• About
  • Advertise
  • Privacy & Policy
  • Contact
Odisha Taza News
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
Odisha Taza News
No Result
View All Result
Home ଓଡ଼ିଶା

ଚଣ୍ଡିଖୋଲରେ ପ୍ରଧାନମନ୍ତ୍ରୀଙ୍କ “ମୋଦି ଗ୍ୟାରେଂଟି” ସମାବେଶ

Proprietor Abhimanyu Maharana by Proprietor Abhimanyu Maharana
March 7, 2024
in ଓଡ଼ିଶା, ମହାନଗର, ହୋମ୍
0
ଚଣ୍ଡିଖୋଲରେ ପ୍ରଧାନମନ୍ତ୍ରୀଙ୍କ “ମୋଦି ଗ୍ୟାରେଂଟି” ସମାବେଶ
Share on FacebookShare on TwitterWhatsapp

ଆପଣମାନଙ୍କ ଉପସ୍ଥିତି ଓ ଉତ୍ସାହ ପ୍ରମାଣିତ କରୁଛି ଓଡ଼ିଶାରେ ଏଥର ବିଜେପି କରିବ ସରକାର : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି

 ବିକଶିତ ଭାରତର ଗେଟ୍ ୱେ ଓଡିଶା ହେଉ, ଏହା ହେଉଛି ମୋଦି ସରକାରର ଲକ୍ଷ୍ୟ

 ବିଜେପି ବିରୋଧୀ ଦଳର ଲୋକମାନେ ଏବେ ମୋଦିଙ୍କୁ ସମାଲୋଚନା କରୁଛନ୍ତି

 ଓଡ଼ିଶାର ଗରିବ ଲୋକ, ଯୁବକ, ମାତୃଶକ୍ତି, କୃଷକ ସମସ୍ତେ ଏଥର ବିଜେପି ଉପରେ ଭରଷା କରିବେ

 ଓଡ଼ିଶା ଲୋକଙ୍କର “ମୋଦି ଗ୍ୟାରେଂଟି” ଉପରେ ବିଶ୍ୱାସ ରହିଛି

୬ ମାର୍ଚ୍ଚ,୨୦୨୪ (ଓଡିଶା ତାଜ଼ା ନ୍ୟୁଜ) ଭୁବନେଶ୍ୱର/ଚଣ୍ଡିଖୋଲ  :-> ଯାଜପୁର ଜିଲ୍ଲା ଚଣ୍ଡିଖୋଲଠାରେ ଆୟୋଜିତ “ମୋଦି ଗ୍ୟାରେଂଟି” ବିକଶିତ ଭାରତ ବିକଶିତ ଓଡ଼ିଶା ସମାବେଶରେ ଯଶସ୍ୱୀ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦି ଯୋଗ ଦେଇ କାର୍ଯ୍ୟକର୍ତାଙ୍କ ମନରେ ଜୋସ୍ ଭରିଛନ୍ତି । ଜନସଭାରେ ବିଶାଳ ଜନସମାବେଶକୁ ଦେଖି ମୋଦି କହିଛନ୍ତି ଯେ, ଆଜିର ଏହି ଚଣ୍ଡିଖୋଲ ଜନ ସମାବେଶର ଭିଡ ହିଁ ପ୍ରମାଣିତ କରୁଛି, ଲୋକଙ୍କ ମୁଡ୍ ବିଜେପି ସହ ଅଛି । ଓଡ଼ିଶାର ଲୋକମାନେ ମନସ୍ଥ କରି ସାରିଲେଣି ଏଥର ବିଜେପିକୁ ଜିତାଇବେ । ଜୟ ଜଗନ୍ନାଥ, ଜୟ ମା ବିରଜା, ଜୟ ଶ୍ରୀରାମ ନାରା ଦେଇ ଓଡ଼ିଶାବାସୀଙ୍କୁ ସମ୍ବୋଧନ ଆରମ୍ଭ କରିଥିଲେ ପ୍ରଧାନମନ୍ତ୍ରୀ । ଓଡ଼ିଶାର ସଂକଳ୍ପ କ’ଣ ତାହା ଆଜିର ଜନସଭାର ଭିଡ ପ୍ରମାଣିତ କରୁଛି ।

