୮ ମାର୍ଚ୍ଚ,୨୦୨୪ (ଓଡିଶା ତାଜ଼ା ନ୍ୟୁଜ) ନୟାଗଡ଼ :-> ନୟାଗଡ଼ ଜିଲ୍ଲାର ଧୋବା ଓ ବାରିକ ସମ୍ପ୍ରଦାୟର ବର୍ତ୍ତନ ଗ୍ରାହୀ ଗୋତିଶ୍ରମିକ ମାନଙ୍କ ମୁକ୍ତି ଓ ଥଇଥାନ ଦାବୀରେ ଆଜି ସି ଆଇ ଟି ୟୁ ନେତୃତ୍ଵରେ ଓଡିଶା ଗୋତି ମୁକ୍ତି ଆନ୍ଦୋଳନ ତରଫରୁ ଶତାଧିକ ବର୍ତ୍ତନ ଗ୍ରାହି ଗୋତିଶ୍ରମିକ ଙ୍କ ଏକ ଶୋଭାଯାତ୍ରା ନୟାଗଡ଼ ର ସିନ୍ଦୁରିଆ ଛକ ରୁ ବାହାରି ନୟାଗଡ଼ ବଜାର ପରିକ୍ରମା କରି ଜିଲ୍ଲାପାଳ ଙ୍କ ଅଫିସି ସମ୍ମୁଖ ରେ ଗଣ ବିକ୍ଷୋଭ ସଂଗଠିତ ହୋଇ ଥିଲା ।
ଗୋତିଶ୍ରମିକ ଙ୍କ ରାଜ୍ଯ ନେତ୍ରୀ ତଥା ଜିଲ୍ଲା ଶ୍ରମିକ ନେତ୍ରୀ ସଞ୍ଜୁକ୍ତା ସେଠୀଙ୍କ ସଭାପତିତ୍ବ ରେ ଅନୁଷ୍ଠିତ ବିକ୍ଷୋଭ ସମାବେଶ ରେ ଗୋତିଶ୍ରମିକ ଚୟନ କ୍ଷେତ୍ରରେ ଜିଲ୍ଲା ପ୍ରଶାସନ ର ଚରମ ହେଳା କୁ ବକ୍ତା ମାନେ ତୀବ୍ର ସମାଲୋଚନା କରିବା ସହ କେନ୍ଦ୍ର ମୋଦୀ ସରକାର ଓ ରାଜ୍ଯ ନବୀନ ସରକାର ଙ୍କ ଶ୍ରମିକ ବିରୋଧି ନୀତି ଦାୟୀ ବୋଲି ବକ୍ତାମାନେ ମତବ୍ୟକ୍ତ କରିଥିଲେ ।
1976 ମସିହା ଗୋତି ପ୍ରଥା ଉଛେଦ ଆଇନ ଅନୁଯାଇ ମୁକ୍ତି ପାଇଁ ଜିଲ୍ଲା ର 3500 ବର୍ତ୍ତନ ଗ୍ରାହୀ ଧୋବା ଓ ବାରିକ ଗୋତିଶ୍ରମିକ ମାନେ ଆବେଦନ କରିବା ବେଳେ ଜିଲ୍ଲା ପ୍ରଶାସନ 441ଜଣ ଙ୍କୁ ମୁକ୍ତି ନିର୍ଦ୍ଦେଶ ଦେଇ 20 ଜଣଙ୍କୁ ପ୍ରମାଣ ପତ୍ର ଓ 5 ଜଣ ଙ୍କୁ 5000 ଟଙ୍କା ଦେଇ ଥିଲାବଳେ ଆଇନ ଥାଇ ମଧ୍ଯ ଜିଲ୍ଲାରେ ଗୋତିଶ୍ରମିକ ନାହାନ୍ତି କହି ଚୟନ ଓ ଥଇଥାନ ପ୍ରକ୍ରିୟା କୁ ଜାଣି ଶୁଣି ଠପ କରିଛନ୍ତି ବୋଲି ବକ୍ତା ମାନେ ଅଭିଯୋଗ କରିଥିଲେ।