୮ ମାର୍ଚ୍ଚ,୨୦୨୪ (ଓଡିଶା ତାଜ଼ା ନ୍ୟୁଜ) ଦଶପଲ୍ଲା :-> ଦଶପଲ୍ଲା ର ବିଭିନ୍ନ ଶୈବପୀଠ ରେ ପାଳିତ ହୋଇଯାଇଛି ମହାଶିବରାତ୍ରୀ ବା ଜାଗର ବ୍ରତ । ଆଜି ବ୍ରାହ୍ମ ମୂହୁର୍ତ୍ତରୁ ଅକର୍ମ କର୍ମଦାୟକ , ଦେବଦେବ ମହାଦେବଙ୍କର ବିଭିନ୍ନ ନୀତିକାନ୍ତି ଆରମ୍ଭ ହେବାସହିତ,ଶହଶହ ଦର୍ଶନାର୍ଥୀ ଓ ବ୍ରତଧାରୀ ମନ୍ଦିର ମାନକଂରେ ଦର୍ଶନ କରି ପୂଜାର୍ଚ୍ଚନା କରିଥିଲେ ।

ଦଶପଲ୍ଲା ମାଳିସାହି ର ବାଲୁଂକେଶ୍ବର ମହାଦେବ, ଟାକରାର ଶିଦ୍ଧେଶ୍ବର ମହାଦେବ, ବାଣୀଗୋଛା ର ଯୋଗେଶ୍ବର ମହାଦେବକଂ ସମେତ ଅନ୍ୟାନ୍ୟ ଶୈବପୀଠ ମାନଙ୍କରେ ମଧ୍ୟ ମହାଶିବରାତ୍ରୀ ବ୍ରତ ପାଳିତ ହେଉଥିବା ଦେଖିବାକୁ ମିଳିଛି ।
ସଂଧ୍ୟା ସମୟରୁ ହଜାର ହଜାର ବ୍ରତଧାରୀ ବିଭିନ୍ନ ଶିବ ମନ୍ଦିର ପରିସରରେ ପ୍ରଦୀପ ପ୍ରଜ୍ବଳନ ପୂର୍ବକ ଜାଗର ବ୍ରତ ପାଳନ କରିଥିଲେ । ରାତ୍ର ଚତୁର୍ଥ ପ୍ରହରରେ ପ୍ରଭୂକଂର ମହାଦୀପ ଉଠିଲା ପରେ ବ୍ରତଧାରୀ ମାନେ ବ୍ରତ ଉଜ୍ଜାପନ କରିଥିଲେ ।













