଶେଷରେ ଶିକ୍ଷକ ଦୁର୍ଯ୍ୟୋଧନ ମୁଦୁଲି ଧନ୍ୟବାଦ ଅର୍ପଣ କରିଥିଲେ।














