ଓଡିଶା ତାଜା ନ୍ୟୁଜ୍ (୨୭ ଜୁଲାଇ ସୋମବାର ) ବାଲେଶ୍ୱର :- ଜଳେଶ୍ୱର,କ୍ୱାରେଣ୍ଟଆଇନ ସେଣ୍ଟରରେ ମହିଳା ଅନ୍ତେବାସୀଙ୍କ ପ୍ରତି ଦୁଷ୍କର୍ମ ଉଦ୍ୟମ ନେଇ ହୋଇଛି ଅଭିଯୋଗ । ଏହାପରେ କ୍ୱାରେଣ୍ଟାଇନ ସେଣ୍ଟର ମହିଳାଙ୍କ ପାଇଁ କେତେ ସୁରକ୍ଷିତ ତାହାକୁ ନେଇ ଏବେ ବଡ଼ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ଏପରି ନିନ୍ଦନୀୟ ଅଭିଯୋଗ ଆସିଛି ବାଲେଶ୍ବର ଜିଲ୍ଲା ବାଲିଆପାଳ ଥାନା ଅଧୀନ ବାଲିକୁଟୀ ପଞ୍ଚାୟତର ମହାବଳା କ୍ବାରେଣ୍ଟାଇନ ସେଣ୍ଟରରୁ । ସେଣ୍ଟରରେ ଜଣେ ବିବାହିତା ମହିଳାଙ୍କୁ, ସେଠାରେ କାର୍ଯ୍ୟରତ ଜଣେ ସଫେଇ କର୍ମଚାରୀ ଦୁଷ୍କର୍ମ ଉଦ୍ୟମ କରୁଥିବା ନେଇ ଅଭିଯୋଗ କରିଛନ୍ତି ମହିଳା ଜଣକ ।
ସୂଚନା ଅନୁଯାୟୀ ମହାବଳା ଗ୍ରାମର ଜନୈକ ମହିଳା ତାଙ୍କ ସ୍ୱାମୀ ଓ ଦିଅରଙ୍କ ସହିତ ହାଇଦ୍ରାବାଦରେ ଏକ ଘରୋଇ କମ୍ପାନୀରେ କାର୍ଯ୍ୟ କରୁଥିଲେ । ତେବେ କରୋନା ସକ୍ରଂମଣ ଭୟରେ ଗତ ଚାରି ଦିନ ପୂର୍ବରୁ ମହିଳା ଜଣକ ଓଡିଶା ଆସି ମହାବଳା କ୍ବାରେଣ୍ଟାଇନ ସେଣ୍ଟରରେ ରହିଥିଲେ । ତେବେ ଗତକାଲି ବିଳମ୍ବିତ ରାତିରେ ଉକ୍ତ କ୍ବାରେଣ୍ଟାଇନ ସେଣ୍ଟରର ସଫେଇ କର୍ମଚାରୀ ଭାବରେ କାର୍ଯ୍ୟ କରୁଥିବା ଜଣେ ଯୁବକ ଉକ୍ତ ମହିଳାଙ୍କୁ ଦୁଷ୍କର୍ମ ଉଦ୍ୟମ କରିଥିବା ନେଇ ଥାନାରେ ଅଭିଯୋଗ କରିଛନ୍ତି ମହିଳା l ବାଲିଆପାଳ ପୋଲିସ ଘଟଣାସ୍ଥଳରେ ପହଞ୍ଚି , ଅଭିଯୁକ୍ତ ଯୁବକକୁ ଅଟକ ରଖି ଅଧିକ ତଦନ୍ତ ଜାରି ରଖିଛି। (ଦୀପ୍ତିମାନ /ବାଲେଶ୍ୱର)