୪ ମାର୍ଚ୍ଚ,୨୦୨୪ (ଓଡିଶା ତାଜ଼ା ନ୍ୟୁଜ) ଭୁବନେଶ୍ୱର :-> ସେଦିନ ଥିଲା ୧୯୩୧ ମସିହା ଫେବୃଆରୀ ୨୭ ତାରିଖ । ଆହ୍ଲାବାଦର ଆଲଫ୍ରେଡ଼ ପାର୍କକୁ ଚାରିକଡ଼ରୁ ଘେରି ଗଲା ଦୁର୍ଦ୍ଦାନ୍ତ ବ୍ରିଟିଶ ପୋଲିସର ଏକ ଟିମ୍ । ବ୍ରିଟିଶ ବାହିନୀ ପାଖରେ ଖବର ଥିଲା ପାର୍କରେ ହିନ୍ଦୁସ୍ତାନ ସୋସିଆଲିଷ୍ଟ ରିପବ୍ଲିକାନ ଆସୋସିଏସନର ପ୍ରତିଷ୍ଠାତା ତଥା ଭାରତୀୟ ସଶସ୍ତ୍ର ମୁକ୍ତି ସଂଗ୍ରାମର ମହାନ ଯୋଦ୍ଧା ଚନ୍ଦ୍ରଶେଖର ଆଜାଦ କାହାକୁ ଭେଟିବାକୁ ଆସିଛନ୍ତି । ଚନ୍ଦ୍ରଶେଖରଙ୍କୁ ଧରିବା ପାଇଁ ପୋଲିସ ଜାଲ ବିଛାଇ ସାରିଥିଲା । କିନ୍ତୁ ଏକାକୀ ଗୋଟେ ମାଉଜର ଧରି ବ୍ରିଟିଶ ବାହିନୀକୁ ସାମ୍ନା କରିବାର ବୀରତ୍ବ ଦେଖାଇଲେ ଆଜାଦ । ପ୍ରାୟ 30 ମିନିଟ ସେ ବ୍ରିଟିଶ ବାହିନୀକୁ ପ୍ରତିହତ କରିବା ପରେ ତାଙ୍କ ଶରୀର ଗୁଳିବିଦ୍ଧ ହେଇସାରିଥିଲା ।
ଆଜାଦଙ୍କ ପାଖରେ ବି ମାତ୍ର ଗୋଟେ ଗୁଳି ବାକି ଥିଲା । ସେ କେବଳ ନାମରେ ଆଜାଦ ନଥିଲେ, ତାଙ୍କ ରକ୍ତରେ ଆଜାଦୀ ଥିଲା । ସେ କହୁଥିଲେ ଶତ୍ରୁର ଗୁଲିକୁ ସାମ୍ନା କରିବୁ, ଆଜାଦ ଥିଲୁ ଓ ଆଜାଦ ରହିବୁ । ବ୍ରିଟିଶ ହାତରେ ଜୀବନ୍ତ ଧରା ପଡିବା ଅପେକ୍ଷା ଜନ୍ମଭୂମି ପାଇଁ ମୃତ୍ୟୁକୁ କୋଳେଇନେବା ତାଙ୍କୁ ସମ୍ମାନଜନକ ମନେ ହେଇଥିଲା । ପିସ୍ତଲର ଶେଷ ଗୁଳିଟି ନିଜ ମୁଣ୍ଡରେ ସେ ଫୁଟେଇ ଦେଇଥିଲେ । ହତଚକିତ ହେଇଯାଇଥିଲା ବ୍ରିଟିଶ ବାହିନୀ । କାକୋରୀ ଟ୍ରେନ ଲୁଟର ଅଭିଯୁକ୍ତ ତଥା ବ୍ରିଟିଶ ଅଧିକାରୀ ଜନ୍ ସାଣ୍ଡାର୍ଷକୁ ହତ୍ୟା କରିଥିବା ଭଗତ ସିଂହଙ୍କୁ ପିଛା କରୁଥିବା ହେଡ କନେଷ୍ଟବଲ୍ ଚନ୍ନନ୍ ସିଂହର ହତ୍ୟାକାରୀଙ୍କୁ ଜୀବନ୍ତ ଧରିପାରିନଥିଲା ବ୍ରିଟିଶ ପୋଲିସ । ଏହା ସେ ସମୟରେ ବ୍ରିଟିଶ ବାହିନୀ ପାଇଁ ବେଶ ଅପମାନଜନକ ଥିଲା ।
