• About
  • Advertise
  • Privacy & Policy
  • Contact
Odisha Taza News
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
Odisha Taza News
No Result
View All Result
Home ଓଡ଼ିଶା

ରାଜନେତାଙ୍କ ଡିକ୍ସିନାରୀରେ ସ୍ୱାଭିମାନ୍ ଓ ଆତ୍ମସମ୍ମାନ ଭଳି ଶବ୍ଦ ନାହିଁ ବୋଲି ପ୍ରମାଣିତ ହୋଇ ଚାଲିଛି

Proprietor Abhimanyu Maharana by Proprietor Abhimanyu Maharana
March 8, 2024
in ଓଡ଼ିଶା, ମହାନଗର, ହୋମ୍
0
ରାଜନେତାଙ୍କ ଡିକ୍ସିନାରୀରେ ସ୍ୱାଭିମାନ୍ ଓ ଆତ୍ମସମ୍ମାନ ଭଳି ଶବ୍ଦ ନାହିଁ ବୋଲି ପ୍ରମାଣିତ ହୋଇ ଚାଲିଛି
Share on FacebookShare on TwitterWhatsapp

ରାଜନୀତିରେ କେହି କାହାର ଚିର ଶତ୍ରୁ କି ମିତ୍ର ନୁହଁନ୍ତି

ଆସନ୍ତା ୯ କିମ୍ବା ୧୦ ତାରିଖରେ ଦୁଇଦଳ ପକ୍ଷରୁ ଏକାଠି ଏହି ଘୋଷଣା କରାଯିବ ବୋଲି ଜଣାପଡ଼ିଛି ।

ଓଡ଼ିଶାରେ ସବୁଠାରୁ ଲୋକପ୍ରିୟ ନେତା ନବୀନ ପଟ୍ଟନାୟକ । ଆସନ୍ତା ନିର୍ବାଚନରେ ଯେ ବିଜେଡି ମେଣ୍ଟ ନକଲେ ହାରିଯିବ ଏକଥା ନୁହେଁ । ନବୀନଙ୍କ ଭାବମୂର୍ତ୍ତି ଏବେବି ଲୋକଙ୍କ ପାଖରେ ଅତୁଟ ରହିଛି ।

୭ ମାର୍ଚ୍ଚ,୨୦୨୪ (ଓଡିଶା ତାଜ଼ା ନ୍ୟୁଜ) ଭୁବନେଶ୍ୱର :->  ରାଜନେତାଙ୍କ ଡିକ୍ସିନାରୀରେ ସ୍ୱାଭିମାନ୍ ଓ ଆତ୍ମସମ୍ମାନ ଭଳି ଶବ୍ଦ ନାହିଁ ବୋଲି ପ୍ରମାଣିତ ହୋଇ ଚାଲିଛି । ଦେଶର ବିଭିନ୍ନ ରାଜ୍ୟରେ ପ୍ରତିଷ୍ଠିତ ନେତାମାନଙ୍କ ପାଖରେ ଏହା ଦେଖାଯାଇଥିଲା । ଏହି ଧାରା ଏବେ ଗଢ଼ି ଚାଲିଛି । ଯୁବ ପୀଢ଼ିବି ଏଥିରେ ଅନୁପ୍ରାଣୀତ ହେଉଥିବା ଦେଖାଯାଇ ଆସୁଛି । ଓଡ଼ିଶାର ରାଜନୀତି ଓ ନେତାମାନେ ଏଥିରୁ ବାଦ୍ ପଡ଼ି ନଥିବା ପରିଲକ୍ଷିତ ହେଉଛି । ରାଜ୍ୟ ରାଜନୀତିରେ ଏବେ ଘଡ଼ିକେ ଘୋଡ଼ା ଛୁଟୁଛି । ନିର୍ବାଚନ ଯେତେ ନିକଟତର ହେଉଛି ଦୈନିକ ଗୋଟିଏ ପରେ ଗୋଟିଏ ଚକିତ ଖବର ପରିଲକ୍ଷିତ ହେବାରେ ଲାଗିଛି ।