ପ୍ରଧାନମନ୍ତ୍ରୀ ମୋଦିଜୀ କହିଛନ୍ତି ଯେ, ଦେଶରେ ଏକ ମଜ୍‌ବୁତ ଓ ଗରିବଙ୍କ ପାଇଁ ସମର୍ପିତ ସରକାର ପୁଣି ଥରେ ହେବାକୁ ଯାଉଛି । ବିଜେପି ସରକାରର ସଂକଳ୍ପ ହେଉଛି କୃଷକ, ଯୁବକ, ମହିଳା, ଗରିବଙ୍କ ଜୀବନରେ ପରିବର୍ତନ ଆଣିବା । ବିଗତ ୧୦ବର୍ଷ ହେଲା ବିଜେପି ସରକାର ଓଡ଼ିଶାରେ ବିପୁଳ ପୁଞ୍ଜୀନିବେଶ କରିଛି । ଓଡିଶା ବିକଶିତ ଭାରତର ଗେଟ୍ ୱେ ହେଉ ଏହା ହେଉଛି ମୋଦି ସରକାରର ଲକ୍ଷ୍ୟ । ଓଡିଶା ଅନେକ ଶିଳ୍ପର ଏକ ବଡ କେନ୍ଦ୍ର ହେବାକୁ ଯାଉଛି । ୨୦୧୪ ପୂର୍ବରୁ କଂଗ୍ରେସ ଦଳ କେବଳ ନିଜ ସିନ୍ଦୁକରେ ଅର୍ଥ ଭରୁଥିଲା । ନିଜ ଦଳ ଓ ନିଜ ପରିବାରର ସମୃଦ୍ଧି ପାଇଁ କାମ କରୁଥିଲା କଂଗ୍ରେସ ସରକାର କିନ୍ତୁ ୨୦୧୪ପରେ ଜଣେ ଗରିବ ଦେଶର ଶାସନ ଦାୟିତ୍ୱ ନେଲା ।

ଦେଶର ଗରିବ ଲୋକଙ୍କ ବିକାଶ ପାଇଁ ସେ ଗ୍ୟାରେଂଟି ନେଲା ଯାହା ନାମ ହେଉଛି “ମୋଦି ଗ୍ୟାରେଂଟି” । ଆଜି ବିଶ୍ୱାସ ଜନ୍ମିଛି, ମୋଦି ଦେଶର ଗରିବଙ୍କ ସାଥିରେ ଅଛି । ଯାହାକୁ କେହି ପଚାରୁନଥିଲେ, ତାକୁ ମୋଦି ପଚାରୁଛି । ପ୍ରଧାନମନ୍ତ୍ରୀ ମୋଦି କହିଛନ୍ତି ଯେ, ଓଡ଼ିଶାରେ ପିଏମ୍ ସ୍ୱନିଧି ଯୋଜନାରେ ହିତାଧିକାରୀଙ୍କୁ ଆର୍ôଥକ ସହାୟତା ମିଳୁଛି । ପିଏମ୍ ମତ୍ସ୍ୟସଂପଦ ଯୋଜନାରେ ମତ୍ସ୍ୟଜୀବୀ ସହାୟତା ପାଉଛନ୍ତି । ଗରିବଙ୍କୁ ପକ୍କା ଘର ସ୍ୱପ୍ନ ଥିଲା, ଆଜି ଓଡିଶାର ଗରିବ ଲୋକଙ୍କ ପାଇଁ ପକ୍କା ଘର ବାସ୍ତବତା ପାଲଟିଛି । ଯେଉଁଠି ସବୁ ସମ୍ଭାବନା ଶେଷ ହୁଏ, ସେଇଠୁ “ମୋଦିର ସଂକଳ୍ପ” ଆରମ୍ଭ ହୁଏ, ଏହା ହିଁ “ମୋଦି ଗ୍ୟାରେଂଟି” । ଭଗବାନ ସୂର୍ଯ୍ୟ ଦେବତାଙ୍କ ଭୂମି ଓଡିଶା ।

ସମସ୍ତଙ୍କୁ ବିଜୁଳି ଦେବା ମୋଦିଙ୍କର ଗ୍ୟାରେଂଟି । ପିଏମ୍ ସୂର୍ଯ୍ୟ ଘର ମୁକ୍ତ ବିଜୁଳି ଯୋଜନା ଆରମ୍ଭ କରାଯାଇଛି । ଘର ଛାତରେ ସୋଲାର ପ୍ୟାନେଲ ଲଗାଇ ବିଜୁଳି ଉତ୍ପାଦନ କରାଯାଉଛି । ୩ ଶହ ୟୁନିଟ ପର୍ଯ୍ୟନ୍ତ ମାଗଣା ବିଜୁଳି ପାଇବେ ଉପଭୋକ୍ତା । ୩ ଲକ୍ଷ ଲକ୍ଷପତି ଦିଦି ବନାଇବାର ଦାୟିତ୍ୱ ନେଇଛନ୍ତି ମୋଦିଜୀ । ଚଣ୍ଡିଖୋଲ ସଭାରେ ଲୋକଙ୍କ ଉତ୍ସାହ ଦେଖି ପ୍ରଧାନମନ୍ତ୍ରୀ ମୋଦି କହିଛନ୍ତି, ଆପଣମାନଙ୍କ ଭଲ ପାଇବା ଦେଖି ମୁଁ ଅଭିଭୂତ । ପ୍ରଭୁ ଜଗନ୍ନାଥଙ୍କ କୃପା ବିନା ଏତେ ଭଲପାଇବା ମିଳିବନି । କିଛି ଲୋକଙ୍କୁ ଆମ ନୀତି, ନିଷ୍ଠାପର ଉଦ୍ୟମ ପସନ୍ଦ ଆସୁନି । ବିରୋଧୀ ଦଳର ଲୋକମାନେ ଏବେ ମୋଦିଙ୍କୁ ସମାଲୋଚନା କରୁଛନ୍ତି । ମୋଦିର ପରିବାର ନାହିଁ ବୋଲି ସେମାନେ କହୁଛନ୍ତି ।

