No Result
View All Result
୨୬ ଫେବୃଆରୀ ୨୦୨୪ (ଓଡିଶା ତାଜ଼ା ନ୍ୟୁଜ) ରଣପୁର :-> ରଣପୁର ବ୍ଲକ ଅନ୍ତର୍ଗତ ରାଜସୁନାଖଳା ପଞ୍ଚାୟତ ସରପଞ୍ଚ ଚିତ୍ତରଞ୍ଜନ ପ୍ରଧାନଙ୍କ ଆବାହକତ୍ୱରେ ଭିନ୍ନକ୍ଷମ, ବୟସ୍କ ବୃଦ୍ଧ ବୃଦ୍ଧlମାନଙ୍କୁ ସୋମବାର ଦିନ ପଞ୍ଚାୟତ କାର୍ଯ୍ୟାଳୟ ପରିସରରେ ମଧୁବାବୁ ପେନସନ ଯୋଜନାରେ ନୂତନ ଭତା ପ୍ରଦାନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ! ଏହି ମଧୁବାବୁ ପେନସନ ଯୋଜନାରେ ରାଜସୁନାଖଳା ପଞ୍ଚାୟତର କୋଟଗଡ, ରମାବିଲ ଓ଼ ରାଜସୁନାଖଳା ଗ୍ରାମର 140ରୁ ଉର୍ଦ୍ଧ ବୟସ୍କ ବୃଦ୍ଧ,
![](https://odishatazanews.com/wp-content/uploads/2024/02/sunakhala-2-1-300x135.jpg)
ବୃଦ୍ଧl ଓ଼ ଅସହାୟ ଗରିବ ଭିନ୍ନକ୍ଷମମାନଙ୍କୁ ଏକ ହଜାର ଟଙ୍କା ଅର୍ଥ ରାଶି ଦାନ କରାଯାଇଥିଲା ! ଏହି କାର୍ଯ୍ୟକ୍ରମରେ ପଞ୍ଚାୟତର ଗ୍ରାମ ରୋଜଗାର ସେବକ ପୁରଞ୍ଜନ ବେହେରା, ରାଘବ ଚନ୍ଦ୍ର ବେହେରା ଓ଼ ପ୍ରହ୍ଲାଦ ପ୍ରଧାନ ପ୍ରମୁଖ ସହଯୋଗକରି ଶାନ୍ତି ଶୃଙ୍ଖଳାର ସହିତ ପରିଚାଳନା କରିଥିଲେ ! ଏହି ମଧୁବାବୁ ପେନସନ ଯୋଜନାରେ ରାଜ୍ୟ ସରକାର ଆମକୁ ସାମିଲ କରିଥିବାରୁ ସମସ୍ତ ହିତାଧିକାରୀ ଖୁସି ହୋଇଥିଲେ !
![](https://odishatazanews.com/wp-content/uploads/2023/12/odisha-tazanews-khandapadaJadu-samatarya-300x68.jpg)
No Result
View All Result