୧୧ ମାର୍ଚ୍ଚ,୨୦୨୪ (ଓଡିଶା ତାଜ଼ା ନ୍ୟୁଜ) ଆର, ଉଦୟଗିରି :-> ଗଜପତି ଜିଲ୍ଲା ଆର, ଉଦୟଗିରି ବ୍ଲକରେ ଆଜି ବି.ଏସ.କେୱାଇ ନବୀନ କାର୍ଡ ବିତରଣ କରାଯାଇଛି।ବିଡ଼ିଓ ଶ୍ରୀ ଲରିମନ ଖସେଲ ଙ୍କ ଅଧ୍ୟକ୍ଷତା ରେ କବିସୂର୍ଯ୍ୟନଗର ମୁଖ୍ୟ ଅତିଥି ବ୍ଲକ ଚେୟାରମେନ ଲକ୍ଷ୍ମୀ ନାରାୟଣ ଶବର ଏବଂ ବ୍ଲକ ର ସମସ୍ତ କର୍ମଚାରୀ ଉପସ୍ଥିତ ଥିଲେ। ଆଜିର ଏହି କାର୍ଯ୍ୟକ୍ରମ ରେ ମୋଟ ୧୭ ଗୋଟି ପଞ୍ଚାୟତ ର ୫୦୯ ଜଣ ହିତାଧିକାରୀ ଙ୍କୁ ବି.ଏସ.କେ.ୱଇ ନବୀନ କାର୍ଡ ବଣ୍ଟନ କରାଯାଇଥିଲା ।

ଏହି କାର୍ଯ୍ୟକ୍ରମ ରେବ୍ଳକ ଉପାଧ୍ୟକ୍ଷା ବିଜୟଲକ୍ଷ୍ମୀ ପଟ୍ଟନାୟକ, ରାମଗିରି ଜିଲ୍ଲା ପରିଷଦ ସଭ୍ୟ ଦଣ୍ଡପାଣି ବଡମୁଣ୍ଡି, ବିଧାୟକ ପ୍ରତିନିଧି ଗୋପାଳ ଦଲେଇ , ସିଡିପିଓ ଲଳିତା ପୂଜାରୀ, ଡାକ୍ତର ଅନିତା ପଣ୍ଡା, ପଞ୍ଚାୟତର ସରପଞ୍ଚ, ସମିତି ସଭ୍ୟ ସଦସ୍ୟ ମାନେ ଉପସ୍ଥିତ ରହିବା ସହ ବ୍ଲକର ବହୁ ଷ୍ଟାଫ ସହଯୋଗ କରିଥିଲେ |















