No Result
View All Result
୦୧ ମାର୍ଚ୍ଚ,୨୦୨୪ (ଓଡିଶା ତାଜ଼ା ନ୍ୟୁଜ) ଖୋର୍ଦ୍ଧା ଜିଲ୍ଲା :-> ଦୁଷ୍କର୍ମ କରି ନାବାଳିକାକୁ ଅନ୍ତସ୍ଵତ୍ତା କରି ଗୁରୁତର କରିଥିବା ଅଭିଯୋଗରେ ଆଜି ଖୋର୍ଦ୍ଧା ଜିଲ୍ଲା ଜଂକିଆ ଥାନା ବାପି ଓରଫ ମନୋଜ କୁମାର ଦାସ (୨୦)କୁ ଆଜି ଜଂକିଆ ପୋଲିସ ଗିରଫ କରି କୋର୍ଟ ଚାଲାଣ କରିଛି। ପ୍ରକାଶ ଥାଉ କି ଖୋର୍ଦ୍ଧା ଜିଲ୍ଲା ଜଂକିଆ ଥାନା ଅଞ୍ଚଳର ଜଣେ ନାବାଳିକା ଛାତ୍ରୀ (୧୬) ଯୁକ୍ତ ଦୁଇ ରେ ପଢିବାକୁ ସିକୋ କଲେଜ ଆସୁଥିବାବେଳେ ନିକଟରେ ପାଣି ଟାଙ୍କି କାର୍ଯ୍ୟରତ ହଜ ଗ୍ରାମର ବାପି ଦାଶ ତାକୁ ନିଜ ପ୍ରେମ ଜାଲରେ ଫସାଇଥିଲା ।
ପରେ ବାପି ଉକ୍ତ ନାବାଳିକା ଛାତ୍ରୀ ସହିତ ବାରମ୍ବାର ଶାରୀରିକ ସମ୍ପର୍କ ରଖିବା ପରେ ନାବାଳିକା ଅନ୍ତସ୍ୱତ୍ତ। ହୋଇଯାଇଥିଲା। ଏ କଥା ଜାଣି ବାପି ତାକୁ ଗର୍ଭ ନଷ୍ଟ କରିବା ପାଇଁ କିଛି ଔଷଧ ଦେଇଥିଲା। ପରେ ନାବାଳିକା ଅତ୍ୟଧିକ ରକ୍ତ ସ୍ରାବ ହେବାରୁ ସମସ୍ତ କଥା ଝିଅ ପରିବାର ଲୋକଙ୍କୁ ଜଣାଇଥିଲା।
ପରିବାର ତରଫରୁ ଝିଅ କୁ ଚିକିତ୍ସା ପାଇଁ ଖୋର୍ଦ୍ଧା ହସ୍ପିଟାଲରେ ଭର୍ତ୍ତି କରାଯାଇ ଜଂକିଆ ଥାନାରେ ଅଭିଯୋଗ କରିଥିଲେ।ଏହାକୁ ଭିତ୍ତି କରି ଜଂକିଆ ଥାନା ଆଇଆଇସି ପ୍ରଜ୍ଞା ରିତମ୍ଭରା କର ବାପି କୁ ଅଟକ ରଖି ପଚରାଉଚରା କରି ଆଜି କେଶ ନଂ ୮୬/୨୪ ରେ କୋର୍ଟ ଚାଲାଣ କରିଛନ୍ତି।


No Result
View All Result