୭ ମାର୍ଚ୍ଚ,୨୦୨୪ (ଓଡିଶା ତାଜ଼ା ନ୍ୟୁଜ) ମାହାଙ୍ଗା :-> ପୂର୍ବତନ ମନ୍ତ୍ରୀ ଜନପ୍ରିୟ ବିଧାୟକ ଶ୍ରୀଯୁକ୍ତ ପ୍ରତାପ ଜେନା ମହୋଦୟ ବିଶାଳ ରାଲୀ ରେ ଜଳେଶ୍ବର ପୁର ଗ୍ରାମ ପଞ୍ଚାୟତ ର ମଲ୍ଲିପୁରା ସ୍ଥିତ ଛକ ରେ ଏକ ନୂତନ ରାସ୍ତା ର ଶୁଭ ଶିଳାନ୍ୟାସ କରାଯାଇଥିଲା

ଏହି ରାସ୍ତା ର ଅଟକଳ ମୂଲ୍ୟ -୯୫୦୦୦୦୦/- ରୁ ଉର୍ଦ୍ଧ । ଏହିରାସ୍ତା ର ସଂଯୋଗ ମଲ୍ଲିପୁରା ଠାରୁ ଉଷୁମା ,ଧାରପୂର୍ , ସଲରା , ପାଟକୁଳ ,ବିନୋଦ ବିହାରୀ ଏହି ରାସ୍ତା ର ଅଟକଳ ଦେଇ ସାଇ ମନ୍ଦିର ପର୍ଯ୍ୟନ୍ତ ରାସ୍ତା ର ଶୁଭ ଶିଳାନ୍ୟାସ ହୋଇ ଥିଲା ।

ଶେଷରେ ମାହାଙ୍ଗା ଗ୍ରାମ ପଞ୍ଚାୟତ ର ଦଶୁଆପୁର ରାସ୍ତା ର ଶୁଭ ଶିଳାନ୍ୟାସ କରିଥିଲେ । ଏହି ରାସ୍ତା ର ଅଟକଳ ମୂଲ୍ୟ -୨ କୋଟି ରୁ ଉର୍ଦ୍ଧ ଟଙ୍କା ଥିଲା ।

ଏଥି ସହିତ ପୂର୍ବତନ ମନ୍ତ୍ରୀ ବିଧାୟକ ଶ୍ରୀଯୁକ୍ତ ପ୍ରତାପ ଜେନା ମହୋଦୟ ଏହି ରାସ୍ତା ଯାଉଥିବା ପଞ୍ଚାୟତ ଗୁଡିକର କିଭଳି ଭାବେ ଉନ୍ନତି ହେବ ସେ ବାବଦ ରେ ମଧ୍ୟ ପଞ୍ଚାୟତ ର ମୁରାବି ମାନଙ୍କ ସହିତ ଆଲୋଚନା କରି ଥିଲେ ।