ସେମାନଙ୍କ ପାଇଁ ଏକମାତ୍ର ବିଚାରଧାରା ହେଉଛି “ପରିବାର ପ୍ରଥମ”, ମୋଦିର ବିଚାରଧାରା ହେଉଛି “ଦେଶ ପ୍ରଥମ” । ଆପଣମାନେ “ପରିବାର ପାଇଁ ବଂଚନ୍ତି, ମୋଦି ଦେଶ ପାଇଁ ବଂଚେ” । ମୋଦି କୋଟି କୋଟି ପୁଅ ଝିଅଙ୍କ ଭଲ ଭବିଷ୍ୟତ ଚିନ୍ତା କରେ । ମୋଦି ସରକାରର ଲକ୍ଷ୍ୟ ଭାରତକୁ ତୃତୀୟ ବୃହତମ ଅର୍ଥନୀତି କରିବା । ସେମାନେ ନିଜ ପରିବାର ପାଇଁ ବଡ ବଡ ମହଲ ବନାଉଛନ୍ତି କିନ୍ତୁ ମୋଦି ଗରିବ ଲୋକଙ୍କ ପାଇଁ ପକ୍କା ଘର ବନାଉଛି । ସେମାନେ ନିଜେ ଧନୀ ହେଉଛନ୍ତି, ମୋଦି ୨୫କୋଟିଙ୍କୁ ଗରିବୀରୁ ମୁକ୍ତି ଦେଇଛନ୍ତି । ମୋଦିର ନାରା “ମେରା ଭାରତ ମେରା ପରିବାର” ।

ଏ କଥା ଏ ପରିବାରବାଦୀଙ୍କୁ ଭାରି କଷ୍ଟ ଦେଉଛି । କାଲିଠାରୁ କୋଟି କୋଟି ଲୋକ “ମୁଁ ମୋଦି ପରିବାରର” କହୁଛନ୍ତି । ପ୍ରଧାନମନ୍ତ୍ରୀ ମୋଦି କହିଛନ୍ତି, ଓଡିଶାରେ ଏଥର ଅଧିକରୁ ଅଧିକ ପଦ୍ମଫୁଲ ଫୁଟିବ । ଓଡ଼ିଶାର ଗରିବ ଲୋକ, ଯୁବକ, ମାତୃଶକ୍ତି, କୃଷକ ସମସ୍ତେ ଏଥର ବିଜେପି ଉପରେ ଭରଷା କରିଛନ୍ତି । ୨୦୨୪ ନିର୍ବାଚନରେ ଦେଶରେ ବିଜେପିର ବିଜୟରେ ଓଡ଼ିଶାର ବଡ ଭୂମିକା ରହିବ । ଆଜିର ଏହି ସଭାରେ ରାଜ୍ୟ ସଭାପତି ମନମୋହନ ସାମଲ, କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ବିଶ୍ୱେଶ୍ୱର ଟୁଡୁ, ସମସ୍ତ ସାଂସଦ, ବିଧାୟକ, ରାଜ୍ୟ ପଦାଧିକାରୀ, ଜିଲ୍ଲା ପଦାଧିକାରୀ ମାନେ ଉପସ୍ଥିତ ଥିଲେ ।

Proprietor Abhimanyu Maharana

Proprietor Abhimanyu Maharana

  • Trending
  • Comments
  • Latest
ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

June 13, 2024
ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

February 24, 2020
ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

May 19, 2020
ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା  ।

ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା ।

July 1, 2020
ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

0
“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

0
କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

0
ହୀରାକୁଦ – ନିଷିଦ୍ଧଞ୍ଚଳ ରେ  ତିନି ଅଭିନେତ୍ରୀ ଙ୍କ  ସହିତ  ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

ହୀରାକୁଦ – ନିଷିଦ୍ଧଞ୍ଚଳ ରେ ତିନି ଅଭିନେତ୍ରୀ ଙ୍କ ସହିତ ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

