ଯୋଡା ବ୍ଲକର ଦୁଇଟି ପ୍ରକଳ୍ପ ଶିଳାନ୍ୟାସ କଲେ ଚମ୍ପୁଆ ବିଧାୟୀକା

୩ ମାର୍ଚ୍ଚ,୨୦୨୪ (ଓଡିଶା ତାଜ଼ା ନ୍ୟୁଜ) ଯୋଡା :->  ଯୋଡା ବ୍ଲକ ଅନ୍ତର୍ଗତ ବଲାଣି ପଞ୍ଚାୟତର ବହୁ ପ୍ରତିକ୍ଷିତ କନର୍ଦା ଠାରୁ ବଡଜଳ ପର୍ଯ୍ୟନ୍ତ ରାସ୍ତାର ଭିତ୍ତିପ୍ରସ୍ତର ସ୍ଥାପନ ସ୍ଥାନୀୟ ବିଧାୟୀକା ଶ୍ରୀମତୀ ମିନାକ୍ଷୀ ମହାନ୍ତଙ୍କ କରକମଳରେ କରାଯାଇଛି । ଉକ୍ତ କାର୍ଯ୍ୟକ୍ରମରେ ୨୬ ନଂ ଜୋନର ଜିଲ୍ଲା ପରିଷଦ ସଦସ୍ୟ ସଶୀକାନ୍ତ ଖିଲାର, ଯୋଡା ବ୍ଲକ ଅଧ୍ୟକ୍ଷ କବିନ୍ଦ୍ର ନାଏକ ସମେତ ଶତାଧିକ ଗ୍ରାମବାସୀ ଉପସ୍ଥିତ ଥିବାର ଦେଖିବାକୁ ମିଳିଥିଲା ।

ଏହାବ୍ୟତୀତ କାରାଖେଣ୍ଡରା ପଞ୍ଚାୟତର ଉଲିବୁରୁ ଠାରୁ ନାଲଦାକୁ ସଂଯୋଗ କରୁଥିବା ରାସ୍ତା ଉପରେ ଏକ ନୂତନ ସେତୁର ମଧ୍ୟ ଭିତ୍ତିପ୍ରସ୍ତର ସ୍ଥାପନ କରାଯାଇଛି । ଏହି ଦୁଇ ପ୍ରକଳ୍ପ ରାଜ୍ୟସରକାରଙ୍କ ଗ୍ରାମ୍ୟ ଉନ୍ନୟନ ବିଭାଗ ଦ୍ବାରା ନିର୍ମିତ ହେବାକୁ ଥିବାରୁ ବିଧାୟିକା ଶ୍ରୀମତୀ ମହାନ୍ତ ଓଡିଶା ସରକାର ତଥା ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକଙ୍କୁ ଅଶେଷ ଅଶେଷ ଧନ୍ୟବାଦ ଜଣାଇଥିବାର ଜଣା ପଡିଛି ।