ସୁସ୍ଥ ଜୀବନ ଯାପନ କରିବେ ସେଥିପାଇଁ ଯୋଡା ପୌରପାଳିକା ଠାରେ ସ୍ଥାନୀୟ ବିଧାୟୀକା ଶ୍ରୀମତୀ ମିନାକ୍ଷୀ ମହାନ୍ତଙ୍କ
କରକମଳରେ ଏକ Sweeping mechineର ଶୁଭ ଉଦ୍ଘାଟନ ହୋଇଯାଇଛି । ଏହା ବ୍ୟତୀତ ରାଜ୍ୟସରକାରଙ୍କ ଗୃହ ଓ ନଗର ଉନ୍ନୟନ ବିଭାଗ ଦ୍ବାରା ନିର୍ମିତ ହେବାକୁ ଥିବା ଏକ ଭେଣ୍ଡିଙ୍ଗ ଜୋନର ମଧ୍ୟ ଭିତ୍ତିପ୍ରସ୍ତର ସ୍ଥାପନ ହୋଇଯାଇଛି ।
ଏଭଳି ପଦକ୍ଷେପ ପାଇଁ ଯୋଡା ବାସୀ ତଥା ବୁଦ୍ଧିଜୀବୀ ମହଲରୁ ସ୍ଥାନୀୟ ବିଧାୟିକାଙ୍କୁ ଶୁଭେଚ୍ଛା ର ଶୁଅ ଛୁଟୁଥିବାର ଦେଖିବାକୁ ମିଳୁଛି ।
ଚମ୍ପୁଆ ବିଧାୟିକା ଶ୍ରୀମତୀ ମିନାକ୍ଷୀ ମହାନ୍ତ ମଧ୍ୟ ରାଜ୍ୟ ସରକାର ତଥା ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକଙ୍କୁ ଅଶେଷ ଅଶେଷ ଧନ୍ୟବାଦ ଜଣାଇବା ସହ ଯୋଡାବାସୀଙ୍କ ସାମଗ୍ରିକ
ବିକାଶ ଆମର ମୂଳ ଲକ୍ଷ୍ୟ ବୋଲି ତାଙ୍କ ବକ୍ତବ୍ୟରେ କହିଥିଲେ ।ଉକ୍ତ କାର୍ଯ୍ୟକ୍ରମରେ ବିଧାୟିକାଙ୍କ ସମେତ ଯୋଡା ପୌରାଧ୍ୟକ୍ଷ ଡ.ଜଗଦୀଶ ସାହୁ,ଉପାଧ୍ୟକ୍ଷା ସନ୍ଧ୍ୟା ପାତ୍ର,
କାର୍ଯ୍ୟନିର୍ବାହୀ ଅଧିକାରୀ ଶ୍ରୀ ବିଶ୍ବଜିତ ଦଳେଇ ସମେତ ସମସ୍ତ କାଉଁସିଲର ତଥା ଶତାଧିକ ବିଜୁ ଜନତା ଦଳର କର୍ମୀ ଉପସ୍ଥିତ ଥିବାର ଦେଖିବାକୁ ମିଳିଥିଲା ।

© 2023 Odisha Taza News.