୩ ମାର୍ଚ୍ଚ,୨୦୨୪ (ଓଡିଶା ତାଜ଼ା ନ୍ୟୁଜ) ଆର,ଉଦୟଗିରି :-> ଗଜପତି ଜିଲ୍ଲା ଆର,ଉଦୟଗିରି ବ୍ଳକ ରଣ୍ଡିବା ପଞ୍ଚାୟତରେ ଦ୍ବିତୀୟ ପର୍ଯ୍ୟାୟ ଆମ ବ୍ୟାଙ୍କ ସେବା ଇକୋ ବ୍ୟାଙ୍କ ସି ଏସ୍ ପି ପ୍ଲସ୍ କୁ ମୁଖ୍ୟମନ୍ତୀ ଅଭାସି ମାଧ୍ୟମରେ ଉଦ୍ଘାଟନ କରିଥିଲେ । ଏନେଇ ସରପଞ୍ଚ ବାଳକୃଷ୍ଣ ବେହେରଦଲାଇଙ୍କ ପୌରହିତ୍ୟରେ ଅନୁଷ୍ଠିତ ସଭାରେ ସ୍ଥାନୀୟ ବିଡିଓ ଲରିମନ ଖର୍ସେଲ ଉପସ୍ଥିତ ରହି ଏହାକୁ ଉଦ୍ଘାଟନ କରିଥିଲେ । ଜିପିଓ ସଶାଂଙ୍କ ଶେଖର ସୁବୁଦ୍ଧି, ଗ୍ରାମ ପଞ୍ଚାୟତର ପିଇଓ ଲଳିତ ମୋହନ ଗୌଡ,

ନାଇବ ସରପଞ୍ଚ ରୁକୁଣା ଶବର, ସମସ୍ତ SHG ମହିଳା ମେଟ, ଅଙ୍ଗନବାଡି, ସିଆରପି,ଏମ୍ ବି କେ, ରୋଜଗାର ସେବକ, ସ୍ବୟଂ ସହାୟକ ଗୋଷ୍ଠୀ ମହିଳା, ଓ୍ବାର୍ଡ ସଭ୍ୟ/ସଭ୍ୟା ପ୍ରମୁଖ ଉପସ୍ଥିତ ଥିଲେ । ସେହିପରି ରଣ୍ଡିବା ପଞ୍ଚାୟତରେ ନିର୍ବାହି ଅଧିକାରୀ ଲଳିତା ମୋହନ ଗୌଡଙ୍କ ତତ୍ତ୍ବାବଧାନରେ ସ୍ଥାନୀୟ ସରପଞ୍ଚ ବାଳକୃଷ୍ଣ ବେହେରଦଲାଇ ବ୍ୟାଙ୍କ ସେବାକୁ ପଞ୍ଚାୟତ ବାସୀଙ୍କ ଉଦ୍ଦେଶ୍ୟରେ ଉଦ୍ଘାଟନ କରିଥିଲେ ।ସେହିପରି ବ୍ଳକର ଅନଗାଁ, ତବାରସିଂ ଓ ସୁବଲଡା ପଞ୍ଚାୟତରେ ପଞ୍ଚାୟତରେ ଆମ ବ୍ୟାଙ୍କ ଉଦ୍ଘାଟନ ହୋଇଥିଲା ।














