9 ମାର୍ଚ୍ଚ,୨୦୨୪ (ଓଡିଶା ତାଜ଼ା ନ୍ୟୁଜ) ଖୋର୍ଦ୍ଧା-ଜଟଣୀ :-> ଜଟଣୀର ଜଣା ଶୁଣା ବରିଷ୍ଠ ଆଇନଜୀବି କିଶୋର କୁମାର ଦାସ “ଅଧିବକ୍ତା”ଙ୍କ ୨୫ତମ ବିବାହ ବାର୍ଷିକୀ ସ୍ଥାନୀୟ ଟାଉନ୍ ହଲ୍ ଠାରେ ମହାସମାରୋହ ରେ ପାଳିତ ହୋଇଯାଇଛି।
ସହ ଧର୍ମିଣୀ ସ୍ଵୀକୃତି ଦାସଙ୍କ ସହିତ ଏହି ୨୫ତମ ବିବାହ ବାର୍ଷିକୀ ପାଳନ ଅବସରରେ ମାଗଣା ସ୍ୱାସ୍ଥ୍ୟ ଓ ଚକ୍ଷୁ ସେବା ଶିବିର ଆୟୋଜନ କରାଯାଇଥିଲା। ଯେଉଁଥିରେ ଶତାଧିକ ଲୋକ ସ୍ବାସ୍ଥ୍ୟ ଓ ଚକ୍ଷୁ ପରୀକ୍ଷା କରିଥିଲେ।
ପ୍ରକାଶ ଥାଉକି ବିବାହ ବାର୍ଷିକୀ ତ’ପ୍ରାୟ ସମସ୍ତେ ପାଳନ କରନ୍ତି। କିନ୍ତୁ ବିବାହ ବାର୍ଷିକୀ ଉପଲକ୍ଷେ ମାଗଣା ସ୍ୱାସ୍ଥ୍ୟ ସେବା ଯୋଗାଇଦେବା ବିରଳ। ଯାହାକୁ ଅଞ୍ଚଳରେ ଭୂରି ଭୂରି ପ୍ରଶଂସା କରାଯାଉଛି।
ଏହି କାର୍ଯ୍ୟକ୍ରମକୁ ଖୋର୍ଦ୍ଧା ଜିଲ୍ଲା ବିଜେଡ଼ି ସଭାପତି ତଥା ଜଟଣୀର ପୁର୍ବତନ ବିଧାୟକ ବିଭୁତି ଭୁଷଣ ବଳବନ୍ତରାୟ ଆନୁଷ୍ଠାନିକ ଭାବେ ଉଦଘାଟନ କରିଥିବା ବେଳେ ଜଟଣୀ ପୌର ପରିଷଦ ଅଧ୍ୟକ୍ଷ ଅନନ୍ତ ବେହେରା,ଉପାଧକ୍ଷା ଆରତୀ ରାଉତ,
ପୌର ପରିଷଦର କାଉନସିଲର ଗଣ ଏବଂ ଜଟଣୀ କନିଷ୍ଠ ଦେୱାନି ଜଜ୍ ଏବଂ ପ୍ରଥମ ଶ୍ରେଣୀ ବିଚାର ବିଭାଗୀୟ ମାଜିଷ୍ଟ୍ରେଟ ଶ୍ରୀମତି ହିତାଶ୍ରି ବେହେରା ପ୍ରମୁଖ ଯୋଗଦେଇ କାର୍ଯ୍ୟକ୍ରମକୁ ରିବନ୍ କାଟି ଏବଂ ପ୍ରଦୀପ ପ୍ରଜ୍ବଳନ କରି ଉଦଘାଟନ କରିଥିଲେ।
ପରେ ପରେ କେକ୍ କାଟି ପରସ୍ପରଙ୍କୁ ଖୁଆଇବା ଓ ଖାଇବା ସହିତ କିଶୋର ଓ ସ୍ଵୀକୃତିଙ୍କୁ ଅଭିନନ୍ଦନ ଜଣାଇଥିଲେ। ଏହି କାର୍ଯ୍ୟକ୍ରମକୁ ରାଜେନ୍ଦ୍ର ପଟ୍ଟନାୟକ, ସୁନିଲ ପରିଡ଼ା ଓ ବିଜୟ ପଣ୍ଡା ପ୍ରମୁଖ ସଂଯୋଜନା ଓ ପରିଚାଳନା କରିଥିଲେ।