ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀଙ୍କ ଆର,ଉଦୟଗିରି ଗସ୍ତ, ଦଳୀୟ ସଂଗଠନକୁ ମଜବୁତ୍ କରିବାକୁ ଦେଲେ ଗୁରୁମନ୍ତ୍ର, ମନ୍ତ୍ରୀଙ୍କ ଗୁରୁମନ୍ତ କାର୍ଯ୍ୟକ୍ରମରେ ଆର,ଉଦୟଗିରି ବ୍ଳକର ୧୧ ଓ ୧୨ ନମ୍ବର ଜୋନୁର ପୂର୍ବତମ ବିଜେଡି କର୍ମକତ୍ତାଙ୍କୁ ଅଣଦେଖା ଅଭିଯୋଗ ।

୩ ମାର୍ଚ୍ଚ,୨୦୨୪ (ଓଡିଶା ତାଜ଼ା ନ୍ୟୁଜ) ଗଜପତି :-> ଗଜପତି ଜିଲ୍ଲା ଆର, ଉଦୟଗିରି ବ୍ଳକର ସଦର ମହକୁମାରେ ଥିବା ନିର୍ମାଣ ଶ୍ରମିକ ସଂଘର ସଭାଗୃହରେ ବିଜୁ ଜନତା ଦଳର ସାଙ୍ଗଠନିକ ବୈଠକ ଅନୁଷ୍ଠିତ ହୋଇଯାଇଛି । ରାଜ୍ୟ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ ଅତନୁ ସବ୍ୟସାଚୀ ନାୟକ ଏହି ବୈଠକରେ ଯୋଗଦେଇଥିବା ବେଳେ, ମୋହନା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ୪ ଗୋଟି ବ୍ଳକର ଶତାଧିକ କର୍ମୀ ଏହି ବୈଠକରେ ଯୋଗଦେଇ ବିଭିନ୍ନ ବିଷୟରେ ଆଲୋଚନା କରିଥିଲେ ।

ଗଜପତି ଜିଲ୍ଲାରେ ଦୁଇଟି ବିଧାନସଭା ନିର୍ବାଚନ ମଣ୍ଡଳୀ ରହିଥିବାବେଳେ, ପାରଳାଖେମୁଣ୍ଡିରେ ବିଜେପି ଏବଂ ମୋହନାରେ କଙ୍ଗ୍ରେସ ବିଧାୟକ ରହିଛନ୍ତି । ତେବେ ଆସନ୍ତା ସାଧାରଣ ନିର୍ବାଚନରେ ଦୁଇଟିଯାକ ଆସନ ଯେମିତି ବିଜେଡି ଅକ୍ତିଆର କରିବ, ସେନେଇ ଦଳୀୟ କର୍ମୀ ମାନଙ୍କୁ ଗୁରୁମନ୍ତ୍ର ପ୍ରଦାନ କରିଛନ୍ତି ମନ୍ତ୍ରୀ ଶ୍ରୀ ନାୟକ । ତୃଣମୂଳ ସ୍ତରରୁ ଦଳକୁ କିପରି ମଜବୁତ୍ କରାଯାଇ ବିପୁଳ ପରିମାଣର ଭୋଟରେ ଦଳ ବିଜୟ ହାସଲ୍ କରିବ ସେଥିପାଇଁ ବିଜେଡି ଜିଲ୍ଲା ସଭାପତି ଜଗବନ୍ଧୁ ଦାଶ ଉପସ୍ଥିତ କର୍ମୀ ମାନଙ୍କୁ ନିବେଦନ କରିବା ସହ, ସମସ୍ତେ ମିଳିମିଶି କାମ କରିବା ପାଇଁ ପରାମର୍ଶ ଦେଇଥିଲେ ।

