ଓଡିଶା ତାଜା ନ୍ୟୁଜ୍ (୨୮ ଜୁଲାଇ ମଙ୍ଗଳବାର ) କଳାହାଣ୍ଡି :- ଭାରତ ସରକାରଙ୍କ ଯୁବ ବ୍ୟାପାର ଓ କ୍ରୀଡା ମନ୍ତ୍ରଣାଳୟ ନେହେରୁ ଯୁବକେନ୍ଦ୍ର କଳାହାଣ୍ଡି ଆନୁକୂଲ୍ୟରେ ନର୍ଲା ବ୍ଲକ ଅନ୍ତର୍ଗତ ବାଲସିଙ୍ଗା ଗ୍ରାମର ମା ଧରଣୀ ଯୁବକ ସଙ୍ଘ ଓ ଜିଲ୍ଲା ଉତ୍ତର ବନଖଣ୍ଡ ସହଯୋଗରେ ସେହି ଗ୍ରାମର ରାସ୍ତାକଡ଼ରେ ଏବଂ ହାଇସ୍କୁଲ ପରିସରରେ ପଥ ପ୍ରାନ୍ତ ବୃକ୍ଷରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି।ବୃକ୍ଷ ହିଁ ଜୀବନ ଓ ବୃକ୍ଷ ଆମର ପ୍ରକୃତ ବନ୍ଧୁ ବୋଲି ମନେକରି ଏହି ବୃକ୍ଷ ରୋପଣ କାର୍ଯ୍ୟକ୍ରମ ଆରମ୍ଭ କରାଯାଇଛି ।
ହାଇସ୍କୁଲର ପ୍ରଧାନ ଶିକ୍ଷକ ପ୍ରଫୁଲ୍ଲ କୁମାର ବାରିକ ଓ ମୂଷାନାଲ ହାଇସ୍କୁଲର କ୍ରୀଡା ଶିକ୍ଷକ ତେଜରାଜ ବିଶ୍ୱାଳ ବୃକ୍ଷରୋପଣର ଶୁଭାରମ୍ଭ କରିଥିଲେ । ଉକ୍ତ କାର୍ଯ୍ୟକ୍ରମରେ ନେହେରୁ ଯୁବକେନ୍ଦ୍ର କଳାହାଣ୍ଡି ନର୍ଲା ବ୍ଲକର ଜାତୀୟ ଯୁବ ସ୍ଵେଚ୍ଛାସେବୀ ମିଳନ କୁମାର ଭୋଇ ,ପୂର୍ବତନ ଜାତୀୟ ଯୁବ ସ୍ବେଚ୍ଛାସେବୀ ହେମସାଗର ସାହୁ ଓ କ୍ଲବର ସଭାପତି ମକରନ୍ଦ ନାଏକ ,ସଂପାଦକ ଜଗଦୀଶ ସୁନା, ଧର୍ମେନ୍ଦ୍ର କୁମାର ବାହୁକ ସହ ସମସ୍ତ ସଦସ୍ୟ ଉପସ୍ଥିତ ରହି ସାମାଜିକ ଦୂରତା ଅବଲମ୍ବନ କରି କାର୍ଯ୍ୟକ୍ରମଟିକୁ ସଫଳ କରିଥିଲେ । (ରିପୋର୍ଟ ପ୍ରଦୀପ କୁମାର ଗଉଡ)