୬ ମାର୍ଚ୍ଚ,୨୦୨୪ (ଓଡିଶା ତାଜ଼ା ନ୍ୟୁଜ) ଚମ୍ପୁଆ :-> ଚମ୍ପୁଆ ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଯୋଡା ବ୍ଲକ ଆନୂକୁଲ୍ୟରେ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଦ୍ବାରା ନୂତନ BSKY ନବୀନ କାର୍ଡ ବିତରଣ କାର୍ଯ୍ୟକ୍ରମର ଶୁଭାରମ୍ଭ ହୋଇଯାଇଛି । ଓଡିଶାର ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକଙ୍କ କରକମଳରେ ସାରା ରାଜ୍ୟରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିବାର ସୂଚନା ମିଳୁଛି ।

ଯୋଡା ଠାରେ ଅନୁଷ୍ଠିତ ହୋଇଥିବା ଏହି କାର୍ଯ୍ୟକ୍ରମରେ ଚମ୍ପୁଆ ବିଧାୟୀକା ଶ୍ରୀମତୀ ମିନାକ୍ଷୀ ମହାନ୍ତ ମୁଖ୍ୟ ଅତିଥି ଭାବରେ ଯୋଗଦେଇ ରାଜ୍ୟସରକାରଙ୍କ ଏହି ଯୁଗାନ୍ତକାରି ପଦକ୍ଷେପକୁ ଭୂରି ଭୂରି ପ୍ରଶଂସା କରିବା ସହ ସ୍ବାସ୍ଥ୍ୟ କ୍ଷେତ୍ରରେ ସୁବର୍ଣ ଯୁଗ ଆରମ୍ଭ ହୋଇଯାଇଛି ବୋଲି ତାଙ୍କ ଅଭିଭାଷଣରେ କହିଥିଲେ ।

ପାଖାପଖି ୮ଶହରୁ ଉର୍ଦ୍ଧ ସରକାରୀ ତଥା ତାଲିକା ଭୁକ୍ତ ଚିକିତ୍ସାଳୟରେ ପରିବାରର ସବୁ ସଦସ୍ୟ ଏହି କାର୍ଡ ମାଧ୍ୟମରେ ଚିକିତ୍ସିତ ହୋଇ ପାରିବେ ।ଜାତି ଧର୍ମ ବର୍ଣ ନିର୍ବିଶେଷରେ ସମସ୍ତ ଗରିବ ଏବଂ ମଧ୍ୟବିତ୍ତ ଶ୍ରେଣୀର ପରିବାର ମାନେ ଉପକୃତ ହୋଇପାରିବେ ବୋଲି ସମ୍ମାନୀତ

ଅତିଥି ଯୋଡା ବ୍ଲକ ଅଧିକାରିଣୀ ଶ୍ରୀମତୀ ଅରୁଣୀମା ସାହୁ ତାଙ୍କ ବକ୍ତବ୍ୟରେ ରଖିଥିଲେ ।
ଏହି କାର୍ଯ୍ୟକ୍ରମରେ ବାସୁଦେବପୁର ଗୋଷ୍ଠୀ ସ୍ବାସ୍ଥ୍ୟ ଅଧିକାରୀ ସମେତ ଶତାଧିକ ଲାଭାର୍ଥୀ ଉପସ୍ଥିତ ଥିଲେ ।