ଏହି ବୈଠକରେ ମୋହନା ବ୍ଳକ୍ ଅଧ୍ୟକ୍ଷ ରଞ୍ଜିବ ଶବର, ଆର,ଉଦୟଗିରି ବ୍ଳକ୍ ଅଧ୍ୟକ୍ଷ ଲକ୍ଷ୍ମୀ ନାରାୟଣ ଶବର, ବିଜେଡି ଜିଲ୍ଲା ଉପ-ସଭାପତି ଦଣ୍ଡାସି ସାହୁ, ଜେମସ ରାଇକା, ନୁଆଗଡ ବ୍ଲକ ସଭାପତି ଯୋହନ ମାଝୀ, ଆଦିବାସୀ ଉନ୍ନୟନ କମିଟିର ସଭାପତି ଅନ୍ତର୍ଯ୍ୟାମୀ ଗମାଙ୍ଗ ଏବଂ ବିଭିନ୍ନ ବ୍ଳକର ସରପଞ୍ଚ, ସମିତିସଭ୍ୟ, ଜିଲ୍ଲା ପରିଷଦ ସଭ୍ୟ ଓ ବିଜୁ ଜନତା ଦଳର ଟାଣୁଆ କର୍ମୀମାନେ ଯୋଗ ଦେଇଥିଲେ । ମନ୍ତ୍ରୀଙ୍କ ଗୁରୁମନ୍ତ କାର୍ଯ୍ୟକ୍ରମରେ ଆର,ଉଦୟଗିରି ବ୍ଳକ ର କର୍ମକତ୍ତା ସହ କଥା ହେବା ସମୟରେ ସ୍ଥାନୀୟ ବ୍ଳକ ଅଧ୍ୟକ୍ଷ ଲକ୍ଷ୍ମୀନାରାୟଣ ଶବର ମନ୍ତ୍ରୀ ଲେଖି ଜଣାଇଥିଲେ ଯେ ଆର,

ଉଦୟଗିରି ବ୍ଳକର ପ୍ରତି ପଞ୍ଚାୟତକୁ ଯୁବକମାନ ଖେଳ ସାମିଗ୍ରୀ ପାଇଁ ୨ଲକ୍ଷ ୫୦ହଜାର ଟଙ୍କା ଆସିଛି ବ୍ଳକ ଅଧିକାରୀ ୬୦ ଟଙ୍କାର ଖେଳ ପ୍ରତି ପଞ୍ଚାୟତକୁ ଯାଇଛି ମାତ୍ର ୨.୫୦ ହଜାର ବିଲି କରିଥିବା ଅଭିଯୋଗ ଅଧ୍ୟକ୍ଷ ଲେଖି ଜଣାଇଥିଲେ ମନ୍ତ୍ରୀଙ୍କୁ । ଏହି ବିଷୟ ନେଇ ବ୍ଳକ ଅଧ୍ୟକ୍ଷ ଜିଲ୍ଲାରେ ଜିଲ୍ଲାପରିଷଦ ସଭ୍ୟ ବୈଠକରେ ମଧ୍ୟ ଅଭିଯୋଗ କରିଥିଲେ । ରାମଗିରି ଗ୍ରାମର ଯୁଧିଷ୍ଠିର ବଡମୁଣ୍ଡି ମନ୍ତ୍ରୀଙ୍କୁ ଅଭିଯୋଗ କରିଥିଲେ ଆମ ଓଡିଶା ନବୀନ ଓଡିଶା କାମଗୁଡିକୁ ଆମ ନଯଣାଇ ଦିଯାଛି କେଉଁ ଗ୍ରାମରେ ବିଜେଡି ଗୋଟିଏବି ଫୋଟ ନାହିଁ ସେହି ଗ୍ରାମରେ କାମକରିବାକୁ ଦିଆଯାଇଛି ଦଳ ତରଫରୁ ଆମକୁ ଅଣଦେଖା କରାଯାଉଛି ।
ବ୍ଳକର ୧୧ ଓ ୧୨ ନମ୍ବର ଜୋନୁର ପୂର୍ବତନ କର୍ମୀମାନେ ଅଣଦେଖା କରାଯିବା ସହ ଦଳରେ କୌଣସି ବୈଠକ ହେବାର ଜଣାଯାଉନି ଏହିପରି ଅଭିଯୋଗ ପରେ ମନ୍ତ୍ରୀ ଜୀଲ୍ଲାସଭାପତିଙ୍କୁ ନିର୍ଦେଶ ତୁରନ୍ତ ପୂର୍ବତନ ବିଜେଡି କର୍ମୀଙ୍କୁ ଡାକି ତାଙ୍କସହ କଥାହୋଇ ମୋର ପାଖକୁ ଭୂବନେଶ୍ବର ଧରିଆସିବାକୁ ନିର୍ଦେଶ ଦେଇଥିଲେ । ଏହି ଅବସରରେ ଆୟୋଜିତ କାର୍ଯ୍ୟକ୍ରମରେ ବିଜେପି ଓ କଙ୍ଗ୍ରେସ ଦଳର ଅନେକ କର୍ମୀ ବିଜେଡି ଦଳରେ ସାମିଲ ହୋଇଥିଲେ ।















