୭ ମାର୍ଚ୍ଚ,୨୦୨୪ (ଓଡିଶା ତାଜ଼ା ନ୍ୟୁଜ) ଦଶପଲ୍ଲା :-> ଦଶପଲ୍ଲା ବ୍ଲକ୍ ଅନ୍ତର୍ଗତ ରଘୁନାଥ ଉପ୍ରା ବିଦ୍ୟାଳୟ ଘୋଳାହାଣ୍ଡିରେ ଜଣେ ଶିକ୍ଷକ ଛାତ୍ରୀଙ୍କ ପ୍ରତି ଅସଦାଚରଣ କରିଥିବା ଘଟଣାରେ ନିଲମ୍ବିତ ହୋଇଛନ୍ତି | ବିଇଓଙ୍କ ପତ୍ରସଂଖ୍ୟା ୪୬୮ ଅନୁଯାୟୀ, ଗତ ୫ ତାରିଖ ଦିନ ସମ୍ପୃକ୍ତ ଶିକ୍ଷକ ଲିଙ୍ଗରାଜ ପାଣିଙ୍କୁ ନିଲମ୍ବନ କରାଯାଇଥିବା ବ୍ଲକ ଶିକ୍ଷା ଅଧିକାରୀ ଭକ୍ତି ବିନୋଦ ସଲ କହିଛନ୍ତି।

ସୂଚନାଯୋଗ୍ୟ, ଉକ୍ତ ବିଦ୍ୟାଳୟର ସହକାରୀ ଶିକ୍ଷକ ଶ୍ରୀ ପାଣି ଛାତ୍ରୀଙ୍କୁ ପାଠ ପଢ଼ାଇବା ସମୟରେ ଅସଦାଚରଣ କରିଥିବା ଅଭିଯୋଗ ହୋଇଥିଲା । କିନ୍ତୁ ଏ ବାବଦରେ ସମ୍ପୃକ୍ତ ଶିକ୍ଷକଙ୍କୁ ଯୋଗାଯୋଗ କରିବାରେ ସେ ଏପରି କୌଣସି କାର୍ଯ୍ୟ କରି ନଥିବା କହିଥିବା ବେଳେ ଏସବୁ ବିପକ୍ଷ ଗୋଷ୍ଠୀଙ୍କ କାର୍ଯ୍ୟ ବୋଲି କହିଥିବା ବେଳେ ,

ସେ ଜଣେ ନୈଷ୍ଟିକ ବ୍ରହ୍ମଣ ହୋଇ ଏପରି ଅମାନୁଷିକ କାମ କରିପାରିବେ ନାହିଁ ବୋଲି କହିଥିଲେ । କିଛିଗଣମାଧ୍ୟମ ପ୍ରତିନିଧି ଏହି ଘଟଣାରେ ତାଙ୍କୁ ମୋଟା ଅଂକର ଅର୍ଥ ମାଗି ଥିଲେ ଓ ସେ ଅର୍ଥ ଦେବାକୁ ମନାକରିବାରୁ ତାଙ୍କ ନାମରେ ମିଥ୍ୟା ଖବର ପ୍ରକାଶ କରିଥିବା ଅଭିଯୋଗ କରିଛନ୍ତି ।














