୧୧ ମାର୍ଚ୍ଚ,୨୦୨୪ (ଓଡିଶା ତାଜ଼ା ନ୍ୟୁଜ) ପାଟଣାଗଡ଼ :-> ବଲାଙ୍ଗୀର ଜିଲ୍ଲା ପାଟଣାଗଡ ଉପଖଣ୍ଡ ବେଲପଡା ବ୍ଲକ ସରମୁହାଣ ପଂଚାୟତ ଖରଖରା ଗାଁରେ ଚଳିତ ସାଧାରଣ ନିର୍ବାଚନ ରେ ଭୋଟ ବର୍ଜନ କରିବାକୁ ଗ୍ରାମବାସୀ ନିଷ୍ପତ୍ତି ନେଇଛନ୍ତି |ରାସ୍ତା ତିଏ ପାଇଁ ବାରମ୍ବାର ପ୍ରଶାସନ ଠାରୁ ରାଜନେତା ଙ୍କ ଠାରୁ ହାରଗୁହାରି ପରେ ଶେଷରେ ନିରାଶ ହୋଇ ଗାଁରେ ଭୋଟ ବର୍ଜନ କରିବାକୁ ନିଷ୍ପତ୍ତି ନେଇଛନ୍ତି | ଦୀର୍ଘ ବର୍ଷ ଧରି ଗାଁରେ 1500 ରୁ ଉର୍ଦ୍ଧ ଲୋକ ବସବାସ କରୁଥିବା ବେଳେ 12 00 ଭୋଟର ଅଛନ୍ତି |
କିନ୍ତୁ ଦୀର୍ଘ ବର୍ଷ ଧରି ଗାଁକୁ ରାସ୍ତା ତିଏ ନଥିବାରୁ ବହୁ ଅସୁବିଧା ର ସମ୍ମୁଖୀନ ହେଉଛନ୍ତି ଗ୍ରାମବାସୀ | ଏଥିପାଇଁ ରବିବାର ନୁନହାଡ଼ ଗାଁରୁ ଖରଖରା ଏବଂ ସାରମୁହାଣ ଠାରୁ ଡୁଙ୍ଗରିପଡା ଶିବ ମନ୍ଦିର ପ୍ରଯ୍ୟନ୍ତ ପକ୍କା ରାସ୍ତା କରିବାକୁ ଗାଁରେ ଶୋଭାଯାତ୍ରା କରିଛନ୍ତି | ଘର ଘର ବୁଲି ଲୋକ ମାନଙ୍କୁ ଭୋଟ ବର୍ଜନ କରିବା କୁ ଲୋକ ମାନଙ୍କୁ ବୁଝାସୁଝା କରିଥିଲେ
ଏବଂ ଗାଁରେ ଶୋଭାଯାତ୍ରା ପରେ ଆଜି ବେଲପଡା ବିଡ଼ିଓ, ତହସିଲଦାର, ପୁଲିସ ଥାନକୁ କୁ ଆସି ଲିଖିତ ଆକାର ଜଣାଇବେ ବୋଲି କହିଥିଲେ | ଏଥିରେ ଗାଁକମିଟି ସଭାପତି ପୁରନ୍ଦର ଧରୁଆ, ସମ୍ପାଦକ ଗଣ୍ଡାରାମ ଗୁଏଲ, ୱାଡ଼ ମେମ୍ବର ଭାନୁମତି ତାଣ୍ଡି, ଅଲେଖ ସୁନା ସହ ଗାଁର ମହେଶ୍ୱର ଧରୁଆ, ଗଣପତି ମାଝୀ, ପ୍ରଦୀପ ମାଝୀ ମୈତ୍ର ଗୁଏଲ, ପୁସ୍ତମଧରୁଆ, ଭମର ମାଝୀ, ଙ୍କ ସହ ଅନ୍ୟମାନେ ଉପସ୍ଥିତ ଥିଲେ |