ଶିକ୍ଷକ ମାଡ଼ରେ ଲହୁଲୁହାଣ ସ୍କୁଲ ଛାତ୍ର : ଡାକ୍ତରଖାନରେ ଭର୍ତ୍ତି

୪ ମାର୍ଚ୍ଚ,୨୦୨୪ (ଓଡିଶା ତାଜ଼ା ନ୍ୟୁଜ) ପାଟଣାଗଡ଼ :-> ବଲାଙ୍ଗିର ଜିଲ୍ଲା ବେଲପଡା ବ୍ଲକ ଭରୁଆମୁଣ୍ଡା ରେ ଥିବା ଆଦର୍ଶ ବିଦ୍ୟାଳୟ ରେ ଜଣେ ଶିକ୍ଷକ ମାଡ଼ରେ ଛାତ୍ର ଜଣକ ଗୁରୁତର ଥିବା ଅଭିଯୋଗ ହେଉଛି | ଏମିତି କି ଗୁରୁତର ଛାତ୍ର ଜଣକୁ ବେଲପଡା ର ଏକ ଡାକ୍ତରଖାନରେ ଚିକିତ୍ସା ହେଉଥିବା ବେଳେ କଲେ କଥା ତା ପ୍ରଘଟ ହେବ ସେନେଇ ଶିକ୍ଷକ ଜଣକ ତରବରିଆ ଭାବେ ଘର କୁ ନେଇ ଯାଇଥିବା ମଧ୍ୟ୍ୟ ଅଭିଯୋଗ ଉଠୁଛି |

 

ତେବେ ବର୍ତମାନ ଛାତ୍ର ଜଣକ ସ୍ୱାସ୍ଥ୍ୟ ଭଲ ଥିବା ବେଳେ କଥା କୁ ଚାପିବାକୁ ସମ୍ପୃକ୍ତ ଶିକ୍ଷକ ଜଣକ ଭରପୂର୍ ଉଦ୍ୟମ କରୁଥିବା ଅଭିଯୋଗ ହେଉଛି | ଏମିତି ପୂର୍ବରୁ ମଧ୍ୟ୍ୟ ଉକ୍ତ ଶିକ୍ଷକ ଜଣକ ସ୍କୁଲ ର ବିଭିନ୍ନ ଛାତ୍ର ଛାତ୍ରୀ ମାନଙ୍କୁ କଥା କଥା ରେ ମାଡ଼ ମାରୁଥିବା ମଧ୍ୟ୍ୟ ଅଭିଭାବକ ମନେ କହିଥାନ୍ତି | ଯାହାକୁ ନେଇ ସମ୍ପୃକ୍ତ ଶିକ୍ଷକ ବିରୁଦ୍ଧରେ ଅସନ୍ତୋଷ ବୃଦ୍ଧି ପାଉଛି | ଜଣେ ଶିକ୍ଷକ ହୋଇ କେମିତି ନିଜ ମାନବିକତା ଭୁଲି ଯାଉଛନ୍ତି ବୋଲି ପ୍ରଶ୍ନ ଉଠୁଛି |

ଏମିତି କି ଉକ୍ତ ଘଟଣା ପରେ ପରିବାର ପାଖକୁ ଯାଇ କଥା କୁ କାହାରି ଆଗରେ କିଛି ନ କହିବାକୁ ନିହୁରା ହେଉଥିବା ମଧ୍ୟ୍ୟ ଦେଖିବାକୁ ମିଳିଛି |ତେବେ ଦଣ୍ଡମୁକ୍ତ ଅଂଚଳ ରେ ଏମିତି ପିଲା ଙ୍କୁ ମାଡ଼ ମାରିବା କେତେ ଦୂର ଠିକ ବୋଲି ଅଭିଭାବକ ମାନେ ଅଭିଯୋଗ ଆଣିଛନ୍ତି |ଏନେଇ ବେଲପଡା ବିଇଓ ଙ୍କୁ ଯୋଗାଯୋଗ କରିବା ରୁ ସମ୍ଭବ ହୋଇପାରୁନାହିଁ | ବିଭାଗୀୟ କତ୍ତୃପକ୍ଷ ଏହାର ଉପଯୁକ୍ତ ତଦନ୍ତ କରିବାକୁ ଦାବି ହେଉଛି |