ଆଜି ମଧ୍ୟ ଆଜାଦଙ୍କ ବୀରତ୍ବ ପାଇଁ ସାରା ଦେଶ ତାଙ୍କ ନାମ ଶୁଣିଲେ ମୁଣ୍ଡ ନୁଆଁଇଥାଏ, ହେଲେ ତାଙ୍କର ଯେଉଁ ବନ୍ଧୁ ବୀରଭଦ୍ର ତିୱାରୀଙ୍କ ସୂଚନା ଆଧାରରେ ସେଦିନ ବ୍ରିଟିଶ ପୋଲିସ ଆଲଫ୍ରେଡ଼ ପାର୍କ ଆସିଥିଲା, ସେ ବନ୍ଧୁଙ୍କ ସ୍ଥାନ ଆଜି ଇତିହାସରେ କେଉଁଠି? ବୀରଭଦ୍ର କଣ ସତରେ ଆଜାଦଙ୍କ ବନ୍ଧୁ ଥିଲେ? ବନ୍ଧୁ କଣ କେବେ ବିଶ୍ଵାସଘାତକତା କରିପାରେ? ନା ସେ କେବଳ ବନ୍ଧୁତାର ମୁଖା ପିନ୍ଧି ଆସିଥିଲେ? ବଂଧୁ କେବେ ବନ୍ଧୁକୁ ମରଣ ମୁହଁକୁ ଠେଲିପାରିବନି, ବୀରଭଦ୍ର ବନ୍ଧୁ ହୋଇଥିଲେ ଆଜାଦଙ୍କୁ ଧରେଇବାକୁ ଉଦ୍ୟମ କରିନଥାନ୍ତେ, ବରଂ ନିଜେ ବ୍ରିଟିଶ ଗୁଳି ଆଗରେ ଛାତି ଦେଖେଇ ଆଜାଦଙ୍କୁ ବଞ୍ଚେଇଥାନ୍ତେ ।
ଆଜାଦଙ୍କ ଭଳି ବହୁ ସଂଗ୍ରାମୀଙ୍କ ରକ୍ତରେ ଏ ଦେଶକୁ ଇଂରେଜ ଶାସନରୁ ମୁକ୍ତି ମିଳିଛି । କିନ୍ତୁ ଆମର ଭଡାଟିଆ ଐତିହାସିକ ଆମକୁ ଟୋପି ପିନ୍ଧେଇ ଦେଇଗଲେ ଯେ ଏ ଦେଶକୁ ପୂର୍ବତନ ବ୍ରିଟିଶ ସର୍ଜେଣ୍ଟ ମେଜର ଓ ପ୍ରଥମ ବିଶ୍ଵଯୁଦ୍ଧରେ ବ୍ରିଟିଶ ସପକ୍ଷରେ ସେନା ଯୋଗାଡ଼ କରିଥିବା ସ୍ଵଘୋଷିତ ଅହିଂସାର ବ୍ରାଣ୍ଡ ଆମ୍ବାସଡ଼ର ଓ ଦେଶର ଶତ୍ରୁ ମାଉଣ୍ଟବ୍ୟାଟେନର ସ୍ତ୍ରୀ ପ୍ରେମରେ ଉବୁଟୁବୁ ହେଉଥିବା ମହାନ ପ୍ରେମିକ ଏ ଦେଶକୁ ସ୍ଵାଧୀନତା ଦେଲେ ବୋଲି । ବ୍ରିଟିଶ ଗୁଳିରେ ଯେଉଁମାନଙ୍କ ଦେହ ଝାଞ୍ଜରା ହୋଇଗଲା, ଯେଉଁମାନଙ୍କ ସ୍ଵର ଫାଶୀ ଖୁଣ୍ଟରେ ହଜିଗଲା,
ଯେଉଁମାନେ କଳା ପାଣିରେ ଅକଥନୀୟ ଅତ୍ୟାଚାର ସହିଲେ ଓ ନେତାଜୀଙ୍କ ଭଳି ବ୍ୟକ୍ତିତ୍ବ, ଯିଏ ନିଜ ଦେଶପ୍ରେମ ପାଇଁ ଇତିହାସର ଅନ୍ଧଗଳିରେ ହଜିଗଲେ, ସେମାନଙ୍କୁ ଦେଶ ପାଇଁ ସେମାନଙ୍କ ତ୍ୟାଗ ତୁଳନାରେ ମିଳିଲାନି ସ୍ବୀକୃତି, କିନ୍ତୁ ସ୍ବାଧୀନତାର ସବୁ ଶ୍ରେୟ ତଥାକଥିତ ବାପା ଓ ଚାଚା ନେଇଗଲେ । ଦେଶ ପାଇଁ ନିଜ ଜୀବନକୁ ଉତ୍ସର୍ଗ କରିଥିବା ଆଜାଦଙ୍କ ଭଳି କ୍ରାନ୍ତିକାରୀଙ୍କ ପ୍ରେରଣାଦାୟୀ ଇତିହାସ ପଢିଲେ ମନ ବିଦ୍ରୋହ କରେ ଓ ଏଭଳି ବୀରପୁତ୍ରଙ୍କୁ ଯଥୋଚିତ ସମ୍ମାନ ଦେଇନଥିବା ଇତିହାସକୁ ଦେଖିଲେ ଆପେ ଆପେ ପାଟିରୁ ବାହାରି ଆସେ ଧିକ ସେ ଇତିହାସକୁ, ଧିକ୍କାର ସେ ଐତିହାସିକଙ୍କୁ …..