ଅତିତର ତିକ୍ତତାକୁ ଓ ଅପମାନକୁ ପଛରେ ପକାଇ ଆଗକୁ ବଢ଼ିବାର ଏକ ନୂଆ ଧାରା ଓଡ଼ିଶା ରାଜନୀତିରେ ଆରମ୍ଭ ହୋଇଛି । ରାଜନୀତିରେ କେହି କାହାର ଚିର ଶତ୍ରୁ କି ମିତ୍ର ନୁହଁନ୍ତି ଏକଥା ପ୍ରତିପାଦିତ ହୋଇ ଚାଲିଛି । ବିଜେପି ଓ ବିଜେଡି ମଧ୍ୟରେ ଯେଉଁ ତିକ୍ତତା ୨୦୦୯ରେ ସୃଷ୍ଟି ହୋଇ ବିଚ୍ଛେଦ ହୋଇଥିଲା ତାହା ପୁଣି ଏକାଠି ହେବ କେହି ଭାବି ନଥିଲେ । ରାତି ପାହିଲେ ଯେଉଁ ଦୁଇ ଦଳର ନେତାମାନେ ପରସ୍ପରର ‘ଗୋହୀ’ ଖୋଳୁଥିଲେ ଏବେ ସେମାନେ ଏକାଠି ହେବାକୁ ଯାଉଛନ୍ତି । ୨୦୨୪ ନିର୍ବାଚନରେ ଦୁଇଦଳ ମେଣ୍ଟ କରିବାକୁ ଯାଉଥିବା ଏକ ପ୍ରକାର ସ୍ପଷ୍ଟ ହୋଇଯାଇଛି । କେବଳ ଔପଚାରିକ ଭାବରେ ଘୋଷଣା ବାକିଅଛି । ଆସନ୍ତା ୯ କିମ୍ବା ୧୦ ତାରିଖରେ ଦୁଇଦଳ ପକ୍ଷରୁ ଏକାଠି ଏହି ଘୋଷଣା କରାଯିବ ବୋଲି ଜଣାପଡ଼ିଛି ।

ଏଥିନେଇ ବିଜେପିର କେନ୍ଦ୍ର ଶୀର୍ଷ ନେତୃତ୍ୱ ଓଡ଼ିଶା ଆସି ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ସହ ବସି ମିଳିତ ଭାବରେ ମେଣ୍ଟ କିମ୍ବା ଆସନ ବୁଝାମଣା କଥା ପ୍ରକାଶ କରିବେ ବୋଲି ଜଣାପଡ଼ିଛି । ଏହି ଦୁଇଦଳ ପରସ୍ପର ବିରୋଧରେ ଯେଉଁସ୍ତରକୁ ଯାଇଥିଲେ ସେଥିରେ କେହି କେବେ ଭାବି ନଥିଲେ ଯେ ଉଭୟ ପୁଣି ଏକାଠି ହେବେ । ବର୍ତ୍ତମାନ ବିଜେଡି ଯେଉଁ ସ୍ଥିତିରେ ଅଛି ସେଥିରେ ତାକୁ ଚ୍ୟାଲେଞ୍ଜ ଦେବାକୁ କେହି ଦଳ ନାହିଁ । ଓଡ଼ିଶାରେ ସବୁଠାରୁ ଲୋକପ୍ରିୟ ନେତା ନବୀନ ପଟ୍ଟନାୟକ । ଆସନ୍ତା ନିର୍ବାଚନରେ ଯେ ବିଜେଡି ମେଣ୍ଟ ନକଲେ ହାରିଯିବ ଏକଥା ନୁହେଁ । ନବୀନଙ୍କ ଭାବମୂର୍ତ୍ତି ଏବେବି ଲୋକଙ୍କ ପାଖରେ ଅତୁଟ ରହିଛି ।

ହେଲେ ରାଜନୈତିକ ବାଧ୍ୟବାଧକତା ପାଣିପାଗକୁ ବଦଳାଇ ଦେଇଛି । ପରସ୍ପରର ଆବଶ୍ୟକତାକୁ ଅନୁଭବ କରି ମାନ, ଅଭିମାନ ଓ ସ୍ୱାଭିମାନକୁ ପଛକୁ ଛାଡ଼ି ଏକାଠି ହାତ ମିଳାଇବାକୁ ଯାଉଛନ୍ତି । କେବଳ ଦଳ କଥା ନୁହେଁ, ବ୍ୟକ୍ତି ବିଶେଷ କ୍ଷେତ୍ରରେ ବି ଏହା ପରିଲକ୍ଷିତ ହୋଇଛି । ନିକଟରେ ସ୍ୱର୍ଗତ ନଳୀନି ମହାନ୍ତିଙ୍କ ପୁତ୍ର ପୂର୍ବତନ ବିଧାୟକ ଅଂଶୁମାନ ମହାନ୍ତି କଂଗ୍ରେସ ଛାଡ଼ି ଆସି ବିଜେଡିରେ ମିଶିଲେ । ସେହିପରି ଆଜି(ଗୁରୁବାର) ବିଜୟ ମହାପାତ୍ରଙ୍କ ପୁଅ ଅରବିନ୍ଦ ମହାପାତ୍ର ବିଜେଡିରେ ଯୋଗ ଦେଇଛନ୍ତି । ରାଜ୍ୟ ରାଜନୀତିରେ ଯେଉଁମାନେ ସାମାନ୍ୟତମ ରୂଚି ରଖିଛନ୍ତି ସେମାନେ ସମସ୍ତେ ଜାଣିଥିବେ ନଳିନୀ ଓ ବିଜୟଙ୍କ ସହ କ’ଣ ଘଟିଥିଲା ।