ଜିଲ୍ଲା ପ୍ରଶାସନ ର ନିଷ୍କ୍ରିୟତା ଯୋଗୁ ଆଜି ଧୋବା ଓ ବାରିକ ଗୋତିଶ୍ରମିକ ମାନେ ନାହିଁ ନ ଥିବା ହଇ ରାଣ ହେବା ସହ ହକ ଅଧିକାର ରୁ ବଞ୍ଚିତ ହେଉଛନ୍ତି ବୋଲି ସଙ୍ଗଠନ ତରଫରୁ କୁହାଯାଇଛି ।
ଜିଲ୍ଲା ପ୍ରଶାସନ ତୁରନ୍ତ ଜିଲ୍ଲାର ବିଭିନ୍ନ ତହସିଲ ଅଞ୍ଚଳର ମୁକ୍ତ ଗୋତିଶ୍ରମିକ ଙ୍କୁ ପ୍ରମାଣ ପତ୍ର ଓ ଆର୍ଥିକ ଥଇଥାନ ସହ ତଦନ୍ତ ଶେଷ ହୋଇ ଥିବା ହିତାଧିକାରୀ ଙ୍କୁ ପ୍ରମାଣ ପତ୍ର ଓ ଆବେଦନ କାରୀଙ୍କ ତଦନ୍ତ ପ୍ରକ୍ରିୟା କୁ ତୁରନ୍ତ ତ୍ଵରାନ୍ଵିତ କରିବା କୁ ସଙ୍ଗଠନ ତରଫରୁ ଦାବୀ କରାଯାଇଛି। ସଙ୍ଗଠନ ତରଫରୁ ଏକ ପ୍ରତିନିଧିଦଳ ଅତିରିକ୍ତ ଜିଲ୍ଲାପାଳ ଦିଲ୍ଲିପ କୁମାର ବଳ ଙ୍କୁ ଭେଟି ଦୀର୍ଘ ସମୟ ଆଲୋଚନା କରିବାରେ ଗୋତିଶ୍ରମିକ ଚୟନ ପ୍ରକ୍ରିୟାକୁ ତ୍ୱରାନ୍ୱିତ କରାଯିବ ବୋଲି ଆନ୍ଦୋଳନ କାରୀଙ୍କ ସମ୍ମୁଖ ରେ ପ୍ରତିଶୃତି ଦେବା ସହ ଖୁବଶୀଘ୍ର ବୈଠକ ବସିବ ନିଷ୍ପତି ନେବାକୁ କହିବାରେ ଆନ୍ଦୋଳନ ପ୍ରତ୍ୟାହାର ହୋଇ ଥିଲା ।
ଏହି ଆନ୍ଦୋଳନ ସମାବେଶ ରେ ଗୋତିଶ୍ରମିକ ରାଜ୍ଯ ନେତା ତଥା CITU ର ରାଜ୍ଯ ସମ୍ପାଦକ ସୁରେଶ ସ୍ୱାଇଁ, ଜିଲ୍ଲା ନେତା ଚାପଧାରୀ ରାଉତ,ଜିଲ୍ଲା ନେତ୍ରୀ ସଂଯୁକ୍ତା ସେଠୀ, ଶେଷ ଦେବ ସୁବୁଦ୍ଧି, ଲକ୍ଷ୍ମଣ ସେଠୀ, ଅଶୋକ ସେଠୀ, କାଳନ୍ଦି ନାୟକ, ସୁଶାନ୍ତ ବାରିକ, ତ୍ରିଲୋଚନ ସେଠୀ, ରୁନି ବାଳା ସେଠୀ ପ୍ରମ୍ମୁଖ ବକ୍ତବ୍ୟ ଦେଇଥିଲେ ।