ଚମ୍ପୁଆ ନିର୍ବାଚନ ମଣ୍ଡଳୀରେ ପ୍ରବାଦ ପୁରୁଷ ବିଜୁ ବାବୁଙ୍କ ୧୦୮ତମ ଜନ୍ମ ଜୟନ୍ତୀ ପାଳନ

ମାର୍ଚ୍ଚ,୨୦୨୪ (ଓଡିଶା ତାଜ଼ା ନ୍ୟୁଜ) ଚମ୍ପୁଆ :->  ଚମ୍ପୁଆ ନିର୍ବାଚନ ମଣ୍ଡଳୀର ବିଧାୟୀକା ଶ୍ରୀମତୀ ମିନାକ୍ଷୀ ମହାନ୍ତଙ୍କ ନେତୃତ୍ଵରେ କାଳିକାପ୍ରସାଦ ଠାରେ ହଜାର ହଜାର ଜନସମାଗମର ଉପସ୍ଥିତିରେ ପ୍ରବାଦ ପୁରୁଷ ବିଜୁବାବୁଙ୍କ ୧୦୮ତମ ଜନ୍ମ ଜୟନ୍ତୀ ପାଳନ ହୋଇଯାଇଛି ।

ସର୍ବପ୍ରଥମେ ରିମୁଳି ସ୍ଥିତ ବିଜୁବାବୁଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ଅର୍ପଣ କରି ଚମ୍ପୁଆ ସଦର ମହୋକୁମାରେ ଥିବା ଆମ ହସ୍ପିଟାଲରେ ରୋଗୀ ମାନଙ୍କୁ ଫଳ ବଣ୍ଟନ କରାଯାଇଥିବାର ଦେଖିବାକୁ ମିଳିଥିଲା ।

ତା’ପରେ ବିଜୁବାବୁଙ୍କ ୧୦୮ତମ ଜନ୍ମ ଜୟନ୍ତୀ ଉପଲକ୍ଷେ କାଳିକା ପ୍ରସାଦ ଠାରେ ଏକ ବିଶାଳ ସମାବେଶ ଅନୁଷ୍ଠିତ କରି ବିଜୁବାବୁ କିପରି ସମୃଦ୍ଧ,ସଶକ୍ତ ଏବଂ ସ୍ବାଭିମାନ ଓଡିଶା ଗଠନ ପାଇଁ ଯେଉଁ ସପ୍ନ ଦେଖିଥିଲେ ତାହା ଆଜି ଆମ ପ୍ରିୟ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ପୂରଣ କରୁଛନ୍ତି ଏବଂ ଗାଁ ଗାଁ ରେ ଯେଉଁ ବିକାଶର ଧାରା ଚାଲିଛି

ତାହା କିପରି ଆଗକୁ ଜାରି ରହିବ ସେଥିପାଇଁ ସମସ୍ତେ ଏକ ହୋଇ କାମ କରିବାକୁ ପଡିବ ବୋଲି ସ୍ଥାନୀୟ ବିଧାୟିକା ଶ୍ରୀମତୀ ମହାନ୍ତ ଉପସ୍ଥିତ ଜନସାଧାରଣଙ୍କୁ ଅନୁରୋଧ କରିଥିଲେ । ଉକ୍ତ କାର୍ଯ୍ୟକ୍ରମରେ ଯୋଡା ପୌରାଧ୍ୟକ୍ଷ ଡ.ଜଗଦୀସ ପ୍ରସାଦ ସାହୁ,ବଡବିଲ ପୌରାଧ୍ୟକ୍ଷ ଲକ୍ଷ୍ମଣ ମହାନ୍ତ,ଚମ୍ପୁଆ NAC ଅଧ୍ୟକ୍ଷ ଗିରିଜା ଶଙ୍କର ସାହୁ,

ବିଜେଡି ଜିଲ୍ଲା ସଂଖ୍ୟାଲଘୁ ସେଲର ସଭାପତି ନେସାର ହାୟାତ,ଚମ୍ପୁଆ ବ୍ଲକ ସଭାପତି ଅଶୋକ ମହାନ୍ତ,ଜିଲ୍ଲା ସଂପାଦକ ବାବୁଲାଲ ସାହୁ,ହେମନ୍ତ ସହାୟ,ପୂର୍ବତନ ସାଂସଦ ଯଶବନ୍ତ ଲାଗୁରୀ ଏବଂ ବିଜୁ ଜନତା ଦଳର ଯୁବ ଛାତ୍ର ମହିଳା ସଭାପତି ସମେତ ସମସ୍ତ ସରପଞ୍ଚ,ସମିତି ସଭ୍ୟ ଓ ବିଜୁ ଜନତା ଦଳର ସମସ୍ତ କର୍ମୀ ଉପସ୍ଥିତ ଥିବାର ଦେଖିବାକୁ ମିଳିଥିଲା ।