ବିଜେପି କିଭଳି ସରକାର କରିବ, ସେନେଇ ଦିଲ୍ଲୀରେ ଆଲୋଚନା ହୋଇଛି ।
୭ ମାର୍ଚ୍ଚ,୨୦୨୪ (ଓଡିଶା ତାଜ଼ା ନ୍ୟୁଜ) ଭୁବନେଶ୍ବର :-> ଦିଲ୍ଲୀରେ ବିଜେଡି ସହ ମେଣ୍ଟ ସମ୍ପର୍କରେ ହୋଇନି ଆଲୋଚନା, ଦିଲ୍ଲୀରୁ ଫେରି ବିଜେପି ସଭାପତି ମନମୋହନ ସାମଲ ସୂଚନା ଦେଇ କହିଛନ୍ତି ଯେ ବିଜେଡି ସହ ମେଣ୍ଟ ପ୍ରସଙ୍ଗରେ ଦିଲ୍ଲୀରେ କୌଣସି ଆଲୋଚନା ହୋଇନାହିଁ । ମେଣ୍ଟ ସମ୍ପର୍କରେ ଦିଲ୍ଲୀରେ କୌଣସି ଚର୍ଚ୍ଚା କିମ୍ବା ଆଲୋଚନା କରାଯାଇନାହିଁ । ଓଡ଼ିଶାରେ ବିଜେପି ଏକାକୀ ଲଢ଼ିବ ।

ଉଭୟ ଲୋକସଭା ଓ ବିଧାନସଭାରେ ବିଜେପି ଏକାକୀ ଲଢ଼ିବ । ବିଜେପି କିଭଳି ସରକାର କରିବ, ସେନେଇ ଦିଲ୍ଲୀରେ ଆଲୋଚନା ହୋଇଛି । ଉଭୟ କେନ୍ଦ୍ର ଓ ରାଜ୍ୟରେ ବିଜେପି ସରକାର ନେଇ ନୂଆଦିଲ୍ଲୀରେ ଆୟୋଜିତ ବିଜେପିର କୋର କମିଟି ବୈଠକରେ ଆଲୋଚନା ହୋଇଛି ବୋଲି ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ କହିଛନ୍ତି ।













