୧୦ ମାର୍ଚ୍ଚ,୨୦୨୪ (ଓଡିଶା ତାଜ଼ା ନ୍ୟୁଜ) ନାଚୁଣୀ :-> ନାଚୁଣୀ ର ଅଗ୍ରଣୀ ଶାସ୍ତ୍ରୀୟ ନ୍ରୃତ୍ୟ ଓ ସଙ୍ଗୀତ ଅନୁଷ୍ଠାନ ଉତ୍କଳିକା ସଙ୍ଗୀତ ଏକାଡେମୀ ପକ୍ଷରୁ ସ୍ଥାନୀୟ ଗଙ୍ଗାଧର ପୁର ସ୍ଥିତ ଶ୍ରୀ ଶ୍ରୀ ବାଲୁଙ୍କେଶ୍ବର ଦେବଙ୍କ ମନ୍ଦିର ପ୍ରାଙ୍ଗଣରେ ଏକ ଭକ୍ତି ରସାତ୍ମକ ନ୍ରୃତ୍ୟ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି।

ଚିଲିକା ଵିଚାର ବିଭାଗୀୟ ମାଜିଷ୍ଟ୍ରେଟ ମାନ୍ୟବର ବିକାଶ ଗୋଏଲ୍ ଏହି ସାଂସ୍କୃତିକ କାର୍ଯ୍ୟକ୍ରମ କୁ ପ୍ରଦୀପ ପ୍ରଜ୍ଜ୍ୱଳନ କରି ଆନୁଷ୍ଠାନିକ ଭାବେ ଉଦ୍ଘାଟନ କରିଥିଲେ। ଓଡ଼ିଶୀ ନୃତ୍ୟ ଗୁରୁ ତଥା ଉତ୍କଳିକା ସଙ୍ଗୀତ ଏକାଡେମୀ ର ପରିଚାଳିକା ବିଜୟଲକ୍ଷ୍ମୀ ବଳିୟାର ସିଂହ ଙ୍କ ନିର୍ଦ୍ଦେଶନାରେ ଅନୁଷ୍ଠାନ ର ଛାତ୍ରୀ ମାନେ ଚିତ୍ତାକର୍ଷକ ନ୍ରୃତ୍ୟ ପ୍ରଦର୍ଶନ କରିଥିଲେ।

ନାଟ୍ୟକାର ଭିକାରୀ ଚରଣ ପ୍ରଧାନ କାର୍ଯ୍ୟକ୍ରମ କୁ ସନ୍ ଯୋଜନା କରିଥିବା ବେଳେ ଆଇନ ଜୀଵି ମିଟୁ ନନ୍ଦ, ଅବସରପ୍ରାପ୍ତ ଶିକ୍ଷକ ରାମଚନ୍ଦ୍ର ଶତପଥୀ, ଶିକ୍ଷକ ନିରଞ୍ଜନ ନନ୍ଦ ପ୍ରମୁଖ ପରିଚାଳନା କରିଥିଲେ।














