ଗଣିଆ ବ୍ଲକ ର ପ୍ରଥମ ସରକାରୀ ସିକୃତି ପ୍ରାପ୍ତ ଇଂରାଜୀ ମାଧ୍ୟମିକ ବିଦ୍ୟାଳୟ ର ପରିଚାଳନା କମିଟି ଗଠିତ

୧୦ ମାର୍ଚ୍ଚ,୨୦୨୪ (ଓଡିଶା ତାଜ଼ା ନ୍ୟୁଜ) ଗଣିଆ :-> ସଂପ୍ରତି ଦୁର୍ବଳ ଇଂରାଜୀ ଶିକ୍ଷା ଯୋଗେ , ଆମ ଅଞ୍ଚଳର ଶିକ୍ଷାର୍ଥୀ ଆଜିର ପ୍ରତିଯୋଗିତା ମୂଳକ ପରିବେଶରେ, ଦକ୍ଷତା ଥିବା ସତ୍ତ୍ବେ କୃତିତ୍ୱ ଅର୍ଜନ କରିନପାରିବା ତଥା ସଫଳତାକୁ ହାତଛଡ଼ା କରିବା, ବିଚାରକୁ ଆଖି ଆଗରେ ରଖି ଗଢି ଉଠିଥିବା, ଗଣିଆ ବ୍ଲକର ଏକମାତ୍ର ସ୍ଵୀକୃତିପ୍ରାପ୍ତ CBSE ପାଟର୍ନ୍ ଇଂରାଜୀ ମାଧ୍ୟମ ବିଦ୍ୟାଳୟ ” ମହାନଦୀ ପବ୍ଲିକ ସ୍କୁଲ” ର ପରିଚାଳନା କମିଟି , ଉପଦେଷ୍ଟା କମିଟି, ସାଧାରଣ ସଭ୍ୟ ମାନଙ୍କର କମିଟି ଗଠନ ହୋଇଯାଇଛି ।

ଗଣିଆ ବ୍ଲକର ଆଠଗୋଟି ପଞ୍ଚାୟତ ଯଥା :-

ଆଡକଟା, ବଡସିଲିଙ୍ଗା, ବେଲପଡ଼ା ପାଟଣା, ଛାମୁଣ୍ଡିଆ, ଗଣିଆ, ରାସଂଗ, କିଶୋର ପ୍ରସାଦ ଓ କରଡା ପଡ଼ା ତଥା ଖଣ୍ଡପଡ଼ା ବ୍ଲକ ଅନ୍ତର୍ଗତ, ଚାରିଗୋଟି ପଞ୍ଚାୟତ, ଯଥା – କୁମ୍ଭାରପଡ଼ା, ବଳଭଦ୍ରପ୍ରସାଦ, ରୟତି ଢୋଲମରା, ସିଧାମୂଲା ର ବରିଷ୍ଠ ନାଗରିକ , ସମାଜସେବୀ, ଶିକ୍ଷାବିତ୍, ଅଭିଭାବକ ସଂଗଠକ, ତଥା ଅବସର ପ୍ରାପ୍ତ କର୍ମଚାରୀଙ୍କୁ ଚୟନ କରି ସାଧାରଣ ସଭ୍ୟ ମାନଙ୍କର ଏକ ୫୨ ଜଣିଆ କମିଟି ଗଠନ କରାଗଲା,ତନ୍ ମଧ୍ଯରୁ ୧୧ ସଭ୍ୟଙ୍କୁ ନେଇ ଏକ “ପରିଚାଳନା କମିଟି” ଓ ୧୧ ସଭ୍ୟ ବିଶିଷ୍ଟ ଏକ “ଉପଦେଷ୍ଟା କମିଟି” ଗଠନ କରାଗଲା

 

