ଓଡିଶା ତାଜା ନ୍ୟୁଜ୍ (୨୮ ଜୁଲାଇ ମଙ୍ଗଳବାର ) ବରଗଡ଼ :- ବରଗଡ଼ ଜିଲ୍ଲା ରେ କରୋନାର ଭୟା ଭୟତା ଯୋଗୁଁ ପ୍ରଶାସନ ପକ୍ଷରୁ ଲକ୍ ଡାଉନ୍, ସଟ୍ ଡାଉନ୍ ର ଆଶ୍ରୟ ନେଇ ଏହି ସ°କ୍ରମଣ ରୋକିବାକୁ ପ୍ରୟାସ ଆରମ୍ଭ ହୋଇଛି । ତେବେ ଏହାର ପ୍ରଭାବ ବିଭିନ୍ନ ବର୍ଗର ଚାଷୀ ମାନଙ୍କ ଉପରେ ପଡ଼ିଛି । ଜିଲ୍ଲା ର ଅମ୍ବାଭୋନା ବ୍ଳକ ଅନ୍ତର୍ଗତ ବାରପାହାଡ ଅଞ୍ଚଳରେ ଥିବା ଗ୍ରାମ ଗୁଡ଼ିକର ଚାଷୀ ମାନେ କ୍ଵିଣ୍ଟାଲ କ୍ଵିଣ୍ଟାଲ ଲେମ୍ବୁ ବିକ୍ରୀ କରି ନ ପାରି ହତାଶ ହୋଇଛନ୍ତି ।
ଏହାର ସୁଯୋଗ ନେଇ ଝାଡ଼ଖଣ୍ଡ ଅଞ୍ଚଳର ଅନେକ ବେପାରୀ କିଲୋ ପ୍ରତି ୧୦ ଟଙ୍କା ମୂଲ୍ୟର କିଣୁଛନ୍ତି । ଏଥିପାଇଁ ଉଦ୍ୟାନ ବିଭାଗ ପକ୍ଷରୁ ଏ ପର୍ଯ୍ୟନ୍ତ କୌଣସି ପଦକ୍ଷେପ ଗ୍ରହଣ କରିନଥିବାରୁ ଚାଷୀ ଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି । ଜିଲ୍ଲାପାଳ ଏଥିପ୍ରତି ଦୃଷ୍ଟି ଦେବାକୁ ଦାବି ହେଉଛି । (ସତ୍ୟନାରାୟଣ ପ୍ରଧାନ, ବରଗଡ଼)