ଓଡିଶା ତାଜା ନ୍ୟୁଜ୍ (୨୭ ଜୁଲାଇ ସୋମବାର ) କଳାହାଣ୍ଡି :- କଳାହାଣ୍ଡି ଜିଲ୍ଲା ନର୍ଲା ବ୍ଳକ ଅନ୍ତର୍ଗତ ଘୋଡାବନ୍ଧ ଗ୍ରାମପଞ୍ଚାୟତ ଅଧୀନସ୍ଥ ଯୋଡାବନ୍ଧ ଗ୍ରାମର ଯୁବ ଶାଶ୍ଵତ ସେବା ଆନୁକୂଲ୍ୟରେ ଗ୍ରାମର ଉତ୍ତର ପ୍ରାନ୍ତ ସାନ୍ଦୁଲ ନଦୀ ଅବବାହିକାରେ ଗ୍ରାମ୍ୟ ଜଙ୍ଗଲ ପଡିଆ ଭୂମିରେ ବିଭିନ୍ନ ପ୍ରକାର ଚାରା ରୋପଣ କରାଯାଇଥିଲା। ଏଥିରେ ଏଭରେଷ୍ଟ ପର୍ବତ।ରୋହୀ ଯୋଗବ୍ୟାସ ଭୋଇ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ବୃକ୍ଷ ରୋପଣ କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲେ।
ଏହି ଅବସରରେ ଉପସ୍ଥିତ ଥିବା ଜନତାଙ୍କୁ କରୋନା ମହାମାରୀରୁ କିପରି ରକ୍ଷା ପାଇ ପାରିବା ସେହି ସମ୍ବନ୍ଧେ ବୁଝାଇବା ସହିତ ବୃକ୍ଷ ରୋପଣର ଉପକାରୀ ତା ସମ୍ବନ୍ଧରେ ଗଭୀର ଆଲୋକପାତ କରିଥିଲେ। ନର୍ଲା ବ୍ଳକ ନେହେରୁ ଯୁବକେନ୍ଦ୍ରର ସଂଯୋଜକ ମିଳନ କୁମାର ଭୋଇ ଗଛ ଲଗାଇବାରେ ପୂର୍ଣ୍ଣ ସହଯୋଗ କରିଥିଲେ। ଅନ୍ୟାନ୍ୟ ଅତିଥି ବୃନ୍ଦ ମଧ୍ୟରେ ରୁପ୍ରା ହାଇସ୍କୁଲର କ୍ରୀଡା ଶିକ୍ଷକ ପାର୍ଥବ ମୋହନ ପ୍ରଧାନୀ,ହେମ ସାଗର ସାହୁ ଉପସ୍ଥିତ ରହି ଉତ୍ସାହିତ କରିଥିଲେ ।
ଏଥିରେ ଆଦିବାସୀ ସଂସ୍କୃତିର ମହାନ ବାର୍ତ୍ତାବହ ବାର୍ଷିକ ପତ୍ରିକା ଭୀମାର ପ୍ରତିଷ୍ଠାତା ମେଦିନୀଧର ଜାନୀଙ୍କ ନେତୃତ୍ୱରେ ବୃକ୍ଷ ରୋପଣ କାର୍ଯ୍ୟକ୍ରମରେ କ୍ଳବ ସଭାପତି ଜୀନା ମାଝୀ,ଯୁଗ୍ମ ସମ୍ପାଦକ କୁଞ୍ଜବିହାରୀ ଜାନୀ,ଡୁମାଣୀ ଖବରର ଜିଲ୍ଲା ପ୍ରତିନିଧି ଖଗେଶ୍ୱର କୁମାର,ନୃପରାଜ ଜାନୀ, ପୂର୍ବତନ ଜିଲ୍ଲା ପରିଷଦ ସଦସ୍ୟା କମଳିନୀ ଜାନୀ, ଶିକ୍ଷକ ଦେବରାଜ ଗଡତିଆ,ପିଇଓ ଓମ ଜଗଦିଶ୍ଵର ଜାନୀ ପ୍ରମୁଖ ଯୋଗ ଦାନ କରି ପ୍ରାୟ ୩୦୦ ବୃକ୍ଷ ରୋପଣ କରି ଥିଲେ। (ରିପୋର୍ଟ ପ୍ରଦୀପ କୁମାର ଗଉଡ)