୨୯ ଫେବୃଆରୀ ୨୦୨୪ (ଓଡିଶା ତାଜ଼ା ନ୍ୟୁଜ) ନୂଆଗାଁ :-> ନୂଆଗାଁ ବ୍ଲକ୍ ଅନ୍ତର୍ଗତ ବଡ଼ଗୋଠ ଗ୍ରାମ ପଞ୍ଚୟତ ଅନ୍ତର୍ଗତ ଖୁଣ୍ଟୁବନ୍ଧ ପ୍ରାଥମିକ ବିଦ୍ୟାଳୟ ର ପ୍ରଧାନଶିକ୍ଷକ ପ୍ରମୋଦ କୁମାର ନାହାକ ଙ୍କ ର ଅବସର କାଳୀନ ସମ୍ବର୍ଦ୍ଧନା ଉତ୍ସବ ପାଳିତ ହୋଇଯାଇଅଛି | ଏହି ଉତ୍ସବ ରେ ମୁଖ୍ୟ ଅତିଥି ଭାବେ ନୂଆଗାଁ ବ୍ଲକ ଶିକ୍ଷାଧିକାରୀ ପ୍ରଶାନ୍ତ କୁମାର ସାହୁ ,ସମ୍ମାନୀତ ଅତିଥି ଭାବେ ଜନଶକ୍ତି ସରକାରୀ ଉଚ୍ଚ ବିଦ୍ୟାଳୟର ପ୍ରଧାନଶିକ୍ଷକ ନିରଞ୍ଜନ ଦାସ, କ୍ଳଷ୍ଟର ସିଆରସିସି ବିଭୂତି ଭୂଷଣ ମିଶ୍ର, ମିଳିତ ଶିକ୍ଷକ ସଂଘ ର ସଭାପତି ଚିନ୍ତାମଣି ମିଶ୍ର ଯୋଗଦେଇଥିଲେ |

ଏହି ସମ୍ବର୍ଦ୍ଧନା ସଭାରେ ଅବସରକାଳୀନ ଶିକ୍ଷକ ପ୍ରମୋଦ କୁମାର ନାହାକ ଙ୍କୁ ଫୁଲୋତୋଡ | ଓ ଉପଢୋକନ୍ ପ୍ରଦାନ କରାଯାଇ ସମ୍ବର୍ଦ୍ଧିତ କରାଯାଇଥିଲା | ଏହି କ୍ଲଷ୍ଟର୍ ରେ ନୂତନ ଭାବେ ଯୋଗ ଦେଇଥିବା ଶିକ୍ଷକ ଗତିକୃଷ୍ଣ ପ୍ରଧାନ, ଶିକ୍ଷୟତ୍ରୀ ବାସନ୍ତୀ ବେହେରା ଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା | ଏଥିରେ କ୍ଲଷ୍ଟର ର ସମସ୍ତ ଶିକ୍ଷକଶିକ୍ଷୟତ୍ରୀ ଅଂଶଗ୍ରହଣ କରିଥିଲେ | ସମ୍ବର୍ଦ୍ଧନା ଉତ୍ସବ କୁ ଶିକ୍ଷକ ଅଶୋକ କୁମାର ପଣ୍ଡା ପରିଚାଳନା କରିଥିଲେ |













