No Result
View All Result
୨୫ ଫେବୃଆରୀ ୨୦୨୪ (ଓଡିଶା ତାଜ଼ା ନ୍ୟୁଜ) ଆର,ଉଦୟଗିରି :-> ଗଜପତି ଜିଲ୍ଲାର ମୋହନା ବ୍ଲକ ଅନ୍ତର୍ଗତ ଗୁରୁଗୁଡି ପଞ୍ଚାୟତର ଗୌଡ଼ଗୋଠ ଓ ଲାଞ୍ଜରି ୨ ଗୋଟି ଗ୍ରାମ ବିକାଶ ଠାରୁ ବହୁ ଦୂରରେ ରହିଥିବା ଲକ୍ଷ୍ୟ କରାଯାଇଛି. ସାଧାରଣ ଗ୍ରାମବାସୀଙ୍କ ବିଭିନ୍ନ ମୌଳିକ ସମସ୍ୟା ସହ ରାସ୍ତା ଘାଟ ଏମାନଙ୍କ ପାଇଁ ସାତ ସପନ ପାଲଟିଛି. ଅତି ତୁରନ୍ତ ସବୁଦିନିଆ ରାସ୍ତା ନିର୍ମାଣ ନ ହେଲେ ଆଗାମୀ ସାଧାରଣ ନିର୍ବାଚନକୁ ବର୍ଜନ କରିବା ପାଇଁ ବାଧ୍ୟ ହେବୁ ବୋଲି ସୂଚନା ଦେଇ ଚେତାବନୀ ଦେଇଛନ୍ତି ଏହି ଗ୍ରାମବାସୀମାନେ.
ସରକାର ଯୋଜନା ଉପରେ ଯୋଜନା କରି ଚାଲିଛନ୍ତି କିନ୍ତୁ ଆଜି ମଧ୍ୟ ଅନେକ ଗାଁ ରହିଛି ସ୍ବାଧୀନତାର ସାତ ଦଶନ୍ଧି ପରେ ମଧ୍ୟ ଗାଁକୁ ପକ୍କା ତାନ୍ତା ଖଣ୍ଡେ ହୋଇ ପାରିନି। ଏଇକି ଏକ ଗାଁ ହେଉଛି ଗଜପତି ଜିଲା ଆଦିବାସୀ ଅଧୁଷିତ ଦୁର୍ଗମ ଅଞ୍ଚଳରେ ରହିଥିବା ମୋହନା ବ୍ଲଜ ଗୁରୁଗୁଡି ପଞ୍ଚାୟତର ଲାଞ୍ଜରୀ ଓ ଗୌଡ଼ଗୋଠ ଗାଁ। ପଞ୍ଚାୟତରେ ଦସବାସ କରୁଥିବା ୮ ଓ ୯ ନମ୍ବର ୱାର୍ଡକୁ ଖଣ୍ଡିଏ ପକ୍କା ରାସ୍ତା ସଂଯୋଗ ହୋଇପାରିନି ସଦର ଫଳରେ ୬ କିଲୋମିଟର ଦୂର ପାହାଡ଼ିଆ ପଥୁରିଆ ରାସ୍ତାରେ ଯିବାକୁ ପଡ଼ୁଛି ବୋଲି ଗ୍ରାମବାସୀମାନେ ଆମ ଗଜପତି ଜିଲ୍ଲା ପ୍ରତିନିଧି ତାରିଣୀ ପ୍ରସାଦ ପଣ୍ଡାଙ୍କୁ ସୂଚନା ଦେଇ କହିଛନ୍ତି ଯେ, ବିପର୍ୟ୍ୟସ୍ତ ରାସ୍ତା ହେତୁ ଗାଁକୁ ଆମ୍ବୁଲାନ୍ସ ମଧ୍ୟ ଆସିପରୁନାହିଁ ।
୬ କିଲୋମିଟର ପାହାଡ଼ିଆ ରାସ୍ତାରେ ଭାର କରିଯିବା ପରେ ସାରମା ଛଳରୁ ରୋଗୀଙ୍କୁ ମେଡିକାଲ୍ ନେବାକୁ ପଡୁଛି। ଗାଁରେ ଅଧୁକାଂଶ ଘର ଟିଣ ଛପର: ହୋଇଥିବା ବେଳେ ଆବାସ ଯୋଜନାରେ ଘର ଆସିଥିଲେ ମଧ୍ୟ ରାସ୍ତା ନଥିବା ହେତୁ ପକ୍କା ଘର ଖଣ୍ଡିଏ କରିପାରିନାହାନ୍ତି। ଏହି ଦୁଇ ୱାର୍ଡରେ ପ୍ରାୟ ୫୦୦ରୁ ଉର୍ଦ୍ଧ ଜନସଂଖ୍ୟା ରହିଥିବା ବେଳେ ଗାଁକୁ ଆଜି ଯାଏ ଭଲରାସ୍ତା ହୋଇପାରିନି। ଜିଲାପାଳଙ୍କ ଠାରୁ ଆରମ୍ଭ କରି ବ୍ଲକ ପ୍ରଶାସନ ପାଖରେ ଅଭିଯୋଗ କରି ଆସୁଛନ୍ତି କିନ୍ତୁ କୌଣସି ସୁଫଳ ମିଳିପାରିନାହିଁ ବୋଲି ଗ୍ରାମବାସୀ ପ୍ରକାଶ କରି କହିଛନ୍ତି ସବୁଦିନିଆ ରାସ୍ତା ନିର୍ମାଣ ସହ ପାନୀୟ ଜଳର ସୁବ୍ୟବସ୍ଥା ଆଦି ସହ ବିଭିନ୍ନ ମୌଳିକ ସମସ୍ୟାର ସମାଧାନ କରାନଗଲେ ଆମ୍ଭେ ଦୁଇ ୱାର୍ଡ ବାସିନ୍ଦା ଆଗାମୀ ସାଧାରଣ ନିର୍ବାଚନ ବର୍ଜନ କରିବୁ.

No Result
View All Result