୪ ମାର୍ଚ୍ଚ,୨୦୨୪ (ଓଡିଶା ତାଜ଼ା ନ୍ୟୁଜ) ଆର,ଉଦୟଗିରି :-> ଗଜପତି ଜିଲ୍ଲା ଆର.ଉଦୟଗିରି ବ୍ଳକ ଅନ୍ତର୍ଗତ ସିଆଲିଲଟି ଗ୍ରାମ ପଞ୍ଚାୟତର ଏହି ଗାଆଁ ହେଉଛି ଡୁରୁଙ୍ଗ। ନା ଏହି ଗାଆଁ କୁ ଚାଲିବା ପାଇଁ ଅଛି ଭଲ ରାସ୍ତା ନା ପିଇବା ପାଇଁ ଅଛି ବିଶୁଦ୍ଧ ପାଣି । ଏପରିକି ମୁଣ୍ଡ ଗୁଞ୍ଜିବା ପାଇଁ ମଧ୍ୟ ଇନ୍ଦିରା ଆବାସ ଘର ଖଣ୍ଡେ ନାହିଁ । ଅନେକ ନେତା ମନ୍ତ୍ରୀ ଓ ସରକାରୀ ବାବୁ ଗଲେଣି ଯୋଜନା ପରେ ଯୋଜନା ବିତି ଗଲାଣି ,ତଥାପି ଗାଆଁ ର ବିକାଶ ହୋଇ ପାରିଲାନି ।
ଗାଆଁ କୁ ଭଲ ରାସ୍ତା ଖଣ୍ଡେ ନଥିବାରୁ ପଞ୍ଚାୟତ ରୁ ରାସନ୍ ଜିନିଷ ଏବଂ ବାର୍ଦ୍ଧକ୍ୟ ଭତ୍ତା ମଧ୍ୟ ଆଣିବା କଷ୍ଟ ହୋଇ ପଡ଼ୁଚି । ସ୍ବାସ୍ଥ୍ୟ ସେବା ଲାଗି ଆମ୍ବୁଲାନ୍ସ ଆସିପାରୁ ନଥିବା ବେଳେ କୁନି କୁନି ପିଲା ଅଙ୍ଗନୱାଡ଼ି କେନ୍ଦ୍ର ଓ ସ୍କୁଲ କୁ ମଧ୍ୟ ଯାଇ ପାରୁନାହାନ୍ତି । ଏଭଳି ରାସ୍ତାରେ ମଣିଷ କଥା ଛାଡ ଜଂଗଲୀ ଜନ୍ତୁ ମଧ୍ୟ ଭୟ କରିବ ଯିବା ଲାଗି । ବାରମ୍ବାର ପ୍ରଶାସନ ଠାରେ ଅଭିଯୋଗ କରିଥିଲେ ମଧ୍ୟ କିଛି ସୁଫଳ ନ ମିଳିବା କହିଛନ୍ତି ଗ୍ରାମ ବାସୀ ।