0
Chandi Bhandar Opens Its 33rd Store in Rourkela this Raksha Bandhan

Chandi Bhandar Opens Its 33rd Store in Rourkela this Raksha Bandhan

August 22, 2026
ଭାରତରେ ଶୁଭାରମ୍ଭ ହୋଇଛି ନୂତନ BMW X1 ଲଙ୍ଗ ହୁଇଲବେସ୍

ଭାରତରେ ଶୁଭାରମ୍ଭ ହୋଇଛି ନୂତନ BMW X1 ଲଙ୍ଗ ହୁଇଲବେସ୍

August 21, 2026
ଗୋଷ୍ଠୀସ୍ବାସ୍ଥ୍ୟ କେନ୍ଦ୍ରରେ ଯକ୍ଷ୍ମା ରୋଗୀ ଙ୍କୁ ପୋଷଣ ବଣ୍ଟନ କାର୍ଯ୍ୟକ୍ରମ

ଗୋଷ୍ଠୀସ୍ବାସ୍ଥ୍ୟ କେନ୍ଦ୍ରରେ ଯକ୍ଷ୍ମା ରୋଗୀ ଙ୍କୁ ପୋଷଣ ବଣ୍ଟନ କାର୍ଯ୍ୟକ୍ରମ

August 21, 2026
ସିଣ୍ଟେକ୍ସ ପିଓର ସହିତ ସ୍ୱାସ୍ଥ୍ୟ ଏବଂ ସ୍ୱଚ୍ଛତାର ସୁରକ୍ଷା

ସିଣ୍ଟେକ୍ସ ପିଓର ସହିତ ସ୍ୱାସ୍ଥ୍ୟ ଏବଂ ସ୍ୱଚ୍ଛତାର ସୁରକ୍ଷା

August 21, 2026

Recent News

Welcome to Odisha Taza News.
Chief Editor: Abhimanyu Maharana
Email: odishatazanews1@gmail.com
whatsapp - 9938341180
contact no - 7008991872

Browse by Category

  • Uncategorized
  • ଅନୁଗୁଳ
  • ଅପରାଧ
  • ଓଡ଼ିଶା
  • କଟକ
  • କନ୍ଧମାଳ
  • କରୋନା
  • କଳାହାଣ୍ଡି
  • କେନ୍ଦୁଝର
  • କେନ୍ଦ୍ରାପଡା
  • କୋରାପୁଟ
  • କ୍ରୀଡ଼ା
  • ଖେଳ
  • ଖୋର୍ଦ୍ଧା
  • ଗଜପତି
  • ଗଞ୍ଜାମ
  • ଜଗତସିଂହପୁର
  • ଜୀବନଚର୍ଯ୍ୟା
  • ଝାରସୁଗୁଡା
  • ଢେଙ୍କାନାଳ
  • ଦେବଗଡ଼
  • ଦେଶ
  • ନବରଙ୍ଗପୁର
  • ନୟାଗଡ଼ ନିଉଜ୍
  • ନୂଆପଡ଼ା
  • ପଂଚାୟତ ନିର୍ବାଚନ
  • ପୁରୀ
  • ଫୋଟୋ ଗ୍ୟାଲେରୀ
  • ବରଗଡ଼
  • ବଲାଙ୍ଗିର
  • ବାଣିଜ୍ୟ
  • ବାଲେଶ୍ଵର
  • ବିଚିତ୍ର
  • ବିଶ୍ଵ
  • ବୌଦ୍ଧ
  • ଭଦ୍ରକ
  • ମନୋରଞ୍ଜନ
  • ମୟୁରଭଞ୍ଜ
  • ମହାନଗର
  • ମାଲକାନଗିରି
  • ଯାଜପୁର
  • ରାଜନୀତି
  • ରାୟଗଡା
  • ରାଶିଫଳ
  • ଶିକ୍ଷା ଓ ନିଯୁକ୍ତି
  • ସମ୍ବଲପୁର
  • ସୁନ୍ଦରଗଡ଼
  • ସୁବର୍ଣ୍ଣପୁର
  • ହୋମ୍

Recent News

Chandi Bhandar Opens Its 33rd Store in Rourkela this Raksha Bandhan

Chandi Bhandar Opens Its 33rd Store in Rourkela this Raksha Bandhan

August 22, 2026
ଭାରତରେ ଶୁଭାରମ୍ଭ ହୋଇଛି ନୂତନ BMW X1 ଲଙ୍ଗ ହୁଇଲବେସ୍

ଭାରତରେ ଶୁଭାରମ୍ଭ ହୋଇଛି ନୂତନ BMW X1 ଲଙ୍ଗ ହୁଇଲବେସ୍

August 21, 2026
  • About
  • Advertise
  • Privacy & Policy
  • Contact

© 2023 Odisha Taza News.

No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ

© 2023 Odisha Taza News.

Go to mobile version