ଓଡିଶା ତାଜା ନ୍ୟୁଜ୍ (୨୮ ଜୁଲାଇ ମଙ୍ଗଳବାର ) ଭୁବନେଶ୍ୱର :- ରାଜ୍ୟ ଯୋଜନା ବୋର୍ଡ ଉପାଧ୍ୟକ୍ଷ ସଞ୍ଜୟ କୁମାର ଦାସବର୍ମା ସ୍ଥାନୀୟସେଚ୍ଚସଦନଠାରେ ଜଳସମ୍ପଦ ବିଭାଗ ଦ୍ୱାରା ପୁରୀ ଜିଲ୍ଲାରେ ସମ୍ଭାବ୍ୟ ବନ୍ୟା ମୁକାବିଲାନିମନ୍ତେ ପ୍ରସ୍ତୁତି, ଡ୍ରେନେଜ୍ କାର୍ଯ୍ୟ, ସମ୍ବେଦନଶୀଳ ଅଞ୍ଚଳରେ ବନ୍ୟା ପ୍ରତିରୋଧକବନ୍ଧ ଓ ନଦୀବନ୍ଧର କାର୍ଯ୍ୟକାରିତା ସମ୍ପର୍କରେ ବିସ୍ତୃତ ଭାବେ ସମୀକ୍ଷା କରିଛନ୍ତି । ଏହାସହ ନାବାର୍ଡ ସହାୟତାରେ ରାଜ୍ୟ ଯୋଜନାରେ କାର୍ଯ୍ୟକାରୀ ହେଉଥିବାପ୍ରକଳ୍ପଗୁଡ଼ିକର ମଧ୍ୟ ଶ୍ରୀ ଦାସବର୍ମା ସମୀକ୍ଷା କରିଥିଲେ । ଗୋକୁଳପୁର ଠାରେ ଭାଗୀରଥୀନଦୀ ଉପରେ ନିର୍ମିତ ବ୍ରିଜ୍ କାର୍ଯ୍ୟର ସମୀକ୍ଷା କରାଯାଇଥିଲା ।
ସମସ୍ତ ପ୍ରକଳ୍ପ କାର୍ଯ୍ୟଗୁଡ଼ିକୁ ତ୍ୱରାନ୍ୱିତ କରିବାକୁ ଶ୍ରୀ ଦାସବର୍ମା ନିର୍ଦ୍ଦେଶ ଦେଇଛନ୍ତି । ଉପାଧ୍ୟକ୍ଷ ଶ୍ରୀଦାସବର୍ମା ପୁରୀ ଜିଲ୍ଲାର ମଙ୍ଗଳାନଦୀର ଜଳ ନିଷ୍କାସନ ନିମନ୍ତେ ମୁହାଣ ଖୋଲାକାର୍ଯ୍ୟକୁ ତ୍ୱରାନ୍ୱିତ କରିବାକୁ ପରାମର୍ଶ ଦେଇଥିଲେ । ଭାର୍ଗବୀ, ଦୟା, ଲୁଣା, ରତ୍ନତିରାଏବଂ ମକରା ନଦୀ ଯେପରି ସମୁଦ୍ରରେ ଅବାଧରେ ପ୍ରବେଶ କରିବ, ସେଥିପାଇଁଆବଶ୍ୟକ ପଦକ୍ଷେପ ନେବାକୁ ବିଭାଗୀୟ ଯନ୍ତ୍ରୀଙ୍କୁ ନିର୍ଦ୍ଦେଶ ଦେଇଥିଲେ । ଦକ୍ଷିଣକଣିଆ ନଦୀର ଖନନ କାର୍ଯ୍ୟ ତ୍ୱରାନ୍ୱିତ କରିବାକୁ ସେ ନିର୍ଦ୍ଦେଶ ଦେଇଥିଲେ ।
ଏହି ବୈଠକରେ ଜଳ ସମ୍ପଦ ବିଭାଗର ସର୍ବୋଚ୍ଚ ଯନ୍ତ୍ରୀ ଜ୍ୟୋତିର୍ମୟ ରଥ, ମୁଖ୍ୟଯନ୍ତ୍ରୀବନ୍ୟା ନିୟନ୍ତ୍ରଣ ଓ ବେସିନ୍ ପରିଚାଳନା ଯୁଗଳ କିଶୋର ତ୍ରିପାଠୀ, ଅଧୀକ୍ଷଣ ଯନ୍ତ୍ରୀକେନ୍ଦ୍ରୀୟ ଇରିଗେସନ୍ ସର୍କଲ ଚିନ୍ମୟ ରଞ୍ଜନ ରାଉତ, ପୁରୀ ଇରିଗେସନ୍ ଡିଭିଜନ୍ରକାର୍ଯ୍ୟ ନିର୍ବାହୀ ଯନ୍ତ୍ରୀ ପ୍ରମୋଦ ରାଉତ, ନିମାପଡ଼ା ଇରିଗେସନ୍ ଡିଭିଜନ୍ରକାର୍ଯ୍ୟନିର୍ବାହୀ ଯନ୍ତ୍ରୀ ଶଶିଭୂଷଣ ମିଶ୍ର, ଡ୍ରେନେଜ୍ ଡିଜିଜନ୍ କାର୍ଯ୍ୟ ନିର୍ବାହୀ ଯନ୍ତ୍ରୀଭଗବାନ ଚନ୍ଦ୍ର ଦାଶ ପ୍ରମୁଖ ଯୋଗଦେଇ ଆଲୋଚନାରେ ଅଂଶଗ୍ରହଣ କରିଥିଲେ ।