ବିଜୟ ମହାପାତ୍ର ବିଜେଡିର ପ୍ରତିଷ୍ଠାତା ଥିଲାବେଳେ ପରବର୍ତ୍ତି ସମୟରେ ନଳିନୀ ମହାନ୍ତି ସାମିଲ୍ ହୋଇଥିଲେ । ସମସ୍ତଙ୍କୁ ଏକାଠି କରି ଦଳ ଗଢ଼ିଥିବା ବା ବିଜେଡିର ମୁଖ୍ୟ ବିନ୍ଧାଣୀ ସାଜିଥିବା ବିଜୟଙ୍କୁ ଶେଷରେ ଦଳର ଅପମାନଜନିତ ଭାବରେ ବିଦା ହେବାକୁ ପଡ଼ିଲା । ଦଳର ସଭାପତି ଭାବେ ନବୀନ ପଟ୍ଟନାୟକ ଏଭଳି ଗୋଟି ଚାଳନା ୨୦୦୦ ମସିହାରୁ ଚଳାଇ ଆସିଲେ ଯେ ବିଜୟ ଆଉ ବିଧାନସଭା ମାଟି ମାଡ଼ି ପାରିଲେ ନାହିଁ । ତାଙ୍କୁ ବହୁ ଅପମାନ ଜନିତ ପରିସ୍ଥିତିର ସମ୍ମୁଖିନ ହେବାକୁ ପଡ଼ିଥିଲା ଏବଂ ଦୁର୍ନୀତି ଅଭିଯୋଗରେ ଭିଜିଲାନ୍ସ ମାମଲା ମଧ୍ୟ ହେଲା । ଏହି ମାମଲା ଏବେବି ବଳବତର ରହିଛି । ବିଜୟ ସରକାରଙ୍କ ବିଭିନ୍ନ କାର‌୍ୟ୍ୟକ୍ରମ ଓ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ କଡ଼ା ସମାଲୋଚନା କରିବାରେ ଲାଗିଥିଲେ ।

ଏପରିକି ଭି.କେ ପାଣ୍ଡିଆନ୍‌ଙ୍କୁ ବି ଛାଡ଼ୁ ନଥିଲେ । ଜଗନ୍ନାଥ ପ୍ରକଳ୍ପ ଠାରୁ ଆରମ୍ଭ କରି ଜଳସେଚନ, କୃଷି ଓ ଆଇନ୍ ଶୃଙ୍ଖଳା ଭଳି ଘଟଣା ଗୁଡ଼ିକରେ ବିଜୟଙ୍କ ନବୀନ ଓ ପାଣ୍ଡିଆନ୍ ବିରୋଧୀ ମନ୍ତବ୍ୟ କହାକୁ ଅଛପା ନାହିଁ । ସେହିପରି ନଳିନୀ ମହାନ୍ତିଙ୍କୁ ସରକାରରୁ ଛାୟା ଦୁର୍ନୀତି ଅଭିଯୋଗରେ ବିଦା କରାଗଲା । ତାଙ୍କ ବିରୋଧରେ ଭିଜିଲାନ୍ସ କେସ୍ ମଧ୍ୟ କରାଗଲା । ଏପରିକି ବିଳମ୍ବରେ ହେଲେ ବି ନଳିନୀଙ୍କୁ ମଧ୍ୟ ଲାଗିପାଦି ନିର୍ବାଚନରେ ନବୀନ ଶେଷରେ ହରାଇବାକୁ ସମର୍ଥ ହେଲେ । ଏହି ଘଟଣାରେ ସେ ସମ୍ପୂର୍ଣ୍ଣ ଭାଙ୍ଗି ପଡ଼ିଥିଲେ । ନଳୀନିଙ୍କ ଖାସ୍ ବନ୍ଧୁମାନେ କୁହନ୍ତି ନିର୍ବାଚନରେ ହାରିଲା ପରେ ଭିଜିଲାନ୍ସ କେସ୍ କଥା ଚିନ୍ତା କରି କରି ଅକାଳରେ ତାଙ୍କ ବିୟୋଗ ଘଟିଲା ।

