ଓଡିଶା ତାଜା ନ୍ୟୁଜ୍ (୨୮ ଜୁଲାଇ ମଙ୍ଗଳବାର ) ନୟାଗଡ :- ବରିଷ୍ଠ ଙ୍କ ଉପଦେଶ ଏକାନ୍ତ ଆବଶ୍ୟକ ଯାହାକୁ ସଦାସର୍ବଦା ବୁଝିଛନ୍ତି ଆମ ପ୍ରିୟ ନେତା “ଅରୁଣ”। ନୟାଗଡ଼ ଜନତା ଙ୍କ ପାଇଁ ଏକ ଭିନ୍ନ ପ୍ରୟାସ,ବିଜୁ ଜନତା ଦଳର ବରିଷ୍ଠ ସାଧାରଣ ସମ୍ପାଦକ ତଥା ଓଡ଼ିଶା ରାଜ୍ୟ ସରକାରଙ୍କ କୃଷି ଓ କୃଷକ ସଶକ୍ତିକରଣ ଏବଂ ମତ୍ସ୍ୟ ଓ ପଶୁ ସମ୍ପଦ ବିକାଶ ଏବଂ ଉଚ୍ଚଶିକ୍ଷା ମନ୍ତ୍ରୀ ଡ଼ଃ ଅରୁଣ କୁୁମାର ସାହୁ ଙ୍କ ମହାମାରୀ ସମୟରେ ଏକ ଅଭିନବ ପ୍ରୟାସ, ପ୍ରତେକ ଦିନ ନୟାଗଡ଼ ନିର୍ବାଚନ ମଣ୍ଡଳୀର ଅନ୍ତର୍ଗତ ସମସ୍ତ ଗ୍ରାମ ଓ ସହର ର ଅଂଚଳ ବାସୀଙ୍କ ଲୋକଙ୍କ ଦୁଃଖ ଶୁଣିଛନ୍ତି ଆଜି
ତା ୨୬.୦୭.୨୦୨୦ ରିଖ ଦିନ ନୟାଗଡ଼ ନିର୍ବାଚନ ମଣ୍ଡଳୀର ଶତାଧିକ “ବରିଷ୍ଠ ନାଗରିକ” ଙ୍କ ସହ ଭିଡିଓ କନଫରେନ୍ସ ମାଧ୍ୟମରେ ବରିଷ୍ଠ ମାନଙ୍କ ସମସ୍ୟା ବୁଝିଲେ ଏବଂ ଦଳୀୟ ସଙ୍ଗଠନ କାର୍ଯ୍ୟକ୍ରମକୁ କିଭଳିଭାବେ କରାଯାଇପାରିବ ଆଲୋଚନା କରାଗଲା ଏବଂ ଗ୍ରାମ ଓ ସହର ଉନ୍ନତି ମୂଳକ କାର୍ଯ୍ୟକ୍ରମ ବିଷୟରେ ଆଲୋଚନା କରାଗଲା । “ଆମ ପାଇଁ ବଡ଼ ଆମ ନୟାଗଡ”