ପ୍ରତି ତିନି ମାସରେ ଥରେ ସାଧାରଣ ସଭା,ପ୍ରତି ମାସ ଶେଷ ରବିବାର ପରିଚାଳନା କାମଟିର ବୈଠକ ବସିବା ପାଇଁ ନିଷ୍ପତ୍ତି କରାଯାଇଛି।ଏହା ବିଦ୍ୟାଳୟ ର ସୁପରିଚାଳନା ପାଇଁ ନିତ୍ୟାନ୍ତ ଆବଶ୍ୟକ ବୋଲି ସଭା ଅନୁଭବ କଲେ। କମିଟି ଗୁଡ଼ିକର କାର୍ଯ୍ୟକାଳ ଗଠିତ ହେବଦିନ ଠାରୁ ପାଞ୍ଚବର୍ଷ ରଖାଯିବା ନିଷ୍ପତ୍ତି ହେଲା । ଶିକ୍ଷାବର୍ଷ ୨୦୨୪-୨୫ ପାଇଁ ୧୧/୩/୨୦୨୪ ଠାରୁ ଆଡ଼ମିଶନ ଓ ରି ଆଡ଼ମିଶନ ନର୍ସରୀ ଠାରୁ କ୍ଲାସ୍ ୫ ପର୍ଯ୍ୟନ୍ତ ଚାଲୁ ହେବ ଏଂ ଶିକ୍ଷାବର୍ଷ ୨୦୨୪/୨୫ ର କ୍ଲାସ ଗୁଡ଼ିକ ୧୮ ମାର୍ଚ୍ଚ ରୁ ଚାଲୁ ହେବ ।

ପରିଚାଳନା କମିଟିର ସଭ୍ୟମାନେ ହେଲେ :-

୧) ଡଃ ମଳୟ କୁମାର ପଣ୍ଡା – ସଭାପତି ୨) ଗୋଲକ ବିହାରୀ ସାହୁ – ଉପସଭାପତି ୩) ପଙ୍କଜ କୁମାର ସାହୁ – ସମ୍ପାଦକ ୪) ମହେନ୍ଦ୍ର କୁମାର ମହାରଣା – ଅଧ୍ୟକ୍ଷ, ସଂଯୋଜକ ୫) ଲିଜାରାଣୀ ସାହୁ – କୋଷାଧ୍ୟକ୍ଷ ୬) ନିଳୀମା ବନ୍ଦୋପାଧ୍ୟାୟ – ସଭ୍ୟ ୭) ଦୁର୍ଯ୍ୟୋଧନ ସାହୁ – ସଭ୍ୟ ୮) ଡଃ ଜିତେନ୍ କୁମାର ଜେନା – ସଭ୍ୟ ୯) ସୁନିଲ କୁମାର ସାହୁ – ସଭ୍ୟ ୧୦) ପ୍ରଜ୍ଞା ପାରମିତା ରଥ – ସଭ୍ୟ ୧୧) ବିଭୂତି ଭୂଷଣ ଦାସ 

ସଭ୍ୟ ଉପଦେଷ୍ଟା କମିଟିର ସଭ୍ୟମାନେ ହେଲେ :-

୧) କୁଳମଣି ରାଉତ ୨) ଶୋଭନ ମହାଖୁଡ ୩) ଅଖିଳ ବିହାରୀ ପାଣଗ୍ରାହୀ ୪) ଗୋପବନ୍ଧୁ ସ୍ୱାଇଁ ୫) ଜାନକୀ ଦେହୁରୀ ୬) ବିଶ୍ବରଂଜନ ସେଠୀ ୭) ଅମିତ୍ ଡାକୁଆ ୮) ଚନ୍ଦ୍ର ଶେଖର ସାହୁ ୯) ପଦ୍ମ ଲୋଚନ ପଣ୍ଡା ୧୦) ଶରତ କୁମାର ଜେନା ୧୧) ପୂର୍ଣ୍ଣଚନ୍ଦ୍ର ସାହୁ , (ଅଧ୍ୟକ୍ଷ, ମହେନ୍ଦ୍ର କୁମାର ମହାରଣା)  , ମହାନଦୀ ପବ୍ଲିକ ସ୍କୁଲ, ଗଣିଆ