ଏଭଳି ଘଟଣା ପରେ କେହି କେବେ କ’ଣ ଚିନ୍ତା କରେ ଯେ ଏହି ଦୁଇ ନେତାଙ୍କ ପୁଅ ପୁଣି ନବୀନଙ୍କ ଅଧିନରେ ପରିଚାଳିତ ବିଜେଡିରେ ସାମିଲ୍ ହେବେ । କିନ୍ତୁ ସବୁ କଥାକୁ ଭୁଲ୍ ପ୍ରମାଣିତ କରି ଉଭୟଙ୍କ ପୁଅ ଏବେ ବିଜେଡିରେ । କୁହାଯାଉଛି ପୁରୁଣା କଥାକୁ ଧରି ବସିଲେ କେହି କେବେ ଆଗକୁ ବଢ଼ିପାରିବ ନାହିଁ । ରାଜନୀତିରେ ନୀତି ଓ ଆଦର୍ଶକୁ ଜଗିଲେ ପଛରେ ପଡ଼ି ରହିବେ । ଏଣୁ ଯୁବ ପୀଢ଼ି ଏକଥାକୁ ମନରେ ରଖି ଭବିଷ୍ୟତ ରାଜନୀତିକୁ ଦୃଷ୍ଟିକୁ ଆଣି ଆଗେଇ ଆସିଥିବା କଥା ଅନେକ କହୁଛନ୍ତି ।

Proprietor Abhimanyu Maharana

Proprietor Abhimanyu Maharana

  • Trending
  • Comments
  • Latest
ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

June 13, 2024
ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

February 24, 2020
ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

May 19, 2020
ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା  ।

ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା ।

July 1, 2020
ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

0
“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

0
କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

0
ହୀରାକୁଦ – ନିଷିଦ୍ଧଞ୍ଚଳ ରେ  ତିନି ଅଭିନେତ୍ରୀ ଙ୍କ  ସହିତ  ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

ହୀରାକୁଦ – ନିଷିଦ୍ଧଞ୍ଚଳ ରେ ତିନି ଅଭିନେତ୍ରୀ ଙ୍କ ସହିତ ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

0
ଭାରତରେ ଶୁଭାରମ୍ଭ ହୋଇଛି ନୂତନ BMW X1 ଲଙ୍ଗ ହୁଇଲବେସ୍

ଭାରତରେ ଶୁଭାରମ୍ଭ ହୋଇଛି ନୂତନ BMW X1 ଲଙ୍ଗ ହୁଇଲବେସ୍

August 21, 2026
ଗୋଷ୍ଠୀସ୍ବାସ୍ଥ୍ୟ କେନ୍ଦ୍ରରେ ଯକ୍ଷ୍ମା ରୋଗୀ ଙ୍କୁ ପୋଷଣ ବଣ୍ଟନ କାର୍ଯ୍ୟକ୍ରମ

ଗୋଷ୍ଠୀସ୍ବାସ୍ଥ୍ୟ କେନ୍ଦ୍ରରେ ଯକ୍ଷ୍ମା ରୋଗୀ ଙ୍କୁ ପୋଷଣ ବଣ୍ଟନ କାର୍ଯ୍ୟକ୍ରମ

August 21, 2026
ସିଣ୍ଟେକ୍ସ ପିଓର ସହିତ ସ୍ୱାସ୍ଥ୍ୟ ଏବଂ ସ୍ୱଚ୍ଛତାର ସୁରକ୍ଷା

ସିଣ୍ଟେକ୍ସ ପିଓର ସହିତ ସ୍ୱାସ୍ଥ୍ୟ ଏବଂ ସ୍ୱଚ୍ଛତାର ସୁରକ୍ଷା

August 21, 2026
ଦେଶର ଭବିଷ୍ୟତ ଏଆଇ ଶ୍ରମଶକ୍ତି ଗଠନ ପାଇଁ କିଟ୍ ବିଶ୍ୱବିଦ୍ୟାଳୟ ସହ ଏଆଇ ସେଣ୍ଟର ଅଫ୍ ଏକ୍ସଲେନ୍ସ ପ୍ରତିଷ୍ଠା କରିବ ପ୍ରୋଟିଭିଟି ମେମ୍ବର ଫାର୍ମ ଫର୍ ଇଣ୍ଡିଆ

