9 ମାର୍ଚ୍ଚ,୨୦୨୪ (ଓଡିଶା ତାଜ଼ା ନ୍ୟୁଜ) ଭୁବନେଶ୍ୱର :-> ଓଡିଶା ରାଜ୍ୟ ବିଦ୍ୟୁତ ବୋର୍ଡ ଶ୍ରମିକ ମହାସଂଘ ପଚାଶ ବର୍ଷରେ ପଦାର୍ପଣ କରିଛି l ଆଜି ଭୁବନେଶ୍ୱର ଇନଷ୍ଠିଚ୍ୟୁଟ ଅଫ ଇଞ୍ଜିନିଅର ପ୍ରେଖ୍ୟାଳୟରେ ତାର ସୁବର୍ଣ୍ଣ ଜୟନ୍ତୀ ସମାରୋହ ପାଳନ କରିଛି l ଓଡିଶାର ସର୍ବ ପୁରାତନ ଶ୍ରମିକ ସଂଗଠନ ଭାବେ ବିଦ୍ୟୁତ ଶ୍ରମିକ ମାନଙ୍କ ସମସ୍ୟା ସମାଧାନ କ୍ଷେତ୍ରରେ ଦୀର୍ଘ ପଚାଶ ବର୍ଷ ଧରି ମହାସଂଘ ଅଗ୍ରଣୀ ଭୂମିକା ନିର୍ବାହ କରି ଆସିଛି l l ମାନ୍ୟବର ବିଧାୟକ ଶ୍ରୀଯୁକ୍ତ ସୌମ୍ୟ ରଞ୍ଜନ ପଟ୍ଟନାୟକ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ବିଦ୍ୟୁତ ଶ୍ରମିକ କର୍ମଚାରୀ ମାନଙ୍କ ପାଇଁ ଆମେ ବିଦ୍ୟୁତ ନିରନ୍ତର ପାଇପାରୁଛେ l ଯେହେତୁ ବର୍ତମାନ ପ୍ରାଇଭେଟ କମ୍ପାନୀ ଏହି ଦାୟିତ୍ୱ ରେ ଅଛନ୍ତି ତେଣୁ ସେମାନଙ୍କ ସମସ୍ୟା ସମାଧାନ ପାଇଁ ଆମକୁ ମିଳିତ ପଦକ୍ଷେପ ରେ ଲଢେଇ କରିବାକୁ ପଡିବ l

ଗ୍ରୀଡ଼କୋର ପୂର୍ବତନ ଅଧକ୍ଷ ଶ୍ରୀ ଯୁକ୍ତ ବିଜୟ ଚନ୍ଦ୍ର ଜେନା ମୁଖ୍ୟବକ୍ତା ଭାବେ ଯୋଗଦେଇ ସରକାରଙ୍କ ହାତରେ ବିଜୁଳି ବିଭାଗ ଥିବାରୁ ପୂର୍ବର ସମସ୍ୟା ଭିନ୍ନ ଥିଲା ବର୍ତମାନ ଶ୍ରମିକ ମହାସଂଘ ସୁଚିନ୍ତିତ ଭିନ୍ନ ଉପାୟରେ ପଦକ୍ଷେପ ନେଇ କାର୍ଯ୍ୟ କରିବାକୁ କହିଥିଲେ l ସଂଗଠନର ସଭାପତି ଶ୍ରୀଯୁକ୍ତ ରମେଶ ଚନ୍ଦ୍ର ଶତପଥୀ କାର୍ଯ୍ୟକ୍ରମରେ ସଭାପତିତ୍ବ କରିଥିଲେ l କାର୍ଯ୍ୟକାରୀ ସଭାପତି ପ୍ରସନ୍ନ ବିଷୋୟୀ ଅତିଥି ମାନଙ୍କ ପରିଚୟ ଓ ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ lସାଧାରଣ ସମ୍ପାଦକ ଜଗନ୍ନାଥ ମହାରଣା ସମ୍ପାଦକୀୟ ବିବରଣୀ ପାଠ କରିଥିଲେ l କାର୍ଯ୍ୟକାରୀ ସଭାପତି ଶ୍ରୀବତ୍ସ ବିଶ୍ୱାଳ ଧନ୍ୟବାଦ ପ୍ରଦାନ କରିଥିଲେ l

ବିଦ୍ୟୁତ ଉପଭୋକ୍ତା ମାନଙ୍କ ସ୍ୱାର୍ଥର ସୁରକ୍ଷା ଏବଂ ସଂସ୍କାର ତଥା ସୁଧାର କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ଓ ସମାଜସେବା କ୍ଷେତ୍ରରେ ସୁନାମ ଅର୍ଜନ କରିଥିବା 20 ଜଣ ବିଶିଷ୍ଟ ବ୍ୟକ୍ତି ଙ୍କୁ ଇତ୍ୟବସରରେ ସମ୍ବର୍ଦ୍ଧିତ କରାଯାଇଥିଲା l ମହାସଂଘର ଉନ୍ନତି ତଥା ସମସ୍ୟା ସମାଧାନ ପାଇଁ ଅବଦାନ ଥିବା ବିଦ୍ୟୁତ ବୋର୍ଡ ଶ୍ରମିକ ମହାସଙ୍ଘର 30 ଜଣ କର୍ମଚାରୀଙ୍କୁ ମଧ୍ୟ ସମ୍ମାନିତ କରାଯାଇଥିଲା l ସମଗ୍ର ରାଜ୍ୟର କୋଣ ଅନୁକୋଣରୁ ମହାସଂଘ ର ପ୍ରାୟ 600 ରୁ ଉର୍ଦ୍ଧ କାର୍ଯ୍ୟକର୍ତା ଯୋଗ ଦେଇଥିଲେ l ପ୍ରାରମ୍ଭରେ ମହାସଂଘର କର୍ମକର୍ତ୍ତା ମାନେ ଓପି ଟି ସି ଏଲ ଅଫିସ ଠାରୁ ଏକ ଶୋଭାଯାତ୍ରା ରେ ଇନ୍ଷ୍ଟିଚ୍ୟୁଟ ଅଫ ଇଞ୍ଜିନିଅର ପର୍ଯ୍ୟନ୍ତ ଆସିଥିଲେ