ଦେଶର ଭବିଷ୍ୟତ ଏଆଇ ଶ୍ରମଶକ୍ତି ଗଠନ ପାଇଁ କିଟ୍ ବିଶ୍ୱବିଦ୍ୟାଳୟ ସହ ଏଆଇ ସେଣ୍ଟର ଅଫ୍ ଏକ୍ସଲେନ୍ସ ପ୍ରତିଷ୍ଠା କରିବ ପ୍ରୋଟିଭିଟି ମେମ୍ବର ଫାର୍ମ ଫର୍ ଇଣ୍ଡିଆ

August 21, 2026

Recent News

Welcome to Odisha Taza News.
Chief Editor: Abhimanyu Maharana
Email: odishatazanews1@gmail.com
whatsapp - 9938341180
contact no - 7008991872

Browse by Category

  • Uncategorized
  • ଅନୁଗୁଳ
  • ଅପରାଧ
  • ଓଡ଼ିଶା
  • କଟକ
  • କନ୍ଧମାଳ
  • କରୋନା
  • କଳାହାଣ୍ଡି
  • କେନ୍ଦୁଝର
  • କେନ୍ଦ୍ରାପଡା
  • କୋରାପୁଟ
  • କ୍ରୀଡ଼ା
  • ଖେଳ
  • ଖୋର୍ଦ୍ଧା
  • ଗଜପତି
  • ଗଞ୍ଜାମ
  • ଜଗତସିଂହପୁର
  • ଜୀବନଚର୍ଯ୍ୟା
  • ଝାରସୁଗୁଡା
  • ଢେଙ୍କାନାଳ
  • ଦେବଗଡ଼
  • ଦେଶ
  • ନବରଙ୍ଗପୁର
  • ନୟାଗଡ଼ ନିଉଜ୍
  • ନୂଆପଡ଼ା
  • ପଂଚାୟତ ନିର୍ବାଚନ
  • ପୁରୀ
  • ଫୋଟୋ ଗ୍ୟାଲେରୀ
  • ବରଗଡ଼
  • ବଲାଙ୍ଗିର
  • ବାଣିଜ୍ୟ
  • ବାଲେଶ୍ଵର
  • ବିଚିତ୍ର
  • ବିଶ୍ଵ
  • ବୌଦ୍ଧ
  • ଭଦ୍ରକ
  • ମନୋରଞ୍ଜନ
  • ମୟୁରଭଞ୍ଜ
  • ମହାନଗର
  • ମାଲକାନଗିରି
  • ଯାଜପୁର
  • ରାଜନୀତି
  • ରାୟଗଡା
  • ରାଶିଫଳ
  • ଶିକ୍ଷା ଓ ନିଯୁକ୍ତି
  • ସମ୍ବଲପୁର
  • ସୁନ୍ଦରଗଡ଼
  • ସୁବର୍ଣ୍ଣପୁର
  • ହୋମ୍

Recent News

ଭାରତରେ ଶୁଭାରମ୍ଭ ହୋଇଛି ନୂତନ BMW X1 ଲଙ୍ଗ ହୁଇଲବେସ୍

ଭାରତରେ ଶୁଭାରମ୍ଭ ହୋଇଛି ନୂତନ BMW X1 ଲଙ୍ଗ ହୁଇଲବେସ୍

August 21, 2026
ଗୋଷ୍ଠୀସ୍ବାସ୍ଥ୍ୟ କେନ୍ଦ୍ରରେ ଯକ୍ଷ୍ମା ରୋଗୀ ଙ୍କୁ ପୋଷଣ ବଣ୍ଟନ କାର୍ଯ୍ୟକ୍ରମ

ଗୋଷ୍ଠୀସ୍ବାସ୍ଥ୍ୟ କେନ୍ଦ୍ରରେ ଯକ୍ଷ୍ମା ରୋଗୀ ଙ୍କୁ ପୋଷଣ ବଣ୍ଟନ କାର୍ଯ୍ୟକ୍ରମ

August 21, 2026
  • About
  • Advertise
  • Privacy & Policy
  • Contact

© 2023 Odisha Taza News.

No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ

© 2023 Odisha Taza News.

Go